ଟାଟା ଷ୍ଟିଲ୍‌ର ୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୫୫,୬୮୨ କୋଟି ରାଜସ୍ୱ

ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଏହି ସମୟରେ କଂପାନିର ରାଜସ୍ୱ ୫୫,୬୮୨ କୋଟି ଟଙ୍କା ହୋଇଥିବା ବେଳେ ଭାରତୀୟ ବ୍ୟବସାୟର ମାର୍ଜିନ ୨୦% ଅଧିକ ରହିଛି ଏବଂ ଇବିଆଇଟିଡିଏ ୬,୮୪୧ କୋଟି ଟଙ୍କା ହୋଇଛି ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ କଂପାନିର ରାଜସ୍ୱ ୧,୧୫,୧୭୨ କୋଟି ଟଙ୍କା ରହିଛି ।

ଟାଟା ଷ୍ଟିଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନ କହିଛନ୍ତି ଯେ, “ପ୍ରାୟ ୫ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ ସହ ଟାଟା ଷ୍ଟିଲ୍ ଇଣ୍ଡିଆ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଆଲୋଚ୍ୟ ତ୍ରୈମାସିିକରେ ଅସ୍ଥିରତା ଓ ଋତୁଭିତିକ ବିଷୟ ସତ୍ୱେ ଘରୋଇ ଡେଲିଭରି ବର୍ଷକୁ ବର୍ଷ ଭିତିରେ ୬% ବୃଦ୍ଧି ପାଇଥିଲା । ଦ୍ୱିତୀୟ ତ୍ରୈମାସିକରେ ଅଟୋ, ବ୍ରାଣ୍ଡେଡ୍ ଉତ୍ପାଦ ଓ ରିଟେଲ୍ ବିକ୍ରି ବହୁତ ଭଲ ରହିଛି । କଳିଙ୍ଗନଗର ସିଆର୍‌ଏମ୍ କମ୍ପେ୍ଲକ୍ସରେ ଏଫ୍‌ଏଚ୍‌ସିଆର୍ କଏଲ୍ ଉତ୍ପାଦନ ଆରମ୍ଭ କରାଯାଇଥିବା ବେଳେ ଆମର କୋଲ୍‌ଡ ରୋଲ୍‌ଡ ଷ୍ଟିଲ୍ ପାଇଁ ଅଟୋମେଟିଭ୍ ଓଇଏମ୍‌ଙ୍କଠଟାରୁ ଅନୁମୋଦନ ମିଳିବା ଆରମ୍ଭ ହୋଇଛି । ଆମର ଦୃଢ଼ ବଂଟନ ନେଟ୍‌ୱର୍କ ଜରିଆରେ ଗୃହ ନିର୍ମାତାଙ୍କ ରିଟେଲ୍ ବିକ୍ରି ବୃଦ୍ଧି ଜାରି ରହିଛି । ଇ-କମର୍ସ ପ୍ଲାଟଫର୍ମ ଟାଟା ଷ୍ଟିଲ୍ ଆସିଆନା ପ୍ରତି ମାସରେ ୧୦,୦୦୦ ସ୍ୱତନ୍ତ୍ର ଗ୍ରାହକଙଭ୍‌କୁ ସେବା ପ୍ରଦାନ କରୁଛି । ଦୀର୍ଘସ୍ଥାୟୀତ୍ୱ ଆଡ଼କୁ ଅଗ୍ରସର ହୋଇ ୨୦୪୫ ସୁଦ୍ଧା ନେଟ୍ ଜିରୋ ପାଇଁ ଆମେ ପ୍ରତିବଦ୍ଧ ରହିଛୁ ଏବଂ ଭୌଗୋଳିକ ଅଂଚଳଗୁଡ଼ିକରେ ଇସ୍ପାତ ଉତ୍ପାଦନର ଡିକାର୍ବନାଇଜେସନ ଜାରି ରହିଛି । ବ୍ରିଟେନ୍‌ରେ ଆମେ ଅତ୍ୟାଧୁନିକ ସ୍କ୍ରାପ୍ ଭିତିକ ଇଏଏଫ୍ ସହିତ ସରକାରଙ୍କ ସହଯୋଗରେ ନିବେଶ କରିବାକୁ ଯୋଜନା ରଖିଛୁ ଏବଂ ଏହା ଦ୍ୱାରା ବର୍ଷକ ଭିତରେ ପ୍ରତ୍ୟକ୍ଷ ଭାବେ ୫୦ ନିୟୁତ ଟନ୍ କାର୍ବନ ନିର୍ଗମନ ହ୍ରାସ ପାଇବ ।’’

ଆଲୋଚ୍ୟ ତ୍ରୈମାସିକରେ କଂପାନି ପୁଂଜି ବ୍ୟୟ ବାବଦରେ ୪,୫୫୩ କୋଟି ଟଙ୍କା ବ୍ୟୟ କରିଥିବା ବେଳେ ଅର୍ଧବାର୍ଷିକୀ ସୁଦ୍ଧା ତାହା ୮୬୪୨ କୋଟି ଟଙ୍କା ହୋଇଛି । କଳିଙ୍ଗନଗରରେ ୫ ଏମ୍‌ଟିପିଏ ଓ ପଂଜାବରେ ୦.୫ ଏମ୍‌ଟିପିଏ ଇଏଏଫ୍ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି ।

ଟାଟା ଷ୍ଟିଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଚିଫ୍ ଫାଇନାନ୍ସିଆଲ୍ ଅଫିସର ଶ୍ରୀ କୌଶିକ ଚାଟାର୍ଜର୍ୀ କହିଛନ୍ତି ଯେ, “ୟୁରୋପରେ ବ୍ରିଟେନ୍ ବ୍ୟବସାୟରେ ସୁଧାର ଘଟିଥିବା ବେଳେ ନେଦରଲ୍ୟାଣ୍ଡ୍‌ର ବ୍ୟାବସାୟ ମୋଟାମୋଟି ଭାବେ ସ୍ଥିର ରହିଛି । ଉଭୟ ଅଂଚଳରେ ଟନ୍ ପିଛା ରାଜସ୍ୱ କମ୍ ରହିଛି । ନେଦରଲ୍ୟାଣ୍ଡ୍‌ରେ ବ୍ୟୟରେ ବୃଦ୍ଧି ପାଇଁ ମାର୍ଜିନ ସମାନ ରହିଛି । ସୁହାଇବା ଭଳି କାର୍ଯ୍ୟକାରୀ ପୁଂଜି ପରିଚାଳନା ଯୋଗୁଁ ସୁଧ ପୂର୍ବରୁ ନଗଦ ପ୍ରବାହ ପରିମାର ୪,୬୫୮ କୋଟି ଟଙ୍କା ରହିଛି । ଏହି ତ୍ରୈମାସିକରେ ଆମର ପୁଂଜି ବ୍ୟୟ ୪୫୫୩ କୋଟି ଟଙ୍କା ଥିବା ବେଳେ ଅର୍ଧବାର୍ଷିକ ସୁଦ୍ଧା ୮୬୪୨ କୋଟି ଟଙ୍କା ରହିଛି । ୨୦୨୩-୨୪ ଲାଗି ଧାର୍ଯ୍ୟ କରାଯାଇଥିବା ୧୬,୦୦୦ କୋଟି ଟଙ୍କା ଲକ୍ଷ୍ୟ ଅନୁସାରେ ଏହା ଠିକ୍ ବାଟରେ ରହିଛି । କଳିଙ୍ଗନଗରରେ ୫ ଏମ୍‌ଟିପିଏ ସମ୍ପ୍ରସାରଣ ଶେଷ କରିବା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ । ଆମ ନିଟ୍ ଋଣ ୭୭,୦୩୨ କୋଟି ଟଙ୍କା ରହିଛଚି ଏବଂ ଗ୍ରୁପ୍‌ର ନଗଦ ପରିମାଣ ୨୭,୬୩୭ କୋଟି ଟଙ୍କା ରହିଛି । ଏହି ତ୍ରୈମାସିକରେ ମୁଡିସ୍ ଆମ ରେଟିଂକୁ ନିବେଶ ବର୍ଗକୁ ବଢ଼ାଇଛି । ଆମ ଯୋଜନା ଅନୁସାରେ ଟିଏସୟୁକେର ଭାରି ସଂପତିଗୁଡ଼ିକୁ କେବଳ ନିର୍ଦ୍ଦିଷ୍ଟ ସମୟ ଲାଗି ବ୍ୟବହାର କରାଯିବ । ଏଥିପାଇଁ ଏହି ଆର୍ଥିକ ବର୍ଷରେ ୧୨,୫୬୦ କୋଟି ଟଙ୍କାର ଖର୍ଚ୍ଚ ହାତକୁ ନିଆଯିବ । ବ୍ରିଟେନ ବ୍ୟବସାୟ ଲାଗି ୬,୩୫୮ କୋଟି ଟଙ୍କା ଆର୍ଥିକ ଦାୟିତ୍ୱ ବହନ କରାଯାଇଛି । ଖର୍ଚ୍ଚ, ପରିଚାଳନା ଓ କାର୍ଯ୍ୟକାରୀ ପୁଂଜିରେ ଉନ୍ନତି ସହ ନଗଦ ପ୍ରବାହ ବଢ଼ାଇବା ଉପରେ ଆମେ ଧାନ ଦେବା ଜାରି ରଖିବୁ ।’’

Share

Leave a Reply

Your email address will not be published. Required fields are marked *

3 × one =