ସେନ୍‌କୋ ଗୋଲ୍ଡ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୩ ଜୁଲାଇ ୪ରେ ଖୋଲିବ

ଭୁବନେଶ୍ୱର: ସେନ୍‌କୋ ଗୋଲ୍ଡ ଲିମିଟେଡ୍‌ର ଇନିସିଆଲ୍ ପବ୍ଳିକ୍ ଅଫର ୨୦୨୩ ଜୁଲାଇ ୪ରେ ଖୋଲିବ ଯେଉଁଥିରେ ୪୦୫ କୋଟି ଟଙ୍କାର ଇକ୍ୱିଟି ସେୟାର ସାମିଲ ରହିଛି । ଏଥିରେ ୨୭୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଏସ୍‌ଏଆଇଏଫ୍ ପାର୍ଟନର୍ସ ଇଣ୍ଡିଆ ୪ ଲିମିଟେଡ୍ ୧୩୫ କୋଟି ଟଙ୍କାର ଇକ୍ୱିଟି ସେୟାର ଅଫର ଫର ସେଲ୍ ପାଇଁ ଉପଲବ୍ଧ କରିବେ । ଆଙ୍କର ନିବେଶକମାନେ ୨୦୨୩ ଜୁଲାଇ ୪ରେ ବିଡ୍ ଦାଖଲ କରିପାରିବେ । ଏହି ଅଫର ୨୦୨୩ ଜୁଲାଇ ୬ରେ ବନ୍ଦ ହେବ ।
ଏହି ଅଫରର ଇକ୍ୱିଟି ସେୟାର ପିଛା ମୂଲ୍ୟ ୩୦୧ ଟଙ୍କାରୁ ୩୧୭ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ନିବେଶକମାନେ ସର୍ବନିମ୍ନ ୪୭ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ଏହା ପରେ ୪୭ର ଗୁଣିତକ ହିସାବରେ ଅଧିକ ଇକ୍ୱିଟି ସେୟାର ଯୋଡ଼ିପାରିବେ ।
ଏହି ଅଫରରୁ ଯେଉଁ ପାଣ୍ଠି ମିଳିବ ସେଥିରୁ ୧୯୬ କୋଟି ଟଙ୍କାକୁ କଂପାନିର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଲାଗି ବ୍ୟବହାର କରାଯିବ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ଇସ୍ୟୁର ଭାଗ ୭୫%ରୁ କମ୍ ହେବ ନାହିଁ । ସେହିପରି କ୍ୟୁଆଇବିଙ୍କ ପାଇଁ ରହିଥିବା ଭାଗର ୬୦ ପ୍ରତିଣତ ଆଙ୍କର ନିବେଶଙ୍କୁ ସେବି ନିୟମ ଅନୁସାରେ ପ୍ରଦାନ କରାଯିବ ଯେଉଁଥିପାଇଁ ବିଆର୍‌ଏଲ୍‌ଏମ୍ ସହିତ ଆଲୋଚନା ହୋଇଛି । ତାହାର ଏକ ତୃତୀୟାଂଶ ଦେଶ ଭିତରର ମ୍ୟୁଚୁଆଲ୍ ଫଣ୍ଡ୍ ପାଇଁ ସଂରକ୍ଷିତ ରହିବ । ସେଥିପାଇଁ ଆବଶ୍ୟକ ସବ୍‌ସ୍କ୍ରିପ୍‌ସନ୍ ନମିଳିଲେ ଅବଶିଷ୍ଟ ଇକ୍ୱିଟି ସେୟାରକୁ ନେଟ୍ କ୍ୟୁଆଇବିଙ୍କ ଭାଗରେ ଯୋଡ଼ାଯିବ । ନେଟ୍ କ୍ୟୁଆଇବି ଭାଗର ୫% ମ୍ୟୁଚୁଆଲ୍ ଫଣ୍ଡ୍‌ମାନଙ୍କ ପାଇଁ ରହିବ ।
ନିଟ୍ ଇସ୍ୟୁର ୧୫% ଅଣ ସଂସ୍ଥାଗତ ବିଢରମାନଙ୍କ ଲାଗି ରହିବ । ତାହାର ୧୦% ରିଟେଲ୍ ନିବେଶକମାନଙ୍କ ପାଇଁ ରଖାଯିବ । କର୍ମଚାରୀ ସଂରକ୍ଷଣ ଭାଗରେ ଯୋଗ୍ୟ ବିବେଚିତ କର୍ମଚାରୀମାନଙ୍କୁ ସମାନୁପାତିକ ଭିତିରେ ଇକ୍ୱିଟି ସେୟାର ଆବଂଟନ କରାଯିବ ।
ଇସ୍ୟୁର ଇକ୍ୱିଟି ସେୟାରକୁ ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରାଯିବ ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍‌, ଆମ୍ବିଟ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

nine + 20 =