ଅପ୍‌ଡେଟର ସର୍ଭିସେସ୍ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ସେପ୍ଟେମ୍ବର ୨୫ରେ ଖୋଲିବ

ଭୁବନେଶ୍ୱର: ଅପ୍‌ଡେଟର ସର୍ଭିସେସ୍ ଲିମିଟେଡର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ସେପ୍ଟେମ୍ବର ୨୫ରେ ଖୋଲିବ । ଏହି ଅଫରରେ ୪୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ୮୦,୦୦,୦୦୦ ଇକ୍ୱିଟି ସେୟାରକୁ ଅଂଶଧନକାରୀମାନେ ଅଫର ଫର ସେଲ୍‌ରେ ବିକ୍ରି କରିବେ ।
ଆଙ୍କର ନିବେଶକମାନେ ୨୦୨୩ ସେପ୍ଟେମ୍ବର ୨୨ରେ ବିଡ୍ ଦାଖଲ କରିପାରିବେ । ଏହି ଅଫରର ବିଡ୍ ୨୦୨୩ ସେପ୍ଟେମ୍ବର ୨୫ରୁ ଖୋଲିବ ଏବଂ ସେପ୍ଟେମ୍ବର ୨୭ରେ ବନ୍ଦ ହେବ । ଏହି ଅଫରରେ ଇକ୍ୱିଟି ସେୟାରର ମୂଲ୍ୟ ୨୮୦ ଟଙ୍କାରୁ ୩୦୦ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ନିବେଶକମାନେ ସର୍ବନିମ୍ନ ୫୦ ଇକ୍ୱିଟି ସେୟାରର ବିଡ୍ ଦାଖଲ କରିପାରିବେ ଏବଂ ଏହା ପରେ ୫୦ ଲେଖାଏଁର ଗୁଣିତକ ହିସାବରେ ଇକ୍ୱିଟି ସେୟାର ଯୋଡ଼ିପାରିବେ ।
ଏହି ଅଫରରୁ ଯେଉଁ ପାଣ୍ଠି ମିଳିବ ତାହାକୁ କଂପାନିର ଥିବା ୧୩୩ କୋଟି ଟଙ୍କାର ଋଣକୁ ଆଗୁଆ ପରିଶୋଧ କିମ୍ବା ଶୁଝିବାରେ, ଇନଅଗାନିକ୍ ଅଭିଯାନରେ ୮୦ କୋଟି ଟଙ୍କା, କାର୍ଯ୍ୟକାରୀ ପୁଞ୍ଜି ଭାବେ ୧୧୫ କୋଟି ଟଙ୍କା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ଅଫର ଫର ସେଲ୍‌ରେ ଟାଙ୍ଗି ଫାସିଲିଟି ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ୪,୦୦୦,୦୦୦ ଇକ୍ୱିଟି ସେୟାର, ଇଣ୍ଡିଆ ବିଜନେସ୍ ଏକ୍ସଲେନ୍ସ ଫଣ୍ଡ୍‌-୨ ପକ୍ଷରୁ ୮୦୦,୦୦୦ ଇକ୍ୱିଟି ସେୟାର, ଇଣ୍ଡିଆ ବିଜନେସ୍ ଏକ୍ସଲେନ୍ସ ଫଣ୍ଡ-୨ ୩,୨୦୦,୦୦୦ ଇକ୍ୱିଟିି ସେୟାର ସାମିଲ ରହିଛି ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଦାଖଲ କରାଯାଇଥିବା ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି)ରେ ଇକ୍ୱିଟି ସେୟାରଗୁଡ଼ିକୁ ବମ୍ବେ ଷ୍ଟକ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବାର ପ୍ରସ୍ତାବ ରହିଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍‌, ମୋତିଲାଲ ଓସ୍ୱାଲ୍ ଇନଭେଷ୍ଟମେଂଟ୍ ଆଡର୍ଭାଇଜର୍ସ ଲିମିଟେଡ୍ ଓ ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟସ୍ ଲିମିଟେଡ୍ ।
ଭାରତୀୟ ପ୍ରତିଭୂତି ଓ ବିନିମିୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରରେ ଉପଲବ୍ଧ କରାଯିବାକୁ ଥିବା ଇକ୍ୱିଟି ସେୟାର ମଧ୍ୟରୁ ୭୫%ରୁ କମ୍ ଯୋଗ୍ୟ ସଂସ୍ଥାଗତ ନିବେଶକଙ୍କୁ, ସେଥିରୁ ୬୦ ପ୍ରତିଶତ ଇକ୍ୱିଟି ସେୟାର ଆଙ୍କର ନିବେଶକଙ୍କୁ, ନେଟ୍ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାର ମ୍ୟୁଚୁଆଲ୍ ଫଣ୍ଡ୍‌ଙ୍କୁ ଏବଂ ୧୦ ପ୍ରତିଶତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କୁ ପ୍ରଦାନ କରାଯିବ ।

Share

Leave a Reply

Your email address will not be published. Required fields are marked *

twenty − eight =