ଟାଟା ଷ୍ଟିଲ୍ ଫାଉେଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ବ୍ୟକ୍ତି ଦିବସ ପାଳିତ

ସପ୍ତାହବ୍ୟାପୀ ସମାରୋହରେ ୩୦୦ ଜଣଙ୍କ ଯୋଗଦାନ, ସାଂସ୍କୃତିକ କାର୍ଯ୍ୟକ୍ରମରେ ୨୧୦ ଦିବ୍ୟାଙ୍ଗଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ
ଗୋପାଳପୁର: ଆନ୍ତର୍ଜାତିକ ଭିନ୍ନକ୍ଷମ ବ୍ୟକ୍ତି ଦିବସ ପାଳନ ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ଗୋପାଳପୁର ପକ୍ଷରୁ ଗଂଜାମ ଜିଲ୍ଲା ଅସ୍ଥିଶଲ୍ୟ ଭିନ୍ନକ୍ଷମ କଲ୍ୟାଣ ସଂଘ ସହଯୋଗରେ ୨୦୨୩ ଡିସେମ୍ବର ୩ରେ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଶୁଭାରମ୍ଭରେ ଅନୁଷ୍ଠିତ ଆଲୋଚନାରେ ଏହି ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଛି । ନଭେମ୍ବର ୨୭ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କ ଭାବକୁ ଅନୁପ୍ରାଣିତ କରିବା ଏବଂ ଭେଷଜ, ନୃତ୍ୟ, କ୍ରୀଡ଼ା ଓ ଶିକ୍ଷା ଭଳି କ୍ଷେତ୍ରରେ ସେମାନଙ୍କ ସଫଳତାକୁ ସ୍ୱୀକୃତି ପ୍ରଦାନ କରିବା ।
ଏହି ଅବସରରେ ଓଏନଜିସିର ସ୍ୱାଧୀନ ନିର୍ଦ୍ଦେଶକ ଭି ଅଜିତ କୁମାର ରାଜୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଭାରତୀୟ ତଟରକ୍ଷୀ ବାହିନୀର କମାଣ୍ଡର ପ୍ରତୀପ ମୋଦକ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ଛତ୍ରପୁର ବାର୍ ଆସୋସିଏସନ୍‌ର ଏଲ୍ ଗୋପାଳ ରାଓ, ବ୍ରହ୍ମପୁର ସିଡିଏମ୍‌ଓ ଡା.ସରୋଜିନୀ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ଗୋପାଳପୁରର ମୁଖ୍ୟ ରକି ମାର୍ଟିନ ପ୍ରମୁଖ ଉପସ୍ଥିତ ଥିଲେ ।

ଗୋଷ୍ଠୀ ସଦସ୍ୟ, ସରକାରୀ ଅଧିକାରୀ, ଭିନ୍ନକ୍ଷମ ଛାତ୍ରଛାତ୍ରୀ ସମେତ ମୋଟ ୩୦୦ ଜଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୧୦ ଭିନ୍ନକ୍ଷମ ବ୍ୟକ୍ତି ନୃତ୍ୟ ଓ ଫେସନ ସୋ’ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ସଚେତନତା ବଢ଼ାଇବା, ଅଧିକାରର ପ୍ରଚାର, ଅନ୍ତର୍ଭୁକ୍ତୀକରଣକୁ ଉତ୍ସାହିତ କରିବା, ସଫଳତାକୁ ପାଳନ କରିବା ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସମର୍ଥନ ଓ ସଶକ୍ତୀକରଣକୁ ସୁଦୃଢ଼ କରିବା । ଏହାର ଲକ୍ଷ୍ୟ କେବଳ ସେମାନଙ୍କ ଆହ୍ୱାନକୁ ସ୍ୱୀକୃତି ଦେବା ନୁହେଁ, ବରଂ ସେମାନଙ୍କ ଅସୀମ ସମ୍ଭାବନା ଓ ଦକ୍ଷତା ଉପରେ ଗୁରୁତ୍ୱାରୋପ କରିବା ।

ଏକ ଅନ୍ତର୍ଭୁକ୍ତୀକରଣ ସମାଜ ସୃଷ୍ଟି କରିବା ଲାଗି ଟିଏସଏଫ୍ ଗୋପାଳପୁର ପ୍ରତିିବଦ୍ଧ ରହିଛି ଯେଉଁଠାରେ ଦକ୍ଷତା ଭିନ୍ନ ସମସ୍ତେ ସଫଳ ହେବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ।

Share

Leave a Reply

Your email address will not be published. Required fields are marked *

9 − one =