Business

ଟାଟା ଷ୍ଟିଲ୍ ପକ୍ଷରୁ ଯୋଡ଼ାରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଯୋଡ଼ା: ଡେଙ୍ଗୁ ରୋଗ ର ଦମନ ଏହାର ନରାକରଣ ବିଷୟରେ ଗୋଷ୍ଟୀ ସମୁଦାୟରେ ସଚେତନତା ସୃଷ୍ଟି କରିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଯୋଡ଼ା ମୁନିସପାଲିଟି ଏବଂ ଏହାର ପାଶ୍ୱର୍ବର୍ତୀ ଜଳହରୀ, ଜୁରୁଡ଼ି ଓ ଜଜଓଙ୍ଗ ଗ୍ରାମ ପଂଚାୟତ ଅଧୀନରେ ଥିବା ଗ୍ରାମଗୁଡ଼ିକରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛ଼ି ।
ଧୂଆଁ ଦେବା, ଆଂଟି-ଲାର୍ଭା ସ୍ପ୍ରେ କରିବା, ସାର୍ବଜନୀନ ଘୋଷଣା ଏବଂ ଡେଙ୍ଗୁକୁ ନେଇ କ’ଣ କରିବେ ଓ କ’ଣ କରିବେ ନାହିଁ ସେ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଥିବା ଲିଫ୍‌ଲେଟ୍ ବଂଟନ କରିବା ଆଦି ଜରିଆରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛ଼ି । ଲାର୍ଭା ପ୍ରଜନନର ଉତ୍ସକୁ କମ୍ କରିବା ଲାଗି ଘର ପାଖରେ ଥିବା ଉତ୍ସ କମ୍ କରିବା ଭଳି କାର୍ଯ୍ୟକ୍ରମ ଆୟୋଜନ କରି ଲୋକମାନଙ୍କୁ ସଚେତନତା କରାଯାଇଛି ।
ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ଏକ ଉତ୍ସର୍ଗୀକୃତ ଟିମ୍ ଗଠନ କରାଯାଇ ଏହି ସମସ୍ତ ଅଂଳଚ ସମୁଦାୟରେ ସମ୍ବେଦନଶୀଳ ସ୍ଥାନ ଓ ମଶା ବଂଶ ବୃଦ୍ଧି ସ୍ଥଳଗୁଡ଼ିକୁ ଚିହ୍ନଟ କରାଯାଇଛି ଏବଂ ମଶା ଲାର୍ଭା ସଂଖ୍ୟା କମ୍ କରିବା ଲାଗି ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।
ଯୋଡ଼ା ଓ ଏହାର ଆଖପାଖର ଦୁର୍ଗମ ଅଂଚଳଗୁଡ଼ିକରେ ପରିଚାଳିତ ହେଉଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ୟୁନିଟ୍‌ଗୁଡ଼ିକ ଜ୍ୱର ଓ ପ୍ରାଥମିକ ଚିକିତ୍ସା ପାଇର୍ ଗୋଷ୍ଠୀ ସମୁଦାୟର ସ୍କ୍ରିନିଂ କରାଯାଇଛି । ରୋଗ ବ୍ୟାପିବାକୁ ରୋକିବା ଲାଗି ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବାସିନ୍ଦା ଓ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛିା । ଭେକ୍ଟର ବାହିତ ରୋଗର କୌଣସିି ଲକ୍ଷଣ ଥିଲେ କିମ୍ବା ଜ୍ୱର ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସେମାନଙ୍କୁ କୁହାଯାଇଛି ।
ସାମାଜିକ ଦାୟିତ୍ୱବୋଧର ଅଂଶ ଭାବେ ଟିଏସ୍‌ଏଫ୍ ପକ୍ଷରୁ ନିକଟରେ ୧୨,୦୦୦ ମଶାରୀ ଆଖପାଖ ଗ୍ରାମ ଯଥା ସରଗିତଳିଆ, ଗୁୁରୁଡ଼ା, ବେଣୁଆପାଣି, କୁଣ୍ଡାପଶି, ବାମେବାରୀ, ପଳସା କ ଓ ଖ, ନମ୍ବିରା, ଖଣ୍ଡବନ୍ଧ, ଜୁରୁଡ଼ି ଓ ଜଜାଙ୍ଗରେ ବଂଟନ କରାଯାଇଛି ।
ସ୍ୱାସ୍ଥ୍ୟ ଓ ୱେଲନେସ୍‌ର ବିଭିନ୍ନ ବିଷୟର ମୁକାବିଲା କରି ଗୋଷ୍ଠୀ ପାଇଁ ଏକ ସୁସ୍ଥକର ପରିବେଶ ସୃଷ୍ଟି କରିବାକୁ ଟିଏସ୍‌ଏଫ୍ ଲକ୍ଷ୍ୟ ରଖିଛି ।

Share

Leave a Reply

Your email address will not be published. Required fields are marked *

15 − 13 =