Business

“ବରୋଦା କିଷାନ ପକ୍ଷ”ର ସପ୍ତମ ସଂସ୍କରଣ : ଦେଶବ୍ୟାପୀ ୩,୪୮,୦୦୦ରୁ ଅଧିକ ଚାଷୀଙ୍କ ନିକଟରେ ପହଂଚିଲା ବ୍ୟାଙ୍କ୍ ଅଫ୍ ବରୋଦା

ଭୁବନେଶ୍ୱର: ଦେଶର ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ୍ – ବ୍ୟାଙ୍କ୍ ଅଫ୍ ବରୋଦାର ପ୍ରମୁଖ ଗ୍ରାମୀଣ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ ‘ବରୋଦା କିଷାନ ପକ୍ଷ’ର ସପ୍ତମ ସଂସ୍କରଣ ବଡ଼ ଉତ୍ସାହର ସହ ଶେଷ ହୋଇଛି। ଏହି ପନ୍ଦର ଦିନ ବ୍ୟାପୀ ଲମ୍ବା ଅଭିଯାନ ଜରିଆରେ ବ୍ୟାଙ୍କ ସାରା ଦେଶର ୩,୪୮,୦୦୦ରୁ ଅଧିକ ଚାଷୀଙ୍କ ନିକଟରେ ପହଂଚିଛି ଓ ୩,୩୦୦ କୋଟି ଟଙ୍କାରୁ ଅଧିକ କୃଷି ଋଣ ମଞ୍ଜୁର କରିଛି। ମେଗା କିଷାନ ମେଳା, ଚୌପାଲ, ସ୍ୱାସ୍ଥ୍ୟ ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜରିଆରେ ବ୍ୟାଙ୍କ କୃଷି ଗୋଷ୍ଠୀ ସହିତ ସମ୍ପର୍କକୁ ଦୃଢ଼ କରିଛି।
‘ବରୋଦା କିଷାନ ପକ୍ଷ’ର ଅଂଶ ସ୍ୱରୂପ ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ସର୍ବଭାରତୀୟ ସ୍ତରରେ ୧୧୯ଟି କ୍ଷେତ୍ର ଓ ୨୨ ଅଂଚଳରେ ‘ବରୋଦା କିଷାନ ରଥ’ ଭ୍ରମଣ କରାଯାଇଥିଲା ଯାହା ବ୍ୟାଙ୍କର କୃଷି ଋଣ ଉତ୍ପାଦ ଓ ସେବା ସହିତ ଆତ୍ମନିର୍ଭର ଭାରତ ପ୍ୟାକେଜ୍‌, ଲଘୁ ବୀମା, ସାମାଜିକ ସୁରକ୍ଷା ସ୍କିମ୍ ଭଳି ସରକାରୀ ଯୋଜନାଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା ଓ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଥିଲା। କୃଷି କ୍ଷେତ୍ର ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥିବା ପ୍ରଗତିଶୀଳ ଚାଷୀ, ଉଦ୍ୟୋଗୀ ଓ ଗ୍ରାହକମାନଙ୍କୁ ବ୍ୟାଙ୍କ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପ୍ରଯୁକ୍ତି ବ୍ୟବହାର କରି ଭାରତୀୟ ଚାଷୀଙ୍କୁ ସଶକ୍ତ କରିବା ଲାଗି ଚଳିତ ବର୍ଷର ବିଷୟବସ୍ତୁ ଅନୁସାରେ ବ୍ୟାଙ୍କ୍ ପକ୍ଷରୁ ଦୁଇଟି ଡିଜିଟାଲ୍ ଅଭିଯାନ-ଡିଜିଟାଲ୍ ବରୋଦା କିଷାନ କ୍ରେଡିଟ୍ କାର୍ଡ (ଡିଜିଟାଲ୍ ବିକେସିସି) ଓ ଡିଜିଟାଲ ସୁନା ଋଣର ଶୁଭାରମ୍ଭ କରାଯାଇଥିଲା।
ଏହି ଅବସରରେ ବ୍ୟାଙ୍କ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଲାଲ ସିଂହ କହିଛନ୍ତି ଯେ, “ବରୋଦା କିଷାନ ପକ୍ଷର ସଫଳତା ଭାରତୀୟ କୃଷି ସମାଜ ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଉଛି। ଡିଜିଟାଲ୍ ବିକେସିସି ଓ ଡିଜିଟାଲ୍ ସୁନା ଋଣ ଭଳି ଡିଜିଟାଲ୍ ଉତ୍ପାଦ ଜରିଆରେ ଆମର ଲକ୍ଷ୍ୟ ହେଉଛି ଋଣ ହାସଲକୁ ସହଜ କରି ବ୍ୟାଙ୍କ୍ ସେବାକୁ ଚାଷୀଙ୍କ ନିକଟରେ ସୁବିଧାରେ ପହଂଚାଇବା। ବରୋଦା କିଷାନ ପକ୍ଷ ବ୍ୟାଙ୍କ୍‌ର ସେବା ବିଷୟରେ ଦୃଢ଼ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇଛି, ଯାହା ଫଳରେ ଆର୍ଥିକ ସ୍କିମ୍‌ର ଲାଭ ବିଷୟରେ ଚାଷୀମାନେ ସଚେତନ ହେବେ ଯାହା ଫଳରେ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ।”
୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ୧,୪୪,୫୦୮ କୋଟି ଟଙ୍କାର କୃଷି ଋଣ ପ୍ରଦାନ କରାଯାଇଛି ଯେଉଁଥିରେ ବାର୍ଷିକ ୧୦.୬ ପ୍ରତିଶତ ବୃଦ୍ଧି ଘଟିଛି।

Share

Leave a Reply

Your email address will not be published. Required fields are marked *

five × two =