Business

ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା ରାଉରକେଲା ସହରରେ ‘ହ୍ୟାଣ୍ଡ୍ସ ଅନ୍ ଟେକନିକାଲ ଟ୍ରେନିଂ ସେଣ୍ଟର’ର ଶୁଭାରମ୍ଭ

ବୁର୍ଲା, 03.02.2025: କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଏବଂ ବୈଷୟିକ ଦକ୍ଷତା ପାଇଁ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା ରାଉରକେଲା ସହରର ସ୍ଥିତ ହାମିରପୁରଠାରେ ଏକ ଅତ୍ୟାଧୁନିକ ବୈଷୟିକ ତାଲିମ କେନ୍ଦ୍ର (ହ୍ୟାଣ୍ଡ୍ସ ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର୍)ର ଶୁଭାରମ୍ଭ କରାଯାଇଅଛି । ଟାଟା ପାୱାର (ଟି-ଆଣ୍ଡ-ଡି)ର ସୁରକ୍ଷା ମୁଖ୍ୟ ଶ୍ରୀ ସୁରେଶ ଖେତୱାନୀ ଏବଂ ଟିପିଡବ୍ଲ୍ୟୁଓଡିଏଲର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ଏହି ତାଲିମ କେନ୍ଦ୍ରଟିକୁ ଆଜି (ତା. 03.02.2024ରିଖି) ଦିନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।

ଏହି ପଦକ୍ଷେପଟି ସମଗ୍ର ପଶ୍ଚିମ ଓଡ଼ିଶାରେ ଟିପିଡବ୍ଲ୍ୟୁଓଡିଏଲର ପରିଚାଳନା ଉତ୍କର୍ଷତା ଏବଂ ସୁରକ୍ଷା ପ୍ରତି ପ୍ରତିବଦ୍ଧତାର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ । କମ୍ପାନୀର ବୈଷୟିକ କର୍ମଚାରୀମାନଙ୍କୁ ବ୍ୟବହାରିକ ଜ୍ଞାନ ତଥା ‘ରିଏଲ ଟାଇମ୍ ଟ୍ରେନିଂ’ ପ୍ରଦାନ କରିବା ପାଇଁ ଏହି ତାଲିମ କେନ୍ଦ୍ରର ପରିକଳ୍ପନା କରାଯାଇଛି, ଯାହା କମ୍ପାନୀର ‘ମିଶନ୍ ଜିରୋ ଆକ୍ସିଡେଣ୍ଟ’ ଆଦର୍ଶକୁ ସୁନିଶ୍ଚିତ କରିବ । ଏହି ତାଲିମ କେନ୍ଦ୍ରଟି କମ୍ପାନୀର କର୍ମଚାରୀମାନଙ୍କୁ ସୁରକ୍ଷା ମାନଦଣ୍ଡ ସହିତ ଦକ୍ଷତାର ସହ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଆବଶ୍ୟକ କୌଶଳ ପ୍ରଦାନ କରିବ ।

ଏହା ଶ୍ରେଣୀଗୃହ ଆଧାରିତ ଶିକ୍ଷାଠାରୁ ଆରମ୍ଭ କରି ‘ପ୍ରାକ୍ଟିସ୍ ୟାର୍ଡ’ ପର୍ଯ୍ୟନ୍ତ ସବୁକିଛି ପ୍ରଦାନ କରିବ । ଯେଉଁଠାରେ କମ୍ପାନୀର ବୈଷୟିକ କର୍ମଚାରୀମାନେ ଲୋ ଟେନସନ୍ (ଏଲଟି) ଏବଂ ହାଇ ଟେନସନ୍ (ଏଚଟି) ବିତରଣ ନେଟୱାର୍କର ପ୍ରଶିକ୍ଷଣ ଲାଭ କରିପାରିବେ । ଯାହା କର୍ମଚାରୀମାନଙ୍କୁ ସେମାନେ ନୀତିଦିନ ବ୍ୟବହାର କରୁଥିବା ‘ରିଅଲ୍ ଟାଇମ୍’ ଉପକରଣ ଗୁଡ଼ିକ ସହିତ ଅଭିଜ୍ଞତା ହାସଲ କରିବାରେ ସହାୟକ ହେବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କମ୍ପାନୀ ପକ୍ଷରୁ ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ବିଦ୍ୟୁତ୍ ଉପଖଣ୍ଡରେ ଲାଇନମେନ ଏବଂ ହେଲ୍ପରମାନଙ୍କ ତାଲିମ ପାଇଁ ‘ପ୍ରକ୍ଟିସ୍ ୟାର୍ଡ’ ସ୍ଥାପନ କରାଯାଇଅଛି ।

“ଏହି ବୈଷୟିକ ତାଲିମ କେନ୍ଦ୍ରଟି ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ସୁରକ୍ଷା ଏବଂ ପରିଚାଳନାର ନିରନ୍ତର ଉନ୍ନତି ପାଇଁ ଆମର ଉତ୍ସର୍ଗୀକୃତତାକୁ ପ୍ରତିଫଳିତ କରିବ । ବ୍ୟବହାରିକ ଦକ୍ଷତା ସହିତ ଆମର ଶ୍ରମଶକ୍ତିକୁ ସଶକ୍ତ କରି ଆମେ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ଉତ୍କର୍ଷତା ପାଇଁ ନୂତନ ମାନକ ସ୍ଥାପନ କରୁଅଛୁ’’ ବୋଲି ଟିପିଡବ୍ଲୁଓଡିଏଲ୍ ସିଇଓ ଶ୍ରୀ ପ୍ରବୀଣ ବର୍ମା ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ଘୋଷଣା କରିଛନ୍ତି ଯେ, ଟିପିଡବ୍ଲ୍ୟୁଓଡିଏଲର ବିଦ୍ୟୁତ୍ ବିତରଣ କ୍ଷେତ୍ରର ସମସ୍ତ 17ଟି ଡିଭିଜନରେ ଅନୁରୁପ ବୈଷୟିକ ତାଲିମ କେନ୍ଦ୍ରର ନିର୍ମାଣ ସମାପ୍ତ ହେବାକୁ ଯାଉଛି ଏବଂ ସେଗୁଡିକ ଖୁବଶୀଘ୍ର କର୍ମଚାରୀମାନଙ୍କ ପାଇଁ ଉତ୍ସର୍ଗୀକୃତ କରାଯିବ ।

Share

Leave a Reply

Your email address will not be published. Required fields are marked *

thirteen − twelve =