ସିଗ୍ନେଚର ଗ୍ଲୋବାଲ୍ (ଇଣ୍ଡିଆ) ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ସେପ୍ଟେମ୍ବର ୨୦ରେ ଖୋଲିବ

ଭୁବନେଶ୍ୱର: ସିଗ୍ନେଚରଗ୍ଲୋବାଲ୍ (ଇଣ୍ଡିଆ) ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ସେପ୍ଟେମ୍ବର ୨୦, ବୁଧବାର ଖୋଲିବ । କଂପାନି ଏହା ଜରିଆରେ ୭୩୦ କୋଟି ଟଙ୍କାର ନୂଆ ସେୟାର ଜାରି କରିବାକୁ ଯୋଜନା ରଖିଥିବା ସେଥିରେ ଅଫର ଫର ସେଲ୍‌ରେ ୬୦୩ କୋଟି ଟଙ୍କାର ଅଂଶଧନକାରୀଙ୍କ ସେୟାର ବିକ୍ରି କରାଯିବ । ଇଂଟରନ୍ୟାସନାଲ୍ ଫାଇନାନ୍ସ କର୍ପୋରେସନ ୧୨୭ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବ । ଏହି ଅଫର ୨୦୨୩ ସେପ୍ଟେମ୍ବର ୨୨ରେ ବନ୍ଦ ହେବ ।
ଏହି ଅଫରରେ ଇକ୍ୱିଟି ସେୟାରର ମୂଲ୍ୟ ୩୬୬ ଟଙ୍କାରୁ ୩୮୫ ଟଙ୍କା ମଧ୍ୟରେ ରହିଛି । ନିବେଶକମାନେ ସର୍ବନିମ୍ନ ୩୮ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ଏହା ପରେ ୩୮ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍ ଓ କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍ କଂପାନି ଲିମିଟେଡ୍ ।
ସିଗ୍ନେଚରଗ୍ଲୋବାଲ୍ (ଇଣ୍ଡିଆ) ଲିମିଟେଡ୍ ହେଉଛି ଦିଲ୍ଲୀ ଏନ୍‌ସିଆର୍ ଅଂଚଳର ସର୍ବବୃହତ ରିଅଲ ଇଷ୍ଟେଟ୍ କଂପାନି ଯାହା ନିମ୍ନ ମଧ୍ୟମ ଓ ସୁଲଭ ବର୍ଗରେ ବାସଗୃହ ପ୍ରଦାନ କରୁଛି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଏହାର ୧୯ ପ୍ରତିଶତ ବଜାର ଅଂଶ ରହିଛି ବୋଲି ଆନାରକ୍ ରିପୋର୍ଟରୁ ଜଣାପଡ଼ିଛି ।
ସିଗ୍ନେଚର ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ ୨୦୧୪ରେ କଂପାନିର ଶୁଭାରମ୍ଭ ହୋଇଥିଲା । ହରିୟାଣାର ଗୁରୁଗ୍ରାମରେ ଏହା ୬.୧୩ ଏକର ଜମିରେ ସାଲେରା ପ୍ରକଳ୍ପ ଶୁଭାରମ୍ଭ କରିଥିଲା । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଏହା ୨୭,୯୬୫ ଆବାସିକ ଓ କମର୍ସିଆଲ୍ ସମ୍ପତି ବିକ୍ରି କରିଛି ।
କଂପାନି ପ୍ରକଳ୍ପ ପରିକଳ୍ପନାଠାରୁ ଆରମ୍ଭ କରି କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ସବୁ କିଛି ନିଜସ୍ୱ ଦକ୍ଷତା ଓ ସମ୍ବଳ ଜରିଆରେ କରୁଛି । ଏହାର ମୂଳ ଲକ୍ଷ୍ୟ ହେଉଛି ଜମି ଅଧିଗ୍ରହଣ କରିବାର ୧୮ ମାସ ମସୟ ଭିତରେ ପ୍ରକଳ୍ପ ଶୁଭାରମ୍ଭ କରିବା ।
କଂପାନିର ବ୍ୟାପକ ବଂଟନ ନେଟ୍‌ୱର୍କ ଥିବା ବେଳେ ୫୯୩ ଚ୍ୟାନେଲ୍ ପାର୍ଟନର ଓ ୪୧ କର୍ମଚାରୀ, ୧୦୦ ପେରୋକ୍ଷ ସେଲ୍‌ସ କର୍ମଚାରୀ ରହିଛନ୍ତି । ସୁଲଭ ବାସଗୃହ ପ୍ରକଳ୍ପକୁ କଂପାନି ସ୍ୱତନ୍ତ୍ର ଭାବେ ଡିଜିଟାଲ୍ ଚ୍ୟାନେଲ୍‌ରେ ବିକ୍ରି କରୁଛି । କଂପାନିର ନିବେଶକମାନଙ୍କ ମଧ୍ୟରେ ରହିଛନ୍ତି ଆଇଏଫ୍‌ସି, ଏଚ୍‌ଡିଏଫ୍‌ସି କ୍ୟାପିଟାଲ୍ ଆଡଭାଇଜର୍ସ ।

Share

Leave a Reply

Your email address will not be published. Required fields are marked *

twenty − two =