ତିନିଥର ଏସିଆନ୍ ପାରା ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଜାଭେଲିନ୍ ଥ୍ରୋ ଆଥଲେଟ୍ ନୀରଜ ଯାଦବଙ୍କ ମୃତ୍ୟୁ
ଭାରତୀୟ ପାରା ଆଥଲେଟିକ୍ସ କ୍ରୀଡ଼ା ଜଗତରୁ ଦୁଃଖଦ ଖବର । ତିନିଥର ଏସିଆନ୍ ପାରା ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଜାଭେଲିନ୍ ଥ୍ରୋ ଆଥଲେଟ୍ ନୀରଜ ଯାଦବଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ନିଜ ଫ୍ଲାଟରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେବେ ବିଷାକ୍ତ ପଦାର୍ଥ ସେବନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ଏହା ପଛରେ ଥିବା କାରଣ ସ୍ପଷ୍ଟ ହୋଇନାହିଁ । ନୀରଜଙ୍କ ମୃତ୍ୟୁକୁ ନେଇ କ୍ରୀଡ଼ା ଜଗତରେ ଶୋକ ପ୍ରକାଶ ପାଇଛି।
ରିପୋର୍ଟ ଅନୁଯାୟୀ, ବୁଧବାର ଦିଲ୍ଲୀର ଜିଟିବି ହସ୍ପିଟାଲରେ ତାଙ୍କ ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲା । ଏହି ସମୟରେ ପାରାଲିମ୍ପିକ୍ସ ଚାମ୍ପିଅନ୍ ସୁମିତ ଆଣ୍ଟିଲ୍ ଏବଂ ଅନ୍ୟ ଜଣେ ପାରା ଆଥଲେଟ୍ ବିପିନ କସାନା ଉପସ୍ଥିତ ଥିବା ଜଣାପଡ଼ିଛି ।
ଭାରତୀୟ ପାରା ଆଥଲେଟିକ୍ସର ମୁଖ୍ୟ ପ୍ରଶିକ୍ଷକ ଏସ୍. ସତ୍ୟନାରାୟଣ ଏହି ଘଟଣାକୁ ଦୁଃଖଦ ବୋଲି କହିଛନ୍ତି । ୪ ବର୍ଷର ବାସନ୍ଦ ଯୋଗୁଁ ନୀରଜ ମାନସିକ ଚାପରେ ଥାଇପାରନ୍ତି । ନୀରଜ ଯାଦବଙ୍କୁ ନଭେମ୍ବର ୨୦୨୩ରେ ଡୋପିଂ ମାମଲାରେ ଦୋଷୀ ସାବ୍ୟସ୍ତ କରାଯିବା ପରେ ୪ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା । ଏହି ବାସନ୍ଦ ଅବଧି ୨୦୨୭ର ଶେଷ ଭାଗ ପର୍ଯ୍ୟନ୍ତ ରହିଥିଲା । ଫଳରେ ସେ ୨୦୨୬ ଏସିଆନ୍ ପାରା ଗେମ୍ସରେ ଭାଗ ନେଇପାରିନଥିଲେ । ତେବେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ ।
ଉତ୍ତରପ୍ରଦେଶର ନୀରଜ ଯାଦବ ଭାରତୀୟ ପାରା ଆଥଲେଟିକ୍ସରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ମାତ୍ର ୭ ବର୍ଷ ବୟସରେ ପୋଲିଓ ଯୋଗୁଁ ସେ ପକ୍ଷାଘାତର ଶିକାର ହୋଇଥିଲେ । ୨୦୦୫ରୁ ୨୦୧୨ ପର୍ଯ୍ୟନ୍ତ ସେ ହ୍ୱିଲଚେୟାର ଟେନିସ୍ ଖେଳିଥିଲେ । ପରେ ପାରା ଆଥଲେଟିକ୍ସକୁ ଆପଣାଇ ଜାଭେଲିନ୍ ଥ୍ରୋରେ ସଫଳତା ହାସଲ କରିଥିଲେ । ୨୦୨୨ ଏସିଆନ୍ ପାରା ଗେମ୍ସରେ F55 ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିବା ସହ ସେ କ୍ରମାଗତ ତିନିଥର ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ବିଜେତା ହୋଇ

