ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ୨୦୨୨ ଡିସେମ୍ବର ୩୧ ସୁଦ୍ଧା ୨୧,୫୧୨ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଜୀବନ ବୀମା କଂପାନି ଏସ୍‌ବିଆଇ ଲାଇଫ୍ ଇନସ୍ୟୁରାନ୍ସ ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଶେଷ ସମୟରେ ୨୧,୫୧୨ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ କରିଛି ଯାହା ୨୦୨୧ ଡିସେମ୍ବର ସୁଦ୍ଧା ୧୮,୭୯୧ କୋଟି ଟଙ୍କା ଥିଲା । ଏହି ସମୟରେ କଂପାନିର ନିୟମିତ ପ୍ରିମିୟମ୍ ୨୨ ପ୍ରତିଶତ ବୃଦ୍ଧି ପାଇଛି ।
ପ୍ରୋଟେକ୍ସନ (ସୁରକ୍ଷା) ପ୍ଲାନ୍ ଉପରେ ସ୍ପଷ୍ଟ ଗୁରୁତ୍ୱ ରଖିବାରୁ ଏସ୍‌ବିଆଇ ଲାଇଫ୍‌ର ପ୍ରୋଟେକ୍ସନ ନୂଆ ବ୍ୟବସାୟ ପ୍ରିମିୟମ୍ ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଶେଷ ସମୟରେ ୨,୫୪୫ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷର ସେହି ସମୟ ତୁଳନାରେ ୨୫ ପ୍ରତିଶତ ଅଧିକ । ପ୍ରୋଟେକ୍ସନ ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ୍ ଏହି ସମୟରେ ୧୨ ପ୍ରତିଶତ ବୃଦ୍ଧି ପାଇ ୬୯୬ କୋଟି ଟଙ୍କା ହୋଇଛି । ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ୍ ୩୧% ବୃ୍‌ଦ୍ଧି ପାଇ ୧୫,୨୪୨ କୋଟି ଟଙ୍କା ହୋଇଛି ।
ଏସ୍‌ବିଆଇ ଲାଇଫ୍‌ର ଟିକସ ପରବର୍ତୀ ଲାଭ ୨୦୨୨ ଡିସେମ୍ବର ୩୧ ସୁଦ୍ଧା ୯୪୪ କୋଟି ଟଙ୍କା ହୋଇଛି । କଂପାନିର ସୋଲ୍‌ଭେନ୍‌ସି ରେସିଓ ୨.୨୫ ରହିଛି ଯାହା ନିୟାମକ ଆବଶ୍ୟକତା ୧.୫୦ ଠାରୁ ଅଧିକ ।
ଏସ୍‌ବିଆଇ ଲାଇଫ୍‌ର ପରିଚାଳନା ଅଧୀନ ସଂପତି (ଏୟୁଏମ୍‌) ୧୭ ପ୍ରତିଶତ ବୃଦ୍ଧି ପାଇ ୨,୯୯,୯୮୭ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ୨,୫୬,୮୭୧ କୋଟି ଟଙ୍କା ଥିଲା । ଡେବ୍‌ଟ-ଇକ୍ୱିଟିର ମିଶ୍ରଣ ୭୧:୨୯ ରହିଛି । ୯୫%ରୁ ଅଧିକ ଡେବ୍‌ଟ ନିବେଶ ଏଏଏ କିମ୍ବା ସୋଭରେନ୍ ରେଟିଂରେ ରହିଛି ।
କଂପାନି ଏହାର ବିତରଣ ନେଟ୍‌ୱର୍କରେ ବିବିଧତା ଆଣିଛି । ଏହା ପାଖରେ ୨,୫୫,୮୪୮ ତାଲିମପ୍ରାପ୍ତ ବୀମା ପ୍ରଫେସନାଲ୍ ଥିବା ବେଳେ ସାରା ଦେଶରେ ଏହାର ୯୯୦ କାର୍ଯ୍ୟାଳୟ ରହିଛି । ଏହାର ବ୍ୟାଙ୍କାସ୍ୟୁରାନ୍ସ ଚ୍ୟାନେଲ୍‌, ଏଜେନ୍ସି ଚ୍ୟାନେଲ୍‌, କର୍ପୋରେଟ୍ ଏଜେଂଟ୍‌, ବ୍ରୋକର, ପଏଂଟ୍ ଅଫ୍ ସେଲ୍ ପର୍ସନ, ବୀମା ମାର୍କେଟିଂ କଂପାନି, ୱେବ୍ ଏଗ୍ରିଗେଟର ଭଳି ବିବିଧ ବିତରଣ ଚ୍ୟାନେଲ୍ ରହିଛି ।

Share

Leave a Reply

Your email address will not be published. Required fields are marked *

three × 3 =