ଓଡ଼ିଶା ନାଭାଲ ଟାଟା ଏଚ୍‌ପିସିର ସଫଳତା: କନିଷ୍ଠ ବିଶ୍ୱକପ୍ ଦଳରେ ସ୍ଥାନ ପାଇଲେ ପ୍ରଶିକ୍ଷାର୍ଥୀ

ଭୁବନେଶ୍ୱର: ଚିଲିରେ ନଭେମ୍ବର ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ଏଫଆଇଏଚ୍ ମହିଳା କନିଷ୍ଠ ବିଶ୍ୱକପରେ ଭାରତର ପ୍ରତିନିଧିତ୍ୱ କରିବାର ସମ୍ମାନଜନକ ସୁଯୋଗ ପାଇଥିବା ଓଡ଼ିଶା ନାଭାଲ୍ ଟାଟା ହକି ହାଇ ପରଫର୍ମାନ୍ସ ସେଂଟର (ଓଏନଟିଏଚଏଚପିସି) ପକ୍ଷରୁ ଘୋଷଣା କରାଯାଇଛି ।
ଓଡ଼ିଶା ସରକାର, ଟାଟା ଷ୍ଟିଲ୍ ଏବଂ ଟାଟା ଟ୍ରଷ୍ଟ୍ (ହକି ଏସ୍ ଫାଉଣ୍ଡେସନ୍‌)ର ମିଳିତ ଉଦ୍ୟମରେ ୨୦୧୯ରେ ସ୍ଥାପିତ ଓ ଓଏନଟିଏଚ୍‌ଏଚ୍‌ପିସି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏକ ଅତ୍ୟାଧୁନିକ ହାଇ ପରଫର୍ମାନ୍ସ ୟୁନିଟ ଭାବେ ଉଭା ହୋଇଛି । ଶୀର୍ଷ ଶ୍ରେଣୀୟ ହକି ପ୍ରତିଭାମାନକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରି ଏହି କେନ୍ଦ୍ରରେ ଉଭୟ ବାଳିକା ଓ ବାଳକ କ୍ୟାଡେଟମାନଙ୍କ ପାଇଁ ବିଶ୍ୱସ୍ତରୀୟ ସୁବିଧା, ବ୍ୟାପକ ପ୍ରଶିକ୍ଷଣ ଏବଂ ଏକ ଆବାସିକ କାର୍ଯ୍ୟକ୍ରମ ଉପଲବ୍ଧ କରାଯାଇଛି । ଶ୍ରେଷ୍ଠ ବର୍ଗର ଖେଳାଳି ସୃଷ୍ଟି କରିବା ବ୍ୟତୀତ ଓଏନଟିଏଚ୍‌ଏଚ୍‌ପିସି ସମଗ୍ର ଓଡ଼ିଶାରେ ତୃଣମୂଳ ସ୍ତରର ହକିକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରୁଛି ।
ଆବାସିକ କାର୍ଯ୍ୟକ୍ରମରେ ଉଭୟ ବାଳିକା ଓ ବାଳକଙ୍କୁ ସେବା ଯୋଗାଉଥିବା ଏହି ହକି ଏଚ୍‌ପିସିରେ ୬ ଜଣ କନିଷ୍ଠ ଆନ୍ତର୍ଜାତିକ ଓ ୨ ଉପ କନିଷ୍ଠ ଅନ୍ତର୍ଜାତୀୟ ମହିଳା ଖେଳାଳି ସୃଷ୍ଟି ହୋଇଛନ୍ତି ଯାହା ଶୀର୍ଷ ସ୍ତରୀୟ କ୍ରୀଡ଼ାବିତଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ । ୪ ଜଣ ଉପ କନିଷ୍ଠ ଅନ୍ତର୍ଜାତୀୟ ପୁରୁଷ ଖେଳାଳି ମଧ୍ୟ ଚଳିତ ଋତୁରେ ଶୀର୍ଷରେ ସ୍ଥାନ ପାଇଛନ୍ତି ଏବଂ ନିକଟରେ ଶେଷ ହୋଇଥିବା ନେଦରଲାଣ୍ଡ ଗସ୍ତରେ ଉଭୟ ମହିଳା ଓ ପୁରୁଷ ଉପ କନିଷ୍ଠ ଦଳରେ ସେମାନେ ପଦାର୍ପଣ କରିଥିଲେ ।
ମିଡ୍ ଫିଲ୍ଡର ଜ୍ୟୋତି ଛତ୍ରୀ କେବଳ କନିଷ୍ଠ ବିଶ୍ୱକପରେ ନିଜ ସ୍ଥାନ ସୁରକ୍ଷିତ କରିନାହାନ୍ତି ବରଂ ଭାରତୀୟ ବରିଷ୍ଠ ମହିଳା ହକି ଦଳର ପ୍ରମୁଖ ସଦସ୍ୟ ଭାବେ ମଧ୍ୟ ସ୍ଥାନ ପାଇଛନ୍ତି । ତାଙ୍କ ଅସାଧାରଣ ଯାତ୍ରା ଓଏନଟିଏଚ୍‌ଏଚ୍‌ପିସିରେ ଦିଆଯାଉଥିବା ପ୍ରଶିକ୍ଷଣ ଏବଂ ବିକାଶର ଅସାଧାରଣ ମାନଦଣ୍ଡକୁ ଦର୍ଶାଉଛି । ଏହା ଶୀର୍ଷ ସ୍ତରୀୟ ଆଥଲେଟ୍ ମାନଙ୍କୁ ବିକଶିତ କରିବା ପାଇଁ ଫାଉଣ୍ଡେସନ୍‌ର ସମର୍ପଣ ଉପରେ ଆଲୋକପାତ କରୁଛି ।
ଫରୱାର୍ଡର ଥିବା ଦୀପି ମୋନିକା ଟପ୍ପୋ ନିଜ ହକି ଯାତ୍ରାରେ ଉଲ୍ଲେଖନୀୟ ଅଗ୍ରଗତି କରି ଶୀର୍ଷ ସ୍ତରୀୟ ଅନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ସ୍ଥାନ ଅର୍ଜନ କରିଛନ୍ତି ।
ଏହି ସଫଳତା ପାଇଁ ଓଏନଟିଏଚ୍‌ଏଚ୍‌ପିସିର ପ୍ରକଳ୍ପ ନିର୍ଦେଶକ ତଥା ଟାଟା ଷ୍ଟିଲର ଓଡ଼ିଶା ମୁଖ୍ୟ-କ୍ରୀଡ଼ା ରାଜୀବ ସେଠ୍ କହିଛନ୍ତି ଯେ, ‘ ଆମ ଖେଳାଳିମାନେ ଜାତୀୟ ମଂଚରେ ସ୍ଥାନ ଅର୍ଜନ କରିଥିବାରୁ ଆମେ ଆନନ୍ଦିତ । ଖେଳାଳିଙ୍କ ସମର୍ପଣ, କୋଚିଂ ଷ୍ଟାଫଙ୍କ ଦକ୍ଷତା ଏବଂ ଓଡ଼ିଶା ସରକାର, ଟାଟା ଷ୍ଟିଲ୍ ଓ ଟାଟା ଟ୍ରଷ୍ଟର ଅତୁଟ ସହଯୋଗକୁ ଏହି ସଫଳତା ପ୍ରତିଫଳିତ କରୁଛି । ଏହି ପ୍ରତିଭାବାନ ଏଚ୍‌ପିସି ଖେଳାଳିଙ୍କ ପାଇଁ ସହାୟକ ହେଉଛି କ୍ରୀଡ଼ା ବିଜ୍ଞାନ ପଦ୍ଧତି ସହ ପ୍ରାରମ୍ଭିକ ସମ୍ପର୍କ, ଉନ୍ନତ କ୍ରୀଡ଼ାବିତ ପରିଚାଳନା ଯାହା ପ୍ରଯୁକ୍ତିରେ ଉନ୍ନତି ଓ ତାହାର ଉପଯୋଗୀ ବ୍ୟବହାର ଦ୍ୱାରା ସମ୍ଭବ ହୋଇଛି । ଏଚ୍‌ପିସିର ଖେଳାଳିମାନେ ଜାତୀୟ ଶିବିରରେ ଆଧୁନିକ ସମୟର ଚାହିଦା ସହିତ ସମନ୍ୱୟ ରକ୍ଷା କରିବା ଏବଂ ଅନ୍ୟ ସାଥୀମାନଙ୍କ ତୁଳନାରେ ଜଣେ ଶୀର୍ଷ ଶ୍ରେଣୀୟ ପ୍ରଶିକ୍ଷକ ଏବଂ ସପୋର୍ଟ ଷ୍ଟାଫଙ୍କ ଆଶାକୁ ଭଲ ଭାବେ ପୂରଣ କରୁଛନ୍ତି ।’’
ଓଡ଼ିଶାର ୧୨ଟି ଜିଲ୍ଲାରେ ତୃଣମୂଳ ସ୍ତରର ହକି ବିକାଶ ପାଇଁ ଓଏନଟିଏଚ୍‌ଏଚ୍‌ପିସି ସକ୍ରିୟ ଭାବେ କାର୍ଯ୍ୟ କରୁଛି ଯେଉଁଥିରେ ୨୦ଟି ଏଚ୍‌ଟିସି (ହକି ଟ୍ରେନିଂ ସେଂଟର) ଆଷ୍ଟ୍ରୋ ଟର୍ଫ ଓ ୮ଟି ଘାଷ ପିଚ ସେଂଟର ସମେତ ୨୮ଟି କାର୍ଯ୍ୟକ୍ଷମ କେନ୍ଦ୍ର ରହିଛି । ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ବିଶ୍ୱସ୍ତରୀୟ ସୁବିଧା ସହ ତୃଣମୂଳ ସ୍ତରରେ ହକିକୁ ପ୍ରୋତ୍ସାହିତ କରିବା ଦିଗରେ ଏଚ୍‌ପିସି ଉଲ୍ଲେଖନୀୟ ଅଗ୍ରଗତି କରୁଛି ।
ଚିଲିରେ ହେବାକୁ ଥିବା କନିଷ୍ଠ ବିଶ୍ୱକପରେ ଓଏନଟିଏଚ୍‌ଏଚ୍‌ପିସିରୁ ମନୋନୀତ ଖେଳାଳିମାନେ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି ଯାହା ଭାରତୀୟ ହକିର ଭବିଷ୍ୟତ ଗଢ଼ିବାରେ ଏହି ହାଇ ପରଫର୍ମାନ୍ସ ସେଂଟରର ଗଭୀର ପ୍ରଭାବକୁ ଦର୍ଶାଉଛି । କନିଷ୍ଠ ବିଶ୍ୱକପ ଯୁବ ପ୍ରତିଭାମାନଙ୍କ ପାଇଁ ଅନ୍ତର୍ଜାତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ଭାବରେ କାର୍ଯ୍ୟ କରୁଛି ଏବଂ ଭାରତୀୟ ହକିରେ ଏଭଳି ଦକ୍ଷତା ବିକାଶରେ ଯୋଗଦାନ ଦେବା ପାଇଁ ଓଏନଟିଏଚ୍‌ଏଚ୍‌ପିସି ଅତ୍ୟନ୍ତ ଗର୍ବ ଅନୁଭବ କରୁଛି ।

Share

Leave a Reply

Your email address will not be published. Required fields are marked *

17 − 14 =