Business

ଉତ୍କର୍ଷ ଓଡ଼ିଶା ପାଇଁ ସ୍କିଲ୍ଡ ଇନ୍ ଓଡ଼ିଶା: ଟାଟା ପାୱାର ପକ୍ଷରୁ ୮୫୦୦ରୁ ଅଧିକ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ବୈଷୟିକ ଓ ଧନ୍ଦାମୂଳକ ଦକ୍ଷତା ତାଲିମ ପ୍ରଦାନ

ଭୁବନେଶ୍ୱର: ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଦକ୍ଷତା ବିକାଶ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଟାଟା ପାୱାର ସମଗ୍ର ଓଡ଼ିଶାର ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷତା ପ୍ରଦାନ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିବା ଘୋଷଣା କରି ଗର୍ବ ଅନୁଭବ କରୁଛି। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ପରଠାରୁ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦୦ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯାଇଛି ଏବଂ ପ୍ରଥମ ପର୍ଯ୍ୟାୟରେ ୨୦୦୦ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରିବା ଲକ୍ଷ୍ୟ ରହିଛି।
ଏହି କାର୍ଯ୍ୟକ୍ରମ ଅଧୀନରେ ଅନ୍ତର୍ଭୁକ୍ତ ୨୦ଟି ଆଇଟିଆଇ ଓଡ଼ିଶାର ଯାଜପୁର, କେନ୍ଦୁଝର, ବ୍ରହ୍ମପୁର, ରାଉରକେଲା, କଟକ, ପୁରୀରେ ରହିଛି।
ଶ୍ରେଣୀଗୃହ ଶିକ୍ଷା ଏବଂ ବାସ୍ତବ ଶିଳ୍ପ ଦୁନିଆର ଆବଶ୍ୟକତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଏହି ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏଥିରେ ଇଲେକ୍ଟ୍ରିକାଲ, ମେକାନିକାଲ, ଆଇଟି ଏବଂ ଲଘୁ ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଜାତୀୟ ଦକ୍ଷତା ଯୋଗ୍ୟତା ଢ଼ାଂଚା (ଏନଏସକ୍ୟୁଏଫ) ସହିତ ସମନ୍ୱୟ ରକ୍ଷା କରି ଉଚ୍ଚ ଗୁଣବତ୍ତା, ଉଚ୍ଚ ମାନର ତାଲିମ ସୁନିଶ୍ଚିତ କରିବ। ରାଜ୍ୟରେ ସୁରକ୍ଷିତ ଏବଂ ଉନ୍ନତ ବୈଦ୍ୟୁତିକ ବ୍ୟବହାର ବିଷୟରେ ଜାଣିବା ପାଇଁ ଏହି କାର୍ଯ୍ୟକ୍ରମରେ ବୈଦ୍ୟୁତିକ ନିରାପତ୍ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ।
ଟାଟା ପାୱାରର ଅଭିଜ୍ଞ ପେସାଦାରମାନେ ପ୍ରତ୍ୟକ୍ଷ ଭାବେ ବ୍ୟାବହାରିକ ପ୍ରଶିକ୍ଷଣ ଏବଂ ପରାମର୍ଶ ପ୍ରଦାନ କରୁଛନ୍ତି। ଫଳରେ ଛାତ୍ରଛାତ୍ରୀମାନେ ଶିଳ୍ପର ସର୍ବୋତ୍ତମ ଅଭ୍ୟାସ ଏବଂ ଉନ୍ନତ ଜ୍ଞାନକୌଶଳ ସହିତ ପରିଚିତ ହୋଇପାରିବେ। ନେଟୱାର୍କ କଂଟୋଲ ସେଂଟର, ସ୍ମାର୍ଟ ମିଟର ଲ୍ୟାବ ଏବଂ ୩୩/୧୧ କେଭି ସବଷ୍ଟେସନ ଭଳି ଟାଟା ପାୱାରର ଅତ୍ୟାଧୁନିକ ସୁବିଧା ପରିଦର୍ଶନ କରି ଛାତ୍ରଛାତ୍ରୀମାନେ ଉପକୃତ ହେଉଛନ୍ତି। ସେଠାରେ ସେମାନେ କାର୍ଯ୍ୟକାରୀ ପ୍ରୋଟୋକଲ ଏବଂ ନିରାପତ୍ତା ମାନକ ସହିତ ପ୍ରାଥମିକ ଅଭିଜ୍ଞତା ପାଉଛନ୍ତି।
ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଶେଷ କରିଥିବା ଛାତ୍ରଛାତ୍ରୀମାନେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମଗୁଡ଼ିକରେ କେବଳ ସାର୍ଟିଫିକେଟ୍ ନୁହେଁ ବରଂ ନିଯୁକ୍ତି ସୁଯୋଗ ମଧ୍ୟ ପାଇପାରିବେ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଯୁବଗୋଷ୍ଠୀଙ୍କ ସମ୍ପୂର୍ଣ୍ଣ ସାମର୍ଥ୍ୟକୁ ଉନ୍ମୋଚନ କରି ସଶକ୍ତ କରିବା, ଶିଳ୍ପର ଚାହିଦା ପୂରଣ କରିବା ପାଇଁ ଦକ୍ଷ ପେସାଦାରଙ୍କ ସମ୍ବଳ ସୃଷ୍ଟି କରିବା ଏବଂ ରାଜ୍ୟର ଅର୍ଥନୈତିକ ବିକାଶରେ ଯୋଗଦାନ କରୁଥିବା ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ।
ଡିସକମ ସ୍ତରରେ ଧନ୍ଦାମୂଳକ ତାଲିମ କେନ୍ଦ୍ର ମାଧ୍ୟମରେ ୭୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ଓ ଉଦ୍ୟମିତା, ଇଭି ଟେକ୍ନିସିଆନ୍ ତାଲିମ, ସିଲେଇ, ଇଲେକ୍ଟ୍ରିସିଆନ୍ ତାଲିମ ଏବଂ ଫାସିଟିଲିଟି ମ୍ୟାନେଜମେଂଟ ଆଦି ବୃତ୍ତିରେ କଟକ, ଅନୁଗୋଳ, ଖୋର୍ଦ୍ଧା ଆଦି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯାଉଛି। ଏହି ସେଣ୍ଟରର ଛାତ୍ରଛାତ୍ରୀମାନେ ଟିସିଏସ୍‌, ମହିନ୍ଦ୍ରା, ବଜାଜ ଫାଇନାନ୍ସ, ଲାକମେ ସେଲୁନ୍ ଭଳି ଅଗ୍ରଣୀ କମ୍ପାନିରେ ନିଯୁକ୍ତି ପାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେକ ନିଜର ବ୍ୟବସାୟ ମଧ୍ୟ ଆରମ୍ଭ କରିଛନ୍ତି।
ଓଡ଼ିଶାର ଯୁବପିଢ଼ିଙ୍କୁ ସଶକ୍ତ କରିବା ସହ ଆତ୍ମନିର୍ଭରଶୀଳ କର୍ମଶକ୍ତି ବୃଦ୍ଧି ପାଇଁ ଟାଟା ପାୱାର ପ୍ରତିଶ୍ରୁତିବଦ୍ଧ। ଜାରି ରହିଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଏକ ଦୃଢ଼ ଢ଼ାଂଚା ସହିତ କମ୍ପାନି ଏହି ପଦକ୍ଷେପକୁ ଆହୁରି ଆଗକୁ ବଢ଼ାଇବାକୁ ଚାହୁଁଛି ଏବଂ ବୈଷୟିକ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ନିଜର ଅବଦାନ ଜାରି ରଖିବାକୁ ଚାହୁଁଛି ।

Share

Leave a Reply

Your email address will not be published. Required fields are marked *

11 + 13 =