ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଫେରୋ ଆଲଏଜ୍‌ର ପ୍ରଥମ ଉପକୂଳ ମଲ୍‌ଟି ମୋଡାଲ୍ ପରିବହନ

କାର୍ବନ ଫୁଟ୍‌ପ୍ରିଂଟ୍ ହ୍ରାସ ଓ ନିରନ୍ତର ବିକାଶର ପ୍ରସାର
ଭୁବନେଶ୍ୱର/ ପାରାଦୀପ: ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ସୋମବାର ଫେରୋ ଆଲଏଜ୍‌ର ପ୍ରଥମ ମଲ୍‌ଟି-ମୋଡାଲ୍ ପରିବହନ ଘୋଷଣା କରାଯାଇଛି । କଂପାନି ଏହାର ଲଜିଷ୍ଟିକ୍ ସହାଯାଗୀ ୟୁନିଫିଡର ସହଯୋଗରେ ଓଡ଼ିଶାରେ ଥିବା ଏହାର କାରଖାନାଗୁଡ଼ିକରୁ ଫେରୋ ଆଲଏଜ୍‌କୁ ସଡ଼କ, ରେଳପଥ ଓ ସମୁଦ୍ରପଥ ବ୍ୟବହାର କରି ଭାରତୀୟ ଉପକୂଳ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ପରିବହନ କରିବ ।
ଫେରୋ ଆଲଏଜ୍‌ର ଉପକୂଳ ମଲ୍‌ଟି-ମୋଡାଲ୍ ପରିବହନ ବ୍ୟବସ୍ଥାରେ ଓଡ଼ିଶାରେ ଥିବା ଟାଟା ଷ୍ଟିଲ୍ ମାଇନିଂର ଫେରୋ ଆଲଏଜ୍ କାରଖାନାରୁ ବିପୁଳ ପରିମାଣରେ ଫେରୋ ଆଲଏଜ୍‌କୁ ପାରାଦୀପ ଇଟଂରନ୍ୟାସନାଲ୍ କାର୍ଗୋ ଟର୍ମିନାଲ୍ (ପିଆଇସିଟି)କୁ ପରିବହନ କରାଯାଇ ତାହାକୁ ଏକ ଜାହାଜରେ ଭାରତୀୟ ଉପକୂଳ ମାଧ୍ୟମରେ ଭି. ଓ ଚିଦାମ୍ବରନାର ବନ୍ଦର (ପୂର୍ବରୁ ଟୁଟିକୋରିନ ବନ୍ଦର) ଦେଇ ଦୀନଦୟାଲ ବନ୍ଦର (ପୂର୍ବରୁ କାଣ୍ଡ୍‌ଲା ବନ୍ଦର)କୁ ପଠାଯିବ ।
ଏହି ଅଭିଯାନ ସମ୍ପର୍କରେ ଟାଟା ଷ୍ଟିଲ୍ ମାଇନିଂର ପରିଚାଳନା ନିର୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ଉପକୂଳ ମଲ୍‌ଟି-ମୋଡାଲ୍ ପରିବହନ ବ୍ୟବସ୍ଥାକୁ ଆପଣାଇ ଟାଟା ଷ୍ଟିଲ୍ ମାଇନିଂ ଲୋୟର କାର୍ବନ୍ ଫୁଟ୍‌ପ୍ରିଂଟ୍ ପ୍ରତି ଏହାର ପ୍ରତିବଦ୍ଧତା ଦର୍ଶାଉଛି । ବିବିଧ ପରିବହନ ବ୍ୟବସ୍ଥାର ଲାଭ ଉଠାଇ ଆମେ କ୍ଲାଏଂଟ୍‌ମାନଙ୍କୁ ପରିବେଶ ସଚେତନ, ସୁଲଭ ଓ ପ୍ରଭାବୀ ଉତ୍ପାଦ ପରିବହନ ସମାଧାନ ପ୍ରଦାନ କରୁଥିବା ବେଳେ ସବୁଜ ଭବିଷ୍ୟତ ଲାଗି ଆମ ତରଫରୁ ଯଥା ସମ୍ଭବ କାର୍ଯ୍ୟ କରୁଛୁ ।’’
ପଶ୍ଚିମ ଭାରତର ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଦିଗରେ ଟିଏସ୍‌ଏମ୍‌ଏଲ୍ ପାଇଁ ଏହା ଏକ ପ୍ରମୁଖ ମାଇଲଖୁଂଟ । ଭାରତୀୟ ଉପକୂଳରେ ମଲ୍‌ଟି-ମୋଡାଲ୍ ପରିବହନର ସମ୍ଭାବନାକୁ ଆହୁରି ବିସ୍ତୃତ କରିବା ଲାଗି ଟାଟା ଷ୍ଟିଲ ମାଇନିଂ ପ୍ରତିବଦ୍ଧ ରହିଛି ଏବଂ ଏହାର ପୋର୍ଟଫୋଲିଓରେ ଥିବା ଅନ୍ୟାନ୍ୟ ଉତ୍ପାଦ ଲାଗି ସେହିଭଳି ବିକଳ୍ପକୁ ଏହା ଅନୁସନ୍ଧାନ କରୁଛି ।
ପାରାଦୀପରୁ ଫେରୋ ଆଲଏଜ୍‌ର ଉପକୂଳ ମଲ୍‌ଟି-ମୋଡାଲ୍ ପରିବହନକୁ ପତାକା ଦେଖାଇ ଶୁଭାରମ୍ଭ କରିବା କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ମାଇନିଂର ଏଜିଏମ୍‌-ସପ୍ଲାଏ ଚେନ୍ ଅମିତ ଚୌବେ, ଏଡିଏମ୍‌-ସପ୍ଲାଏ ଚେନ୍ ସୌମ୍ୟ ବସୁ, ୟୁନିଫିଡରର ପ୍ରବନ୍ଧକ ସତ୍ୟ ଶ୍ରୀନିବାସ ରାଓ, ଜେଏମ୍ ବକ୍ସିର ବରିଷ୍ଠ ପ୍ରବନ୍ଧକ ମନଶ୍ରୀ ରଂଜନ ପଣ୍ଡା, ସିୱେଜ୍ ସିପିଂ ଆଣ୍ଡ୍ ଲଜିଷ୍ଟିକ୍ସ ଲିମିଟେଡ୍‌ର ଉପସଭାପତି କ୍ୟାପ୍‌ଟେନ୍ ଦେବବ୍ରତ ନାୟକ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

three × 5 =