ମ୍ୟାନ୍‌କାଇଣ୍ଡ୍ ଫାର୍ମା ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୩ ଏପ୍ରିଲ୍ ୨୫ରେ ଖୋଲିବ

ଭୁବନେଶ୍ୱର: ମ୍ୟାନ୍‌କାଇଣ୍ଡ୍ ଫାର୍ମା ଲିମିଟେଡ୍ ପକ୍ଷରୁ ୪୦,୦୫୮,୮୪୪ ଇକ୍ୱିଟି ସେୟାରର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୩ ଏପ୍ରିଲ୍ ୨୫ରେ ଖୋଲିବ । ଏହି ଅଫରର ଶେଷ ତାରିଖ ହେଉଛି ୨୦୨୩ ଏପ୍ରିଲ୍ ୨୭ । ଆଙ୍କର ନିବେଶକମାନଙ୍କ ଲାଗି ବିଡିଂ ତାରିଖ ହେଉଛି ଅଫରର ଗୋଟିଏ ଦିନ ପୂର୍ବରୁ ଏପ୍ରିଲ୍ ୨୪ ତାରିଖ ରହିଛି ।
ଏହି ଅଫରରେ ଇକ୍ୱିଟି ସେୟାରର ମୂଲ୍ୟ ୧୦୨୬ ଟଙ୍କାରୁ ୧୦୮୦ ଟଙ୍କା ମଧ୍ୟରେ ରହିବ । ସର୍ବନିମ୍ନ ୧୩ ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୧୩ ଇକ୍ୱିଟି ସେୟାର ଲେଖାଏଁ ଗୁଣିତକ ହିସାବରେ ଯୋଡ଼ିହେବ ।
ଏହି ଅଫରରେ ରମେଶ ଜୁନେଜାଙ୍କ ୩,୭୦୫,୪୪୩ ଇକ୍ୱିଟି ସେୟାର, ରାଜୀବ ଜୁନେଜା ୩,୫୦୫,୧୪୯ ଇକ୍ୱିଟି ସେୟାର, ଶୀତଲ ଅରୋରାଙ୍କ ୨,୮୦୪,୧୧୯ ଇକ୍ୱିଟି ସେୟାର, କେର୍ଣ୍ଣହିଲ୍ ସିଆଇପିଇଏଫ୍ ଲିମିଟେଡ୍‌ରଯ ୧୭,୪୦୫,୫୫୯ ଇକ୍ୱିଟି ସେୟାର, କେର୍ଣ୍ଣହିଲ୍ ସିଜିପିଇ ଲିମିଟେଡ୍ ୨,୬୨୩,୮୬୩ ଇକ୍ୱିଟି ସେୟାର, ବିଜ୍ ଲିମିଟେଡ୍ ୯,୯୬୪,୭୧୧ ଇକ୍ୱିଟି ସେୟାର, ଲିଙ୍କ୍ ଇନଭେଷ୍ଟ୍‌ମେଂଟ୍ ଟ୍ରଷ୍ଟ୍‌ର ୫୦,୦୦୦ ଇକ୍ୱିଟି ସେୟାର ଅଫର ଫର ସେଲ୍ ପାଇଁ ଉପଲବ୍ଧ କରାଯିବ ।
ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ ଜରିଆରେ ପ୍ରଦାନ କରାଯାଉଥିବା ଇକ୍ୱିଟି ସେୟାରକୁ ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଂଜ୍ ଲିମିଟେଡ୍‌ରେ ତାଲିକାଭୁକ୍ତ କରାଯିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍ କଂପାନି ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍‌, ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ଜେ ପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦%ରୁ ଅଧିକ ଯୋଗ୍ୟ ସଂସ୍ଥାଗତ ବିଡର (କ୍ୟୁଆଇବି)ଙ୍କୁ ଆବଂଟନ କରାଯାଇପାରିବ ନାହିଁ । ସେହିପରି କ୍ୟୁଆଇବି ପାଇଁ ଉପଲବ୍ଧ ସେୟାରରୁ ୬୦% ପର୍ଯ୍ୟନ୍ତ ରାଶିକୁ ଆଙ୍କର ନିବେଶକମାନଙ୍କୁ ଦେଇ ହେବ । ନେଟ୍ କ୍ୟୁଆଇବିର ୫ ପ୍ରତିଶତ ରାଶି ମ୍ୟୁଚୁଆଲ୍ ଫଣ୍ଡ୍‌ଙ୍କୁ ପ୍ରଦାନ କରାଯିବ । ସେବି ନିୟମରେ ନିର୍ଧାରିତ ପରିମାଣ ଅନୁସାରେ ବିଭିନ୍ନ ପ୍ରକାର ନିବେଶକମାନଙ୍କ ଲାଗି ଅଫରର ସେୟାର ପ୍ରଦାନ କରାଯାଇପାରିବ ।

Share

Leave a Reply

Your email address will not be published. Required fields are marked *

nine + 15 =