ଟାଟା ଷ୍ଟିଲ୍‌ର ସିଇଓ ଓ ଏମଡି ଟିଭି ନରେନ୍ଦ୍ରନଙ୍କୁ ‘ଧାତବ ଶିଳ୍ପରେ କର୍ପୋରେଟ ନେତୃତ୍ୱ ଉତ୍କର୍ଷ’ ପାଇଁ ଆଇଆଇଏମ୍ – ଜେଆରଡି ଟାଟା ପୁରସ୍କାର ୨୦୨୩

 ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସ (ଆଇଆଇଏମ୍‌) ପକ୍ଷରୁ ଜେ ଆର୍ ଡି ଟାଟାଙ୍କ ପରମ୍ପରା ପାଳନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ
ଭୁବନେଶ୍ୱର: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ ମେଟାଲ୍ସ (ଆଇଆଇଏମ୍‌) ପକ୍ଷରୁ ୭୭ତମ ବାର୍ଷିକ ବୈଷୟିକ ବୈଠକରେ ଆଜି ଟାଟା ଷ୍ଟିଲର ସିଇଓ ଓ ଏମଡି ଟିଭି ନରେନ୍ଦ୍ରନଙ୍କୁ ‘ଧାତବ ଶିଳ୍ପରେ କର୍ପୋରେଟ ନେତୃତ୍ୱ ଉତ୍କର୍ଷ’ ପାଇଁ ସମ୍ମାନଜନକ ଆଇଆଇଏମ୍‌-ଜେଆରଡି ଟାଟା ପୁରସ୍କାର (୨୦୨୩) ପ୍ରଦାନ କରାଯାଇଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଟାଲ୍ସ ର ସଭାପତି ସତୀଶ ପାଇ ଏହି ପୁରସ୍କାର ପ୍ରଦାନ କରିଥିଲେ ।

ଦୀର୍ଘସ୍ଥାୟିତ୍ୱ, ନବସୃଜନ ଓ ଦାୟିତ୍ୱବାନ ବ୍ୟବସାୟ ଅଭ୍ୟାସ ପ୍ରତି ଟାଟା ଷ୍ଟିଲର ପ୍ରତିବଦ୍ଧତା ଅନୁସାରେ ଖଣି ଓ ଧାତବ ଶିଳ୍ପ ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ ଲାଗି ଟି ଭି ନରେନ୍ଦ୍ରନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଅନୁଷ୍ଠାନ ପକ୍ଷରୁ ୨୦୦୬-୦୭ ମସିହାରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଆଇଆଇଏମ୍‌-ଜେଆରଡି ଟାଟା ପୁରସ୍କାର ଜେ ଆର୍ ଡି ଟାଟାଙ୍କ ପରମ୍ପରାକୁ ମନେଇ ପକାଇଥାଏ ଯାହା ଗୋଷ୍ଠୀ ସମୁଦାୟ ଏବଂ ଦେଶ ପାଇଁ ପରିବର୍ତନ ଆଣିବା ଲାଗି ତାଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ।

Share

Leave a Reply

Your email address will not be published. Required fields are marked *

one × 5 =