ଭୁବନେଶ୍ୱରରେ ଯାତାୟାତ ଅନୁଭୂତି ବଢ଼ାଇବା ପାଇଁ ଉବର ପକ୍ଷରୁ ଏଏଆଇ ସହ ସହଯୋଗିତା ସ୍ଥାପନ

ଭୁବନେଶ୍ୱର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପରିବହନ ସେବାର ରୂପାନ୍ତରଣ ଲକ୍ଷ୍ୟ ରଖି ଦେଶର ଅଗ୍ରଣୀ ରାଇଡ୍‌-ହେଲିଂ ଆପ୍ ଉବର୍ ପକ୍ଷରୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ଗତ ଆର୍ôଥକ ବର୍ଷରେ ବିମାନ ଚଳାଚଳରେ ୬୯% ବୃଦ୍ଧି ଘଟିଛି । ଫଳରେ ନିରବଚ୍ଛିନ୍ନ ଯୋଗାଯୋଗର ଚାହିଦା ବୃଦ୍ଧି ପାଇଛି । ପରିବହନକୁ ଅଧିକ ସୁବିଧାଜନକ ଏବଂ ଦକ୍ଷ କରିବା, ଯାତ୍ରୀମାନେ ବିମାନବନ୍ଦର ଏବଂ ସେମାନଙ୍କ ପସନ୍ଦର ଗନ୍ତବ୍ୟସ୍ଥଳ ମଧ୍ୟରେ ନିରବଚ୍ଛିନ୍ନ ଯୋଗାଯୋଗ ସୁନିଶ୍ଚିତ କରିବା ଉପରେ ଏହି ସହଯୋଗିତା ଗୁରୁତ୍ୱାରୋପ କରୁଛି ।
ଉବର ଇଣ୍ଡିଆ ଏବଂ ଦକ୍ଷିଣ ଏସିଆର ଯୋଗାଣ ପରିଚାଳନା ନିର୍ଦ୍ଦେଶକ ଶିବ ଶୈଳେନ୍ଦ୍ରନ କହିଛନ୍ତି ଯେ, “ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସହ ଆମର ସହଯୋଗିତା ବିମାନବନ୍ଦର ଯାତ୍ରାରେ ପରିବର୍ତନ ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବିମାନବନ୍ଦର ଯାତ୍ରୀଙ୍କ ପାଇଁ ପରିବହନକୁ ଉନ୍ନତ କରିବା, ଭୁବନେଶ୍ୱର ବିମାନବନ୍ଦରରୁ ଆସିବା କିମ୍ବା ପ୍ରସ୍ଥାନ ପରେ ବିଶ୍ୱସନୀୟ ଏବଂ ଚାପମୁକ୍ତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଏଏଆଇ ସହିତ ସହଯୋଗିତା ଆମର ସମର୍ପଣ ଭାବକୁ ଦର୍ଶାଉଛି ।
ଏହି ସହଯୋଗିତାର ଏକ ଅଂଶ ଭାବେ ଉବର ସାମଗ୍ରିକ ବିମାନ ବନ୍ଦର ଯାତ୍ରା ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ବିଭିନ୍ନ ଯାତ୍ରୀ ସୁବିଧା ଉପଲବ୍ଧ କରିବ । ଏଥିରେ ଆଗମନ ଟର୍ମିନାଲରେ ଏକ ନିର୍ଦ୍ଦିଷ୍ଟ ପିକଅପ୍ ଅଂଚଳ ଅନ୍ତର୍ଭୁକ୍ତ ଯାହା ଅନ-ସାଇଟ୍ ସହାୟତା ଏବଂ ଏକ ବିସ୍ତୃତ ଫାଇଣ୍ଡିଂ ଗାଇଡ୍ ସୁବିଧା ପ୍ରଦାନ କରିବ । ଏହି ମାର୍ଗଦର୍ଶିକା ଯାତ୍ରୀମାନଙ୍କୁ ଗେଟ୍‌ରୁ ଉବର ପିକ୍‌ଅପ୍ ଜୋନ୍‌କୁ ଯିବାରେ ସାହାଯ୍ୟ କରିବ । ଏହାବ୍ୟତୀତ, ଅତିରିକ୍ତ ସୁବିଧା ପାଇଁ, ଉବର ଚାଳକ ସହଯୋଗୀମାନେ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ଉପଭୋଗ କରିବେ ଯାହା ଫଳରେ ଚାଳକମାନଙ୍କ ପାଇଁ ଆନୁମାନିକ ଆଗମନ ସମୟ (ଇଟିଏ) ହ୍ରାସ ପାଇବ ।’’
ଶିବ ଶୈଳେନ୍ଦ୍ରନ ଆହୁରି କହିଛନ୍ତି ଯେ, “ଏହି ଭାଗିଦାରୀ ଭୁବନେଶ୍ୱରରେ ବିମାନବନ୍ଦର ଯାତ୍ରା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପିତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ପ୍ରତ୍ୟେକ ଯାତ୍ରା କେବଳ ଏକ ଯାତ୍ରା ନୁହେଁ ବରଂ ଏକ ଅସୁବିଧାମୁକ୍ତ ଏବଂ ଆନନ୍ଦଦାୟକ ଅନୁଭୂତି ବୋଲି ଏହା ସୁନିଶ୍ଚିତ କରିବ ।
ଉବର ଏବଂ ବିଜୁ ପଟ୍ଟନାୟକ ବିମାନବନ୍ଦର ମଧ୍ୟରେ ସହଯୋଗିତା କେବଳ ବିମାନବନ୍ଦର ପରିବହନ କ୍ଷେତ୍ରରେ ଏକ ପରିବର୍ତନମୂଳକ ଏକ ପଦକ୍ଷେପ ନୁହେଁ, ବରଂ ଏକ ବିଶ୍ୱସନୀୟ ଯାତ୍ରା ଅଂଶୀଦାର ହେବା, ଆରମ୍ଭରୁୁ ଗନ୍ତବ୍ୟସ୍ଥଳକୁ ଯାତ୍ରୀମାନଙ୍କ ପାଇଁ ଉପଲବ୍ଧତା ଏବଂ ଯୋଗାଯୋଗ ସୁନିଶ୍ଚିତ କରିବା ପାଇଁ ଉବରର ପ୍ରତିବଦ୍ଧତାକୁ ମଧ୍ୟ ସୁଦୃଢ଼ କରୁଛି ।’’

Share

Leave a Reply

Your email address will not be published. Required fields are marked *

eleven − seven =