ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଭିଷ୍ଟା ଭିଆଇପି ଭଡ଼ାର ଶୁଭାରମ୍ଭ

ଭୁବନେଶ୍ୱର: ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଭିଷ୍ଟା ଭିଆଇପି ଭଡ଼ାର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ଯାତ୍ରୀମାନଙ୍କୁ ଅତ୍ୟାଧୁନିକ ବୋଇଙ୍ଗ ୭୩୭-୮ ବିମାନରେ ଅଧିକ ଲେଗ୍ ରୁମ୍ ଏବଂ ସ୍ଥାନ ଥିବା ସିଟ୍ ମିଳିବ ।
ଯାତ୍ରା ଅନୁଭବରେ ଉନ୍ନତି ଆଣିବା ଲାଗି ରହିଥିବା ପ୍ରତିବଦ୍ଧତା ଅନୁସାରେ ଯାତ୍ରୀଙ୍କ ଆରାମ ଓ ସୁବିଧା ସୁଯୋଗରେ ଉନ୍ନତି ଆଣିବା ଲାଗି ଭିଷ୍ଟା ଭିଆଇପି ଭଡ଼ାରେ ବିଭିନ୍ନ ସୁବିଧା ପ୍ରଦାନ କରାଯାଉଛି । ଭିଷ୍ଟା ଭିଆଇପି ଭଡ଼ାରେ ସିଟ୍ ବୁକିଂ କରୁଥିବା ଅତିଥିମାନଙ୍କୁ ଅଧିକ ଫାଙ୍କା ସ୍ଥାନ ଓ ଲେଗ୍ ରୁମ୍ ମିଳିବ ଏବଂ ଆନ୍ତର୍ଜାତିିକ ବିମାନରେ ୪୦ କେଜି ଓ ଡୋମେଷ୍ଟିକ ବିମାନରେ ୨୫ କେଜି ପର୍ଯ୍ୟନ୍ତର ବ୍ୟାଗେଜ୍ ଆଲାଉନ୍ସ, ସୁସ୍ୱାଦୁ ଗୌରମେର ଭୋଜନ ଏବଂ ଏକ୍ସପ୍ରେସ୍ ଆହେଡ୍ ପ୍ରାୟରିଟି ସେବା ମିଳିବ ।
ଏୟାର ଇଣ୍ଡିଆର ଏକ୍ସପ୍ରେସ୍‌ର ଉନ୍ନତ ଆପ୍ ଓ ୱେବସାଇଟ ଏବଂ ପ୍ରମୁଖ ବିମାନ ଟିକଟ ବୁକିଂ ପ୍ଲାଟଫର୍ମ୍‌ରେ ଯାତ୍ରୀମାନେ ଭିଷ୍ଟା ଭିଆଇ ଫେୟାରରେ ସିଟ୍ ବୁକିଂ କରିପାରିବେ । ଅନ୍ୟ ବର୍ଗରେ ସିଟ୍ ବୁକିଂ କରିଥିବା ଯାତ୍ରୀମାନଙ୍କୁ ଭିଷ୍ଟା ଭିଆଇପି ଭଡ଼ାକୁ ଉନ୍ନୀତ ହେବାର ସୁବିଧା ମଧ୍ୟ ମିଳିବ । ଅପ୍‌ଗ୍ରେଡ୍ ଫି’ ଦେଇ ସେମାନେ କଲ୍ ସେଂଟର, ବିମାନ ବନ୍ଦର ଓ ବୋର୍ଡ କରିବା ପରେ ଏହି ସୁବିଧା ପାଇପାରିବେ ।
ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ରେ ୫୭ଟି ବିମାନର ଫ୍ଲିଟ୍ ରହିଛି ଯେଉଁଥିରେ ୨୯ଟି ବୋଇଙ୍ଗ ୭୩୭ ଏବଂ ୨୮ଟି ଏୟାରବସ୍ ଏ୩୨୦ ବିମାନ ରହିଛି ଏବଂ ଏହା ଦୈନିକ ୩୦୦ରୁ ଅଧିକ ଉଡ଼ାଣ ଜରିଆରେ ଦେଶ ଭିତରେ ୩୦ ଓ ଆନ୍ତର୍ଜାତିକ ସ୍ତରରେ ୧୪ଟି ସ୍ଥାନକୁ ବିମାନ ସେବା ପ୍ରଦାନ କରୁଛି । ନିକଟରେ କଂପାନି ଏହାର ନୂଆ ବ୍ରାଣ୍ଡ୍ ପରିଚୟକୁ ଉନ୍ମୋଚନ କରିଥିଲା ଯାହା “ଫ୍ଲାଏ ଆଜ୍ ୟୁ ଆର’ ଉପରେ ପର୍ଯ୍ୟବେସିତ ରହିଛି । ଏଥିରେ ଗୌରମେର ଗରମ ଭୋଜନ, ଆରାମଦାୟକ ସିଟ୍‌, ଏୟାର ଫ୍ଲିକ୍ସ ବିମାନ ଭିତର ମନୋରଂଜନ ଓ ସ୍ୱତନ୍ତ୍ର ଲୟାଲ୍‌ଟି ସୁବିଧା ମିଳୁଛି ।

Share

Leave a Reply

Your email address will not be published. Required fields are marked *

2 × two =