ଶଶୁରଘରକୁ ନେଇ ଏମିତି କହିଲେ ଦୀପିକା

ମୁମ୍ବାଇ() ବଲିଉଡ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଏକ ଖୁଲାସା କରିଛନ୍ତି। ବିବାହ ପରେ ଆସିଥିବା ପରିବର୍ତ୍ତନକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ‘ବିବାହ ପରେ ପର୍ସନଲ ଓ ପ୍ରୋଫେସନାଲ ଲାଇଫରେ କିଛି ବି ପରିବର୍ତ୍ତନ ଆସି ନାହିଁ। କାରଣ ମୋ ଶଶୁର ଘରେ ମୋତେ ବୋହୂ ଭାବେ ନୁହେଁ ବରଂ ଝିଅ ଭାବେ ଦେଖନ୍ତି’। ଯେଉଁ ଘରକୁ ମୁଁ ବାହା ହୋଇ ଆସିଛି, ସେଇ ପରିବାରରେ ଝିଅ ଓ ବୋହୂ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଯେତେବେଳେ ମୁଁ କାମରେ ବହୁତ ବ୍ୟସ୍ତ ରୁହେ ଓ ଘରେ ସମୟ ଦେଇ ପାରେ ନାହିଁ, ଏଥିପାଇଁ ମୋତେ ବହୁତ ଗାଳି ଶୁଣିବାକୁ ପଡେ। ମୋ ଶଶୁର ଗାଳି କରି ମୋତେ କହିଥାନ୍ତି, ମୁଁ କେଉଁଭଳି ଝିଅ, ଯିଏକି ତାଙ୍କୁ ଭେଟିବା ପାଇଁ ସମୟ ଦେଇ ପାରୁନାହିଁ। ଏହି ସମୟରେ ମୋ ଶ୍ୱଶୁରଙ୍କ ଗାଳି ମୋତେ ଠିକ ସେମିତି ଲାଗେ ଯେମିତି ମୋ ବାପା ମୋତେ ଗାଳି କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

10 − nine =