ନକ୍ସଲଙ୍କ କବଳରୁ ମୁକୁଳିଲେ ଅପହୃତ ଯବାନ ରାକେଶ୍ୱର

ଛତିଶଗଡ଼: ଶେଷରେ ମାଓବାଦୀଙ୍କ କବଳରୁ ମୁକୁଳିଲେ ଅପହୃତ ଯବାନ ରାକେଶ୍ୱର। କୋବ୍ରା ଯବାନ ରାକେଶ୍ୱର ସିଂହ ମନହାସଙ୍କୁ ନକ୍ସଲ ଛାଡିଥିବା ସୂଚନା ମିଳିଛି। ବିଜାପୁର ନକ୍ସଲ ଆକ୍ରମଣ ପରେ ଏପ୍ରିଲ ୩ରୁ ଅପହୃତ ହୋଇଥିଲେ ଯବାନ ରାକେଶ୍ୱର ସିଂହ ମନହାସ | ମାଓବାଦୀଙ୍କ କବଳରୁ ମୁକ୍ତ ହୋଇଥିବା ନେଇ ଖବର ମିଳିଛି ।

ସୂଚନା ଅନୁଯାୟୀ, ଗତ ଏପ୍ରିଲ ୩ ତାରିଖରେ ଛତିଶଗଡର ବିଜାପୁର ଅଞ୍ଚଳରେ ସୁରକ୍ଷାକର୍ମୀ ଓ ନକ୍ସଲମାନେ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୨ ଜଣ ଯବାନ ମଧ୍ୟ ସହିଦ ହୋଇଥିଲେ । ହେଲେ ତେବେ ଏହାପରଠାରୁ କୋବ୍ରା ଯବାନ ରାକେଶ୍ୱର ନିଖୋଜ ଥିଲେ । ଏହାପରେ ମାଓବାଦୀମାନେ ରାକେଶ୍ୱରଙ୍କୁ ଅପହୃତ କରିନେଇଥିବା ନେଇଥିବା ଖବର ସାମ୍ନାକୁ ଆସିଥିଲା । ଗତକାଲି ମାଓବାଦୀମାନେ ଅପହୃତ ଯବାନଙ୍କ ଏକ ଫଟୋ ଜାରି କରିବା ସହିତ ସେ ସୁସ୍ଥ ଥିବା ନେଇ ସୂଚନା ଦେଇଥିଲେ । ହେଲେ ସରକାରୀଙ୍କୁ ଆଲୋଚନା ପାଇଁ ମଧ୍ୟସ୍ଥି ଚୟନ କରିବାକୁ ମାଓବାଦୀମାନେ ଦାବି କରିଥିଲେ । ଏବେ ଯବାନଙ୍କୁ ମାଓବାଦୀମାନେ ଛାଡି ଥିବା ନେଇ ଖବର ମିଳିଛି ।

Share

Leave a Reply

Your email address will not be published. Required fields are marked *

ten − 7 =