ରାଜ୍ୟ

ଲେଡିଜ ହଷ୍ଟେଲରେ ହଙ୍ଗାମା: ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ବର: ଲେଡିଜ ହଷ୍ଟେଲରେ ହଙ୍ଗାମା । ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳରେ ଥିବା ଏକ ଲେଡିଜ ହଷ୍ଟେଲରେ ଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗକୁ ନେଇ ହଙ୍ଗାମା ଦେଖାଦେଇଛି । ହଷ୍ଟେଲ ମାଲିକାଣୀ ଛାତ୍ରୀମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଜଣେ ଛାତ୍ରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ରାତାରାତି ହଷ୍ଟେଲ ଛାଡ଼ିବାକୁ ଛାତ୍ରୀମାନଙ୍କୁ ଧମକ ଦେବା ସହ ପାଣି କନେକ୍ସନ୍ ମଧ୍ୟ କାଟି ଦେଇଥିଲେ ।

ଏହାକୁ ନେଇ ଛାତ୍ରୀମାନେ ବିରୋଧ କରିବାରୁ ହଷ୍ଟେଲ ମାଲିକାଣୀ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରିକି ଜଣେ ଛାତ୍ରୀଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିବା ମଧ୍ୟ ସେମାନେ କହିଛନ୍ତି । ଛାତ୍ରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଛାତ୍ରୀମାନେ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ନୟାପଲ୍ଲୀ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏନେଇ ହଷ୍ଟେଲ ମାଳିକାଣୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ

Share

Leave a Reply

Your email address will not be published. Required fields are marked *

13 − twelve =