ଟିପିସିଓଡିଏଲ୍ ପକ୍ଷରୁ ପିକ୍ ଗ୍ରୀଷ୍ମ ଚାହିଦା ସମୟରେ ଲୋଡ୍ ପରିଚାଳନା ରଣନୀତି କାର୍ଯ୍ୟକ୍ଷମ

ଭୁବନେଶ୍ୱର ସହରର ଲୋଡ୍ ଚାହିଦା ୨୫% ବୃଦ୍ଧି ପାଇ ୫୯୨ ମେଗାୱାଟ୍‌
ଭୁବନେଶ୍ୱର: ଦିନତମାମ ତାପମାତ୍ରା ଅଧିକ ରହୁଥିବାରୁ ୨୦୨୩-୨୪ ଆର୍ଥିକ ବର୍ଷର ପିକ୍ ଗ୍ରୀଷ୍ମ ଋତୁ ସମୟରେ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସି୍‌ଓଡିଏଲ୍‌) ଅଂଚଳରେ ବିଦ୍ୟୁତ ଆବଶ୍ୟକତାରେ ଅସ୍ୱାଭାବିକ ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଛି ।
ଗତବର୍ଷ ତୁଳନାରେ ମଧ୍ୟାହ୍ନ ଓ ରାତି ସମୟରେ ଆବଶ୍ୟକତା ବୃଦ୍ଧି ପାଇଥିବାରୁ ବିଦ୍ୟୁତ ଚାହିଦା ବଢ଼ିଛି ।
ଟିପିସିଓଡିଏଲ୍‌ର ବିଦ୍ୟୁତ ଚାହିଦା ୧୭୩ ମେଗାୱାଟ୍‌ରୁ ୨୦୨୫ ମେଗାୱାଟ୍‌କୁ ବୃଦ୍ଧି ପାଇଥିବାରୁ ସେଥିରେ ୧୫ ପ୍ରତିଶତର ବୃଦ୍ଧି ହୋଇଛି । ବିଶେଷ କରି ଭୁବନେଶ୍ୱର ସହରରେ ଲୋଡ୍ ୪୭୪ ମେଗାୱାଟ୍‌ରୁ ବୃଦ୍ଧି ପାଇ ୫୯୨ ମେଗାୱାଟ୍ ହୋଇଥିବାରୁ ସେଥିରେ ୨୫ ପ୍ରତିଶତର ବୃଦ୍ଧି ହୋଇଛି ।
ଏହି ଆହ୍ୱାନପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ ବଂଟନର ପ୍ରଭାବୀ ପରିଚାଳନା ପାଇଁ ବିଭିନ୍ନ ପ୍ରତ୍ୟକ୍ଷ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ଥାପନ କରାଯାଇଥିବା କେନ୍ଦ୍ରୀୟ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ସିପିଏସ୍‌ସିସି) ଏଥିରେ ପ୍ରମୁଖ ଭୂମିକା ନିର୍ବାହ କରୁଛି । ସିପିଏସ୍‌ସିସି ଜରିଆରେ ପ୍ରତିଟି ପ୍ରାଥମିକ ସବ୍‌ଷ୍ଟେସନରେ ବିଦ୍ୟୁତ ପ୍ରବାହ ଓ ଲୋଡିଂକୁ ସୁନିଶ୍ଚିତ କରାଯିବା ସହ ବିଦ୍ୟୁତ ବଂଟନର ବାସ୍ତବ ସ୍ଥିତି ଉପରେ ନଜର ରଖାଯାଇପାରୁଛି ।
ସୁପରଭାଇଜରି କଂଟ୍ରୋଲ ଆଣ୍ଡ୍ ଡାଟା ଆକ୍ୱିଜିସନ୍ (ସ୍କାଡା) ବ୍ୟବସ୍ଥାର ସହାୟତାରେ ଏହି ସିପିଏସ୍‌ସିସି ଇଞ୍ଜିନିୟରମାନଙ୍କ ଦ୍ୱାରା ଚବିଶ ଘଂଟା ପରିଚାଳିତ ହେଉଛି । ବର୍ତମାନ ସୁଦ୍ଧା ୩୩/୧୧ କେଭି କ୍ଷମତା ୧୫୦ ପ୍ରାଥମିକ ସବ୍‌ଷ୍ଟେସନ ସହିତ ସ୍କାଡା ବ୍ୟବସ୍ଥାକୁ ଯୋଗ କରାଯାଇଛି, ଫଳରେ ଏହି ସବଷ୍ଟେସନଗୁଡ଼ିକର ରିମୋଟ୍ ନିରୀକ୍ଷଣ ଓ ନିୟନ୍ତ୍ରଣ ସମ୍ଭବ ହୋଇପାରିଛି ।
ଅସନ୍ତୁଳିତ ଲୋଡିଂ ଓ ଟ୍ରିପିଂ ଭଳି ଘଟଣା ସମୟରେ ସ୍କାଡା ମାଧ୍ୟମରେ ସିପିଏସ୍‌ସିସି ତୁରନ୍ତ ସତର୍କ ସୂଚନା ଗ୍ରହଣ କରୁଛି, ଫଳରେ ଯାଂଚ ଓ ଅନୁମୋଦନ ପ୍ରକ୍ରିୟା ପରେ ଆବଶ୍ୟକ ଲୋଡ୍‌କୁ ଅନ୍ୟତ୍ର ପଠାଇବା କିମ୍ବା ଫିଡରର ରିମୋଟ୍ ଚାର୍ଜିଂ କରିବା ଲାଗି ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇପାରୁଛି ।
କ୍ଷମତାର ୮୦%ରେ ଲୋଡ୍ ପହଂଚିବା ପରେ ସୃଷ୍ଟି ହେଉଥିବା ଆଲର୍ଟ (ସତର୍କ ସୂଚନା) ସହିତ ସମସ୍ତ ୧୧ କେଭି ଫିଡର ଓ ୩୩/୧୧ କେଭି ବିଦ୍ୟୁତ ଟ୍ରାନ୍ସଫରମର୍‌ର ଲୋଡ୍‌କୁ ତୀକ୍ଷ୍‌ଣ ପରିଚାଳନା କରାଯାଇପାରୁଛି ।
ପ୍ରଭାବୀ ଲୋଡ୍ ପରିଚାଳନା ପାଇଁ ଟିପିସିଓଡିଏଲ୍‌ର ପ୍ରତିବଦ୍ଧତା ଯୋଗୁଁ ଉଚ୍ଚ ଚାହିଦା ଭଳି ସମୟରେ ମଧ୍ୟ ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରାଯାଇପାରୁଛି । ଉନ୍ନତ ପ୍ରଯୁକ୍ତିର ବ୍ୟବହାର ଓ ନିରନ୍ତର ନିରୀକ୍ଷଣ ଜରିଆରେ ଏହି ଡିସ୍‌କମ୍ ବର୍ଦ୍ଧିତ ବିଦ୍ୟୁତ ଆବଶ୍ୟକତା ପୂରଣ କରିବା ଏବଂ ବିଦ୍ୟୁତ ବଂଟନ ନେଟ୍‌ଓ୍‌ର୍କରେ ସ୍ଥିରତା ବଜାୟ ରଖିବାକୁ ଉଦ୍ୟମ କରୁଛି ।

Share

Leave a Reply

Your email address will not be published. Required fields are marked *

19 − three =