ଟାଟା ଷ୍ଟିଲ ମେଡିକା ହସପିଟାଲର ହିପ୍ ରିପ୍ଲେସମେଂଟ ସଫଳତାର ସହ ସମ୍ପନ୍ନ

କଳିଙ୍ଗନଗର: ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲରେ ଜୀବନ ପ୍ରତି ବିପଦ ଥିବା ଜଣେ ରୋଗୀଙ୍କୁ ଠିକ୍ ସମୟରେ ଜଟିଳ ଅଙ୍ଗ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ କରିଛି, ଯାହା କି ଏହି ଅଂଚଳରେ ପ୍ରଥମ । ରମେଶ ପ୍ରଧାନ (ରୋଗୀ ଛଦ୍ମନାମ) ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା ।

ପୂର୍ବରୁ ଜଙ୍ଘ ହାଡ ଫ୍ରାକ୍ଚର୍ ପାଇଁ ଚିକିତ୍ସିତ ହେଇଥିବା ଶ୍ରୀ ରମେଶ ଅସ୍ତ୍ରୋପଚାର ପରେ ବାରମ୍ବାର ହିପ୍ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲେ । ଡାକ୍ତର ଦେବାଶିଷ ପରିଜାଙ୍କ ନେତୃତ୍ୱରେ ଡାକ୍ତରଖାନାର ଜରୁରୀକାଳୀନ ଟିମ୍ ଏକ ସମୀକ୍ଷା କରିବା ପରେ ଇମ୍ପ୍ଲାଂଟ ହଟାଇବା ଏବଂ ସମ୍ପୂର୍ଣ୍ଣ ହିପ୍ ରିପ୍ଲେସମେଂଟକୁ ନେଇ ଦୁଇ ପର୍ଯ୍ୟାୟ ଯୋଜନା କାର୍ଯ୍ୟକାରୀ କରିଥିଲେ । ଅସ୍ତ୍ରୋପଚାର ପରେ, ସେ ଅଙ୍ଗର ଲମ୍ବ ଫେରି ପାଇଥିବା ସହ ଯନ୍ତ୍ରଣାମୁକ୍ତ ଏବଂ ସ୍ଥିର ଅନୁଭବ କରିଥିଲେ ।

ଏହି ଉଲ୍ଲେଖନୀୟ ଘଟଣା ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲର ଜଟିଳ ଏବଂ ଏକାଧିକ ଅସ୍ତ୍ରୋପଚାର କରିବାର କ୍ଷମତାକୁ ଦର୍ଶାଉଛି ଯାହା ସାଧାରଣତଃ ଦେଶର କେବଳ ବଡ଼ ଡାକ୍ତରଖାନାରେ କରାଯାଏ । ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରତିଶୃତି ଏବଂ ଏହି ଅଂଚଳରେ ଏକ କ୍ରିଟିକାଲ୍ କେୟାର ହବ୍ ଭାବରେ ଉଭା ହୋଇଛି ।

Share

Leave a Reply

Your email address will not be published. Required fields are marked *

4 × 4 =