ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ବଲିଉଡ୍ ତାରକା ଶାହରୁଖ ଖାନ, ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ନେଇ ନୂଆ ଟିଭି ବିଜ୍ଞାପନ

ଭୁବନେଶ୍ୱର: ଭାରତର ଅଗ୍ରଣୀ ସମନ୍ୱିତ ଷ୍ଟିଲ୍ ଓ ଟିଏମ୍‌ଟି ବାର୍ ନିର୍ମାତା ରୁଙ୍ଗଟା ମାଇନ୍‌ସ ଲିମିଟେଡ୍ ପକ୍ଷରୁ ବଲିଉଡ୍ ତାରକା ଶାହରୁଖ ଖାନ, ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ନେଇ ଏକ ନୂଆ ଟିଭି ବିଜ୍ଞାପନ ଉନ୍ମୋଚନ କରାଯାଇଛି, ଯାହା “ଏକ ଦମ୍ ସଲିଡ୍‌” ପ୍ରତିବଦ୍ଧତାକୁ ଦୋହରାଉଛି ।
ଏହି ଟିଭି ବିଜ୍ଞାପନରେ ଅଭିନେତାମାନଙ୍କୁ “ଘରର ମୁଳଦୁଆ ପୁରା ଦୃଢ଼ ଦରକାର” ମୁଖ୍ୟ ବାର୍ତା ଉପରେ ବିଶ୍ୱାସ, ଭରସା ଏବଂ ହାଲୁକା ଫୁଲକା ଆଲୋଚନା କରୁଥିବା ଦେଖିବାକୁ ମିଳିବ । ପାରମ୍ପରିକ ଭାବେ ଏକ କଠିନ କ୍ଷେତ୍ର ବିବେଚନା କରାଯାଉଥିବା ଇସ୍ପାତ କ୍ଷେତ୍ରରେ ଏକ ଭିନ୍ନ ସ୍ୱରୂପ ପ୍ରଦାନ କରିବା ଲାଗି ରୁଙ୍ଗଟାର ନୂଆ ଟିଭି ବିଜ୍ଞାପନରେ ପ୍ରୟାସ କରାଯାଇଛି ।
ଏଥିରେ ରଣବୀର ଓ ଆଲିଆଙ୍କୁ ସେମାନଙ୍କ ପ୍ରମୁଖ ସିନେମା ଚରିତ୍ର ସନାୟା, ବର୍ଫି ଓ ସଞ୍ଜୁ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳୁଛି ଯାହା ଫଳରେ ଦର୍ଶକଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ ହୋଇପାରୁଛି । ଶାହରୁଖ ଏକ ମିସନରେ ରହିଛନ୍ତି । ସେ ଅନ୍ୟ ଦୁଇ ତାରକାଙ୍କୁ ପଚରାଉଚୁରା କରି ଦୃଢ଼ ମୁଳଦୁଆର ରହସ୍ୟ ଜାଣିବାକୁ ପ୍ରୟାସ କରୁଛନ୍ତି । ଏହି ବିଜ୍ଞାପନର ସ୍ପଷ୍ଟ ବାର୍ତା ହେଉଛି ଆପଣ ଚାହୁଥିବା ଦୃଢ଼ତା ରୁଙ୍ଗଟା ଷ୍ଟିଲ୍ ଟିଏମ୍‌ଟି ବାର୍ ପ୍ରଦାନ କରୁଛି । ରୁଙ୍ଗଟା ଷ୍ଟିଲ୍ ଟିଏମ୍‌ଟି ବାର୍‌ର ଦୃଢ଼ତା ବିଷୟରେ ଶାହରୁଖ ସୂଚନା ପ୍ରଦାନ କରୁଛନ୍ତି ଯାହା ଟିଏମ୍‌ଟି ବାର୍‌ରେ ଏହାକୁ ପ୍ରମୁଖ ପସନ୍ଦରେ ପରିଣତ କରିଛି ।
ଋୁଙ୍ଗଟା ଷ୍ଟିଲ୍‌ର ପ୍ରବକ୍ତା ଶ୍ରୀ ଅରବିନ୍ଦ କୁମାର କହିଛନ୍ତି ଯେ, “ରୁଙ୍ଗଟା ଷ୍ଟିଲ ପରମ୍ପରାର ସୁରକ୍ଷାକର୍ତା ଭାବେ ବଲିଉଡ୍ ତାରକା ତଥା ଆମର ବ୍ରାଣ୍ଡ୍ ଆମ୍ବାସାଡର ଶାହରୁଖ ଖାନ୍‌, ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ନେଇ ଆମେ ଆମର ସଦ୍ୟତମ ଟିଭି ବିଜ୍ଞାପନକୁ ଉନ୍ମୋଚନ କରିଥିବାରୁ ବହୁତ ଖୁସି । ସିନେମା ଦୃଷ୍ଟିରୁ ବେଶ ଚମତ୍କାର ହୋଇଥିବା ଏହି ବିିଜ୍ଞାପନରେ ରୁଙ୍ଗଟା ଷ୍ଟିଲ୍‌ର ଭାବକୁ ପ୍ରତିଫଳିତ କରାଯାଇଛି ଯାହା ହେଉଛି ଭରସା, ବିଶ୍ୱାସ ଓ ଦୃଢ଼ତା ସୂଚାଉଛି । ଆମର ବିଶ୍ୱାସ ରହିଛି ଯେ ଏହି ଅଭିଯାନ ଆମ ଗ୍ରାହକଓ ମୂଲ୍ୟବାନ ସହଯୋଗୀଙ୍କ ହୃଦୟ ଜୟ କରିବ ଏବଂ ଆମ ଟିଏମ୍‌ଟି ବାର୍‌ରେ ବିଶ୍ୱାସ ଜାଗ୍ରତ କରିବ । ଏଗୁଡ଼ିକ ହେଉଛି ଟିଏମ୍‌ଟି ବାର୍‌ଠାରୁ ଆହୁର ବହୁତ କିଛି କାରଣ ତାହା ହେଉଛି ଢାଂଚା ସହନଶୀଳତାର ମୁଳଦୁଆ ଏବଂ ଆମର ଦୃଢ଼ ଏବଂ ଏକ ଅଧିକ ସୁରକ୍ଷିତ ଭବିଷ୍ୟତ ଲକ୍ଷ୍ୟର ପ୍ରତୀକ ।’’

Share

Leave a Reply

Your email address will not be published. Required fields are marked *

fourteen + 14 =