ସାଇ ସିଲ୍କ (କଳାମନ୍ଦିର)ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୩ ସେପ୍ଟେମ୍ବର ୨୦ରେ ଖୋଲିବ

ଭୁବନେଶ୍ୱର: ସାଇ ସିଲ୍କ (କଳାମନ୍ଦିର) ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ସେପ୍ଟେମ୍ବର ୨୦, ବୁଧବାର ଖୋଲିବ । ଏଥିରେ ସାମିଲ ରହିଛି ୬୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ୨୭,୦୭୨,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ ।
ଆଙ୍କର ନିବେଶକମାନେ ୨୦୨୩ ସେପ୍ଟେମ୍ବର ୧୮ରେ ବିଡ୍ ଦାଖଲ କରିପାରିବେ । ଏହି ଅଫରରେ ୨୦୨୩ ସେପ୍ଟେମ୍ବର ୨୦ରେ ସବ୍‌ସ୍କ୍ରିପ୍‌ସନ୍ ପାଇଁ ଖୋଲିବ ଓ ୨୦୨୩ ସେପ୍ଟେମ୍ବର ୨୨ରେ ବନ୍ଦ ହେବ । ଏହି ଅଫରରେ ଇକ୍ୱିଟି ସେୟାର ପିଛା ମୂଲ୍ୟ ୨୧୦-୨୨୨ ଟଙ୍କା ମଧ୍ୟରେ ରହିବ । ନିବେଶକମାନେ ସର୍ବନିମ୍ନ ୬୭ଟି ଇକ୍ୱିଟି ସେୟାର ଏବଂ ଏହା ପରେ ୬୭ ଲେଖାଏଁ ଇକ୍ୱିଟି ସେୟାରର ଗୁଣିତକ ହିସାବରେ ବିଡ୍ ଦାଖଲ କରିପାରିବେ ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗ୍ରହ ହେବ ସେଥିରୁ ୧୨୫.୦୮ କୋଟି ଟଙ୍କାକୁ ୩୦ଟି ନୂଆ ଷ୍ଟୋର୍ ସ୍ଥାପନ କରିବାରେ, ୨୫.୩୯ କୋଟି ଟଙ୍କାକୁ ଦୁଇଟି ଗୋଦାମ ଘର ସ୍ଥାପନ କରିବାରେ, ୨୮୦ କୋଟି ଟଙ୍କାକୁ କଂପାନିର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟତା ପାଇଁ ଏବଂ ୫୦ କୋଟି ଟଙ୍କାକୁ କଂପାନିର ଋଣକୁ ଆଂଶିକ କିମ୍ବା ପୂର୍ଣ୍ଣ ପରିଶୋଧ କରିବାରେ ବ୍ୟବହାର କରାଯିବ । ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ଅଫର ଫର ସେଲ୍‌ରେ ନାଗକନକ ଦୁର୍ଗା ପ୍ରସାଦ ଚାଲବାଡ଼ି ୬,୪୦୯,୩୪୫ ଇକ୍ୱିଟି ସେୟାର, ଝାନ୍‌ସି ରାଣୀ ଚାଲବାଡ଼ି ୭,୯୪୯,୫୨୦ ଇକ୍ୱିଟି ସେୟାର, ଧନଲକ୍ଷ୍ମୀ ପେରୁମାଳା ୩,୦୮୩,୮୬୫ ଇକ୍ୱିଟି ସେୟାର, ଦୋଦେସ୍ୱର କନକ ଦୁର୍ଗାରାଓ ଚାଲବାଡ଼ି ୬୫୬,୨୯୫ ଇକ୍ୱିଟି ସେୟାର, କଲ୍ୟାଣ ଶ୍ରୀନିବାସ ଅନ୍ନମ ୬,୩୪୬,୯୭୫ ଇକ୍ୱିଟି ସେୟାର, ସୁବାଷ ଚନ୍ଦ୍ର ମୋହନ ଅନ୍ନମ ୨,୧୨୦,୫୦୦ ଇକ୍ୱିଟି ସେୟାର ଏବଂ ଭେଙ୍କଟ ରାଜେଶ ଅନ୍ନମ ୫୦୫,୫୦୦ ଇକ୍ୱିଟି ସେୟାର ବିକ୍ରି କରିବେ ।
ସାଇ ସିଲ୍କ କଳାମନ୍ଦିର ଲିମିଟେଡ୍ ହେଉଛି ନାଗକନକ ଦୁର୍ଗା ପ୍ରସାଦ ଚାଲବାଡି ଓ ଝାନ୍‌ସୀ ରାଣୀ ଚାଲ୍‌ବାଡ଼ିଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଏକ ଏଥ୍‌ନିକ୍ ପୋଷାକ ରିଟେଲର । ଦକ୍ଷିଣ ଭାରତରେ ଶାଢ଼ି କ୍ଷେତ୍ରରେ ଏହାର ସୁନାମ ଥିବା ବେଳେ ଶ୍ରେଷ୍ଠ ୧୦ ଏଥନିକ୍ ରିଟେଲରଙ୍କ ମଧ୍ୟରେ ଏହା ରହିଛି । କଳାମନ୍ଦିର, ବରାମହାଲକ୍ଷ୍ମୀ ସିଲ୍‌କ ମନ୍ଦିର ଓ କେଏଲ୍‌ଏମ୍ ଫେସନ୍ ମଲ୍ ନାମରେ ଏହାର ଚାରି ପ୍ରକାର ଷ୍ଟୋର୍ ରହିଛି । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡୁରେ ଏହାର ୫୪ଟି ଷ୍ଟୋର୍ ରହିଛି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ଆର୍ଥିକ ବର୍ଷରେ କଂପାନିର ମୋଟ ରାଜସ୍ୱ ୧୩୫୧ କୋଟି ଟଙ୍କା ଓ ନିଟ୍ ଲାଭ ୯୭.୬ କୋଟି ଟଙ୍କା ଥିଲା ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ମୋତିଲାଲ ଓସ୍ୱାଲ୍ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଲିମିଟେଡ୍‌, ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଲିମିଟେଡ୍ । କଂପାନିର ସେୟାରଗୁଡ଼ିକୁ ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରାଯିବ ।

Share

Leave a Reply

Your email address will not be published. Required fields are marked *

nineteen + 1 =