ଗୋଦରେଜ୍ ଇଂଟେରିଓ ପକ୍ଷରୁ ଉତମ ଓ ସବୁଜ ଉତ୍ପାଦରୁ ୪୨ ପ୍ରତିଶତ ଆୟ ହାସଲ ଲକ୍ଷ୍ୟ

ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପ୍‌ର ସଂସ୍ଥା ଗୋଦରେଜ୍ ଇଂଟେରିଓ ପକ୍ଷରୁ ପରିବେଶ ଅନୁକୂଳ ସ୍ଥାୟୀ ଉତ୍ପାଦର ଚାହିଦାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ତେଣୁ ଉତମ ଓ ସବୁଜ ଉତ୍ପାଦରୁ କଂପାନି ୨୦୨୩-୨୪ ଆର୍ଥିକ ବର୍ଷରେ ୪୨ ପ୍ରତିଶତ ଆୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ୨୦୩୨ ସୁଦ୍ଧା ଏହି ବର୍ଗରୁ କଂପାନି ଏହାର ୫୦ ପ୍ରତିଶତ ରାଜସ୍ୱ ହାସଲ କରିବାକୁ ଯୋଜନା ପ୍ରସ୍ତୁତ କରିଛି ।
ମୂଳ କଂପାନିର ସମାନ ମୂଲ୍ୟବୋଧ ଓ ଦର୍ଶନକୁ ଅନୁୁସରଣ କରି ଗୋଦରେଜ୍ ଇଂଟେରିଓ ଉତମ ଓ ସବୁଜ (ଗୁଡ୍ ଆଣ୍ଡ୍ ଗ୍ରିନ୍‌) ଲକ୍ଷ୍ୟ ହାସଲ କରିବାକୁ ସ୍ଥିର କରିଛି । କଂପାନି ସ୍ଥାନୀୟ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛି । ବର୍ତମାନ ୯୪ ପ୍ରତିଶତ ସ୍ଥାନୀୟ ବ୍ୟବସାୟ ସ୍ଥାନୀୟ ମୂଲ୍ୟ ଶୃଙ୍ଖଳାରୁ ଆସୁଛି । ଶକ୍ତି ଅନୁକୂଳ, ଜଳ ସଂରକ୍ଷଣ, ଅକ୍ଷୟ ଶକ୍ତି ବ୍ୟବହାର, ସବୁଜ ଘର ବାଷ୍ପ ନିର୍ଗମନ, ବର୍ଜ୍ୟ ପରିଚାଳନା, ଉପକରଣ ସଂରକ୍ଷଣ, ରିସାଇକ୍ଲିଂ, ସବୁଜ ଯୋଗାଣ ଶୃଙ୍ଖଳ ଏବଂ ସବୁଜ ଭିତିଭୂମି ଉପରେ ଯୋଗାଣକାରୀମାନଙ୍କ ସହ ମିଶି ଗୋଦରେଜ୍ ଇଂଟେରିଓ କାମ କରୁଛି । ଏକ ଉତମ ଭାବେ ସମନ୍ୱିତ ଯୋଗାଣ ଶୃଙ୍ଖଳ ଜରିଆରେ କଂପାନି ଅଭିବୃଦ୍ଧି ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରୁଛି ।
ଗୋଦରେଜ୍ ଇଂଟେରିଓର ବରିଷ୍ଠ ଉପସଭାପତି ଓ ବ୍ୟବସାୟ ମୁଖ୍ୟ ସ୍ୱପ୍ନୀଲ ନାଗରକର କହିଛନ୍ତି ଯେ, “ଗୋଦରେଜ ଇଂଟେରିଓରେ ଆମେ ଆମର ବ୍ୟବସାୟିକ ପ୍ରତିଯୋଗିତାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଭାବରେ ଏକ ସ୍ଥାୟୀ ଏବଂ ସୁସମନ୍ୱିତ ଯୋଗାଣ ଶୃଙ୍ଖଳା ବିକଶିତ କରିବାକୁ ଉଚ୍ଚ ପ୍ରାଥମିକତା ଦେଉଛୁ । ଆମର ବିଶ୍ୱାସ ରହିଛି ଯେ ଏକ ଶକ୍ତିଶାଳୀ, ଦକ୍ଷ, ବିଶ୍ୱସନୀୟ ଏବଂ ସ୍ଥିର ଯୋଗାଣ ଶୃଙ୍ଖଳା ଆମର ବ୍ୟବସାୟ ଅଭିବୃଦ୍ଧିକୁ ଆଗକୁ ନେବାରେ ସହାୟକ ହେବ । ଏହା ଏକ ଶକ୍ତିଶାଳୀ ଯୋଗାଣକାରୀ କାର୍ଯ୍ୟକ୍ରମ, ଗୁଣବତା ମୂଲ୍ୟାଙ୍କନ ଏବଂ ଲୋକାଲାଇଜେସନ୍ ରଣନୀତି ମାଧ୍ୟମରେ ହାସଲ କରାଯାଉଛି । ଆମର ବିୟଣ୍ଡ ସୋର୍ସିଂ ଯୋଗାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଏକ ଯୋଗାଣ ଶୃଙ୍ଖଳା ବ୍ୟବସ୍ଥା ବିକାଶ କରୁଛୁ ଯାହା ଆମର ଗ୍ରାହକମାନଙ୍କୁ ସେମାନଙ୍କ ପସନ୍ଦର ଉତ୍ପାଦ ପ୍ରଦାନ କରିବ ଯାହା ଏକ ସବୁଜ ଏବଂ ଅଧିକ ଆତ୍ମନିର୍ଭରଶୀଳ ଭବିଷ୍ୟତ ନିର୍ମାଣ କରିବା ଦିଗରେ ଆମର ପ୍ରତିବଦ୍ଧତା ସହିତ ସଂଯୁକ୍ତ ।”
ସେ କହିଛନ୍ତି ଯେ ଆମର ସ୍ଥାୟୀତତ୍ୱ ରଣନୀତି ପରିବେଶ-ସଚେତନ ସାମଗ୍ରୀ ଏବଂ ଏର୍ଗୋନୋମିକାଲ ଡିଜାଇନ୍ ହୋଇଥିବା ଆସବାବପତ୍ରର ବିସ୍ତାରକୁ ପ୍ରାଥମିକତା ଦେଉଛି । “ଗ୍ରିନ୍‌ପ୍ରୋ ସାର୍ଟିଫାଏଡ୍ ଆସବାବପତ୍ର ଉତ୍ପାଦ ଉପରେ ଆମର “ଗ୍ରୀନ୍ ଆସ୍ୟୁରଡ୍‌” ଲୋଗୋ ଏକ ମାର୍ଗଦର୍ଶକ ଆଲୋକ ଭାବରେ କାର୍ଯ୍ୟ କରୁଛି ଯାହା ଗ୍ରାହକମାନଙ୍କୁ ପରିବେଶ ଅନୁକୂଳ ଏବଂ ସୁସ୍ଥ ପସନ୍ଦ ଆଡକୁ ଆଗେଇ ନେଉଛି । ଉନ୍ନତ ଡିଜାଇନ୍ ତଥା ଇଞ୍ଜିନିୟରିଂ ସାମଗ୍ରୀ ଏବଂ ଦକ୍ଷ ପ୍ରକ୍ରିୟାର ବ୍ୟବହାର ମାଧ୍ୟମରେ ଗୋଦରେଜ୍ ଇଂଟେରିଓ କମ୍ ସାମଗ୍ରୀ ବ୍ୟବହାର ସହିତ ଚେୟାର ତିଆରି କରୁଛି, କିନ୍ତୁ ତାହାର ଉଚ୍ଚ କାର୍ଯ୍ୟଦକ୍ଷତା ରହିଛି ଯାହା ଗ୍ରାହକଙ୍କୁ ଅଧିକ ଲାଭ ପ୍ରଦାନ କରୁଛି ।”

Share

Leave a Reply

Your email address will not be published. Required fields are marked *

one × 4 =