ଗୁଣାତ୍ମକ ସେବା ସୁନିଶ୍ଚିତ କରିବାକୁ ‘ଗୁଣବତ୍ତା ମାସ’ ପାଳନ କରୁଛି ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ନିଜର ଉତ୍କର୍ଷ ଯାତ୍ରାକୁ ଜାରି ରଖି ‘ଗୁଣବତ୍ତା ମାସ’ ପାଳନ କରୁଛି । ମାସ ବ୍ୟାପୀ ଗୁଣବତ୍ତା ମାସ କାର୍ଯ୍ୟକ୍ରମ ଜରିଆରେ କମ୍ପାନୀ ଗୁଣାତ୍ମକ ସେବା ପ୍ରଦାନ କ୍ଷେତ୍ରରେ ନିଜର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରୁଛି। ପ୍ରତି ବର୍ଷ ନଭେମ୍ବର ମାସ ୨ୟ ଗୁରୁବାରକୁ “ବିଶ୍ଵ ଗୁଣବତ୍ତା ଦିବସ” ଭାବେ ପାଳନ କରାଯାଏ । ଟିପିଏସ୍ଓଡିଏଲ୍ ନଭେମ୍ବର ପହିଲାରୁ ‘ଗୁଣବତ୍ତା ମାସ’ର କାର୍ଯ୍ୟକ୍ରମର ଆରମ୍ଭ କରିଥିବା ବେଳେ ମାସର ଭିନ୍ନ ଭିନ୍ନ ସମୟରେ ଗୁଣବତ୍ତା ସମ୍ପର୍କିତ କାର୍ଯ୍ୟକ୍ରମମାନ ଆୟୋଜନ ହେବା ନେଇ ଯୋଜନା ରହିଛି ।
କମ୍ପାନୀ ନିଜର କର୍ମଚାରୀମାନଙ୍କୁ ଗୁଣାତ୍ମକ ସେବା ପ୍ରଦାନ ସମ୍ପର୍କିତ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଆଇଏମଏସ ଇଣ୍ଟରନାଲ ଅଡିଟର ଟ୍ରେନିଂ ପ୍ରୋଗ୍ରାମର ଆୟୋଜନ କରୁଛି । ସେହିଭଳି କୁଇଜ୍, ଗୁଣବତ୍ତା ସମ୍ପର୍କିତ ସ୍ଲୋଗାନ, ପୋଷ୍ଟର ଓ ପ୍ରବନ୍ଧ ପ୍ରତିଯୋଗିତାମାନ ମଧ୍ୟ ଆୟୋଜିତ ହେବ। ଏହାସହ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ତଥା ଗୁଣାତ୍ମକ ସେବା ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରକ୍ରିୟା ଉନ୍ନତିକରଣ ଓ ୫-ଏସ୍ ଉନ୍ନତିକରଣ ପ୍ରତିଯୋଗିତାମାନ ହେବ । ଏହି ପ୍ରତିଯୋଗିତା ମାଧ୍ୟମରେ ସାମୂହିକ ଭାବେ କମ୍ପାନୀର ଗୁଣାତ୍ମକ ପ୍ରକ୍ରିୟାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ‘ଗୁଣବତ୍ତା ମାସ’ ଗୁଣବତ୍ତା ସଚେତନତା ଓ ବ୍ୟବସାୟିକ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ସହ ସମସ୍ତ ଅଂଶୀଦାରମାନଙ୍କର ଏହି ଦିଗରେ ଥିବା ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବ ।
ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ କହିଛନ୍ତି ଯେ,” ଉତ୍କର୍ଷର ଏହି ଯାତ୍ରାରେ ଆମେ ଗୁଣାତ୍ମକ ସଂସ୍କୃତି ପ୍ରତିପାଦନ କରିବାକୁ ପ୍ରତିଶ୍ରୁତିବଦ୍ଧ । କମ୍ପାନୀ ପରିଚାଳନାର ସବୁ ସ୍ତରରେ ଗୁଣବତ୍ତାକୁ ସୁନିଶ୍ଚିତ କରୁଛି । ଆମ ବିଶ୍ୱାସ ଯେ, ଗୁଣବତ୍ତାକୁ ସାମଗ୍ରିକ ଭାବେ କର୍ମକ୍ଷେତ୍ରରେ ଲାଗୁ କରାଇ ଉତ୍କର୍ଷ ସେବା ପ୍ରଦାନ କରିବା ସହ ଆମର ଲକ୍ଷ୍ୟ ହାସଲ କରିପାରିବୁ ।

Share

Leave a Reply

Your email address will not be published. Required fields are marked *

five × 2 =