ସଡକ ସୁରକ୍ଷା ଲକ୍ଷ୍ୟରେ ଟିପିଏସ୍‌ଓଡିଏଲ୍ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବ୍ରହ୍ମପୁର : ଟିପିଏସ୍‌ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌) ପକ୍ଷରୁ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି । ଏହିକ୍ରମରେ ଗୁରୁବାର କମ୍ପାନୀର ବ୍ରହ୍ମପୁର ଆମ୍ବଗଡ଼ସ୍ଥିତ ତାଲିମ କେନ୍ଦ୍ରରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଛି । ଟିପିଏସ୍‌ଓଡିଏଲର ସୁରକ୍ଷା ବିଭାଗ ଓ କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସଆର) ବିଭାଗର ମିଳିତ ଉଦ୍ୟମ ଓ ହିଞ୍ଜିଳିକାଟୁସ୍ଥିତ ଶଙ୍କର ଚକ୍ଷୁ ହସ୍ପିଟାଲର ସହଭାଗିତାରେ ଶିବିର କାର୍ଯ୍ୟକ୍ଷମ ହୋଇଥିଲା ।
ସଡକ ସୁରକ୍ଷା ସଚେତନତା ବୃଦ୍ଧି ସହ ସୁରକ୍ଷିତ ଗାଡିଚାଳନା ପାଇଁ ଆବଶ୍ୟକୀୟ ସୁସ୍ଥ ଦୃଷ୍ଟିଶକ୍ତି ସମ୍ପର୍କିତ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଶିବିରର ଆୟୋଜନ ହୋଇଥିଲା । କମ୍ପାନୀର ବିଜନେସ ଆସୋସିଏଟ, ସେମାନଙ୍କର ପରିବାର ସଦସ୍ୟ ଓ ଉପଭୋକ୍ତାମାନେ ଚକ୍ଷୁ ପରୀକ୍ଷା କରିଥିଲେ ।
ପାଖାପାଖି ଶହେ ଜଣ ବ୍ୟକ୍ତି ଚକ୍ଷୁ ପରୀକ୍ଷା ଶିବିରରେ ସାମିଲ ହୋଇ ନିଜ ନିଜର ଦୃଷ୍ଟିଶକ୍ତି ଗାଡି ଚାଳନା ପାଇଁ ସଠିକ କି ନୁହେଁ ସେନେଇ ସୂଚନା ପାଇଥିଲେ । ଟିପିଏସ୍‌ଓଡିଏଲ୍ ଏହି କାର୍ଯ୍ୟକ୍ରମ ଜରିଆରେ ସଡ଼କ ସୁରକ୍ଷା ସଚେତନତା ନେଇ ପ୍ରତିବଦ୍ଧ ରହିଛି । ଏହି ସଡକ ସୁରକ୍ଷା ସଚେତନତା ମାସବ୍ୟାପୀ ଚାଲିବାକୁ ଥିବା ବେଳେ କମ୍ପାନୀ ଦକ୍ଷିଣ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚକ୍ଷୁ ପରୀକ୍ଷା ଶିବିରର ଆୟୋଜନ କରିବ ।

Share

Leave a Reply

Your email address will not be published. Required fields are marked *

3 + 19 =