ମେଟାଭର୍ସରେ ପ୍ରବେଶ କଲା ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ, ଭାରତର ପ୍ରଥମ ଭର୍ଚୁଆଲ୍ ସୋ’ରୁମ୍ ସେନ୍‌କୋଭର୍ସର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ମେଟାଭର୍ସରେ ପ୍ରବେଶ କରି ଏହାର ପ୍ରଥମ ଭର୍ଚୁଆଲ୍ ସୋ’ରୁମ୍ “ସେନ୍‌କୋଭର୍ସ”ର ଶୁଭାରମ୍ଭ କରିଛି । ମେଟାଭର୍ସରେ ଏହା ଭାରତର ପ୍ରଥମ ଗହଣା ସୋ’ରୁମ୍ ଯାହା ନୂଆ ପିଢ଼ିର ଗ୍ରାହକମାନଙ୍କ ସହ ବେଶ ଯୋଡ଼ିହୋଇପାରିବ ଓ ସେମାନଙ୍କୁ ସୁହାଇବା ଭଳି ଓ ନିରବଚ୍ଛିନ୍ନ ସପିଙ୍ଗ ଅନୁଭୂତି ପ୍ରଦାନ କରି ସପିଙ୍ଗରେ ପରିବର୍ତନ ଆଣିବ ।

ଭର୍ଚ୍ରୁଆଲ୍ ଦୁନିଆରେ ବ୍ରାଣ୍ଡ୍‌ର ଗହଣାଗୁଡ଼ିକୁ ଜୀବନ୍ତ ଭାବେ ଉପସ୍ଥିତ କରିବା ପାଇଁ ସେନ୍‌କୋଭର୍ସରେ ପ୍ରଯୁକ୍ତି ଓ କଳାକାରୀର ସମିଶ୍ରଣ ରହିଛି । ଏହା ଗ୍ରାହକମାନଙ୍କୁ ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ ଅନୁଭୂତି ପ୍ରଦାନ କରିବ । ଗ୍ରାହକମାନେ ନିରବଚ୍ଛିନ୍ନ ଭାବେ ଭର୍ଚୁଆଲ ସୋ’ରୁମ୍‌ରେ ବ୍ରାଉଜିଂ କରିବା ସହ ନିଜ ପସନ୍ଦର ଗହଣାକୁ ଚୟନ କରି ଘରେ ଡେଲିଭରି ପାଇପାରିବେ ।

ଗ୍ରାହକମାନେ ନିଜ ଡିଜିଟାଲ୍ ଡିଭାଇସ୍‌ରେ ଆରାମରେ ଯେକୌଣସି ସ୍ଥାନରେ ରହି ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ଗ୍ଦରଦ୍ଭମକ୍ଟଙ୍ଖରକ୍ସଗ୍ଦର.ମକ୍ଟଜ୍ଞ/ ପରିଦର୍ଶନ କରି ସେନ୍‌କୋଭର୍ସରେ ପହଂଚିପାରିବେ ।

ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ଏମ୍‌ଡି ଓ ସିଇଓ ଶ୍ରୀ ଶୁଭଙ୍କର ସେନ୍ କହିଛନ୍ତି ଯେ, “ଆମର ଡିଜିଟାଲ ରୂପାନ୍ତରଣ ଯାତ୍ରା ଓ ଆମ ମୂଲ୍ୟବାନ ଗ୍ରାହକମାନଙ୍କୁ ଉଲ୍ଲେଖନୀୟ ଓ ଚିନ୍ତାମୁକ୍ତ ସପିଙ୍ଗ ଅନୁଭୂତି ପ୍ରଦାନ କରିବା ପାଇଁ ଆମର ରହିଥିବା ପ୍ରତିବଦ୍ଧତା ଦିଗରେ ସେନ୍‌କୋଭର୍ସର ଶୁଭାରମ୍ଭ ଏକ ବଡ଼ ପଦକ୍ଷେପ । ଆମର ବିଶ୍ୱାସ ରହିଛି ଯେ, ଡିଜିଟାଲ୍ ସକ୍ରିୟ ନୂଆ ପିଢ଼ି ଓ ଜେଡ୍ ପିଢ଼ିର ଗ୍ରାହକମାନେ ହେଉଛନ୍ତି ରିଟେଲ୍‌ର ଭବିଷ୍ୟତ, ସେମାନ ଯାହା ଚାହୁଛନ୍ତି ସେଥିପାଇଁ ଆମେ ସେମାନଙ୍କୁ ବ୍ୟକ୍ତିଗତ ସୁହାଇବା ଭଳି ଓ ସୁବିଧାଜନକ ସପିଙ୍ଗ ଅନୁଭୂତି ପ୍ରଦାନ କରିବାରେ ଆଗରେ ରହିବାକୁ ଚାହୁଛୁ । ସେନ୍‌କୋଭର୍ସ ସହିତ ଆମର ବିଶ୍ୱାସ ରହିଛି ଯେ, ଗ୍ରାହକମାନେ ସପିଙ୍ଗର ଅଭିନବ ଉପାୟକୁ ଗ୍ରହଣ କରିବେ । ଏହି ଅଭିଯାନ ନବସୃଜନ ପ୍ରତି ଆମର ରହିଥିବା ପ୍ରତିବଦ୍ଧତା ଓ ରିଟେଲ୍‌ର ଭବିଷ୍ୟତକୁ ସୁଦୃଢ଼ କରିବାର ପ୍ରମାଣ ।”

ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ନିର୍ଦ୍ଦେଶିକା ଓ ଡିଜାଇନ୍ ତଥା ମାର୍କେଟିଂ ମୁଖ୍ୟ ଶ୍ରୀମତୀ ଜୋଇତା ସେନ୍ କହିଛନ୍ତି ଯେ, “ମେଟାଭର୍ସରେ ଭାରତର ପ୍ରଥମ ଗହଣା ସୋ’ରୁମ୍ ସେନ୍‌କୋଭର୍ସର ଶୁଭାରମ୍ଭ କରି ଆମେ ବେଶ ଉତ୍ସାହିତ । ଆମ ଗ୍ରାହକମାନଙ୍କୁ ଅଭିନବ ସେବା ପ୍ରଦାନ କରିବା ଆମ ଯାତ୍ରାରେ ଏହା ଏକ ପ୍ରମୁଖ ମାଇଲଖୁଂଟ । ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ବ୍ରାଣ୍ଡ୍ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ଏହାର କାରିଗରୀ ଓ ଗୁଣାତ୍ମକ ମାନ ପାଇଁ ପରିଚିତ । ସେନ୍‌କୋଭର୍ସର ଡିଜିଟାଲ୍ ଦୁନିଆରେ ସେହି ପରମ୍ପରାକୁ ଜାରି ରଖିଥିବାରୁ ଆମେ ଗର୍ବିତ । ଏଭରଲାଇଟ୍ ଓ ଅନ୍ୟାନ୍ୟ ସମ୍ଭାରର ୧୦୦ ଆକର୍ଷଣୀୟ ଉତ୍ପାଦକୁ ସେଥିରେ ପ୍ରଦର୍ଶନ କରାଯାଇଛି ଏବଂ ପର୍ଯ୍ୟାୟକ୍ରମେ ଆମେ ଉତ୍ପାଦ ବର୍ଗକୁ ବଢ଼ାଇବୁ । ସେନକୋଭର୍ସର ଅନୁସନ୍ଧାନ କରିବା ଏବଂ ଏକ ସମ୍ପୂର୍ଣ୍ଣ ନୂଆ ଉପାୟରେ ସୁନ୍ଦର ଗହଣାର ଅନୁଭୂତି ନେବାକୁ ଆମେ ଏହି ଅବସରରେ ଗ୍ରାହକମାନଙ୍କୁ ଆମନ୍ତ୍ରଣ କରୁଛୁ ।”

Share

Leave a Reply

Your email address will not be published. Required fields are marked *

1 + five =