ସାତ୍ୱିକ ଗ୍ରିନ୍ ଏନର୍ଜି ଲିମିଟେଡ୍ ପକ୍ଷରୁ ବଲିଉଡ୍ ସୁପରଷ୍ଟାର୍ କାର୍ତ୍ତିକ ଆର୍ଯ୍ୟନଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ନିଯୁକ୍ତ
ଭୁବନେଶ୍ୱର: ସାତ୍ୱିକ ଗ୍ରିନ୍ ଏନର୍ଜି ଲିମିଟେଡ୍ (ଏସ୍ଜିଇଏଲ୍) ପକ୍ଷରୁ ବଲିଉଡ୍ ସୁପରଷ୍ଟାର୍ କାର୍ତ୍ତିକ ଆର୍ଯ୍ୟନଙ୍କୁ ଅଫିସିଆଲ୍ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ। ଏସ୍ଜିଇଏଲ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ନୀଳେଶ ଗର୍ଗ, ପରିଚାଳନା ନିର୍ଦେଶକ ମାଣିକ ଗର୍ଗ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ ମାଥୁରଙ୍କ ସହ ଆଲୋଚନାରୁ ଏହି କଥାବାର୍ତା ଆରମ୍ଭ ହୋଇଥିଲା। ଏକ ସାଧାରଣ କଥାବାର୍ତା ଭାବେ ଏହା ଆରମ୍ଭ ହୋଇଥିବା ବେଳେ ତାହା ଏକ ଉଦ୍ଦେଶ୍ୟ ଆଧାରିତ ନିଷ୍ପତିରେ ପରିଣତ ହୋଇଛି। କାତିର୍କ ଆର୍ଯ୍ୟନ ନିଜର ବ୍ୟକ୍ତିତ୍ୱ, ପ୍ରାସଙ୍ଗିକ କାହାଣୀ ବର୍ଣ୍ଣନା ଏବଂ ଅଭିଳାଷ ପାଇଁ ପରିଚିତ ଯାହା ସାତ୍ୱିକ ସହିତ ବେଶ୍ ଭଲ ଭାବେ ଖାପଖାଉଛି। ସଚ୍ଚୋଟତା
ସାତ୍ୱିକ୍ ଗ୍ରିନ୍ ଏନର୍ଜି ଲିମିଟେଡ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ନୀଲେଶ ଗର୍ଗ କହିଛନ୍ତି ଯେ, “କ୍ୱାଲିୟର୍ରୁ ବିଶ୍ୱସ୍ତରୀୟ ତାରକା ପର୍ଯ୍ୟନ୍ତ କାର୍ତିକଙ୍କ ଯାତ୍ରାରେ ଆମେ ସମାନ ସଚ୍ଚୋଟତା, କଠିନ ପରିଶ୍ରମ ଓ ବିନମ୍ର ଭାବ ଦେଖୁଛୁ। ସେତେବେଳେ ଆମେ ଜାଣିପାରିଲୁ ଯେ ଏହା ଏକ ପ୍ରସ୍ତାବ ନୁହେଁ, ବରଂ ଏକ ଉଦ୍ଦେଶ୍ୟ ଥିଲା।”
ସାତ୍ୱିକ ଗ୍ରିନ୍ ଏନର୍ଜି ଲିମିଟେଡ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମାଣିକ ଗର୍ଗ କହିଛନ୍ତି ଯେ, “ଆମ ଯାତ୍ରାର ନୂଆ ଦଶନ୍ଧିରେ ପ୍ରବେଶ କରୁଥିବା ବେଳେ କାର୍ତିକ ଆର୍ଯ୍ୟନ କେବଳ ଏକ ବ୍ରାଣ୍ଡ୍ ଚେହେରା ନୁହନ୍ତି, ବରଂ ବିଶ୍ୱାସର ସ୍ୱରୂପ। କାର୍ତିକଙ୍କ ସହିତ ଏକ ସ୍ୱଚ୍ଛ, ଉତମ ଓ ଅଧିକ ସ୍ୱାବଲମ୍ବୀ ଭବିଷ୍ୟତ ଚୟନ କରିବା ପାଇଁ ଲୋକମାନଙ୍କୁ ଅନୁପ୍ରାଣିତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ।”
ବଲିଉଡ୍ ସୁପରଷ୍ଟାର୍ କାର୍ତ୍ତିକ ଆର୍ଯ୍ୟନ କହିଛନ୍ତି ଯେ, “ସାତ୍ୱିକ୍ ବ୍ରାଣ୍ଡ୍ର ଅଂଶ ହୋଇଥିବାରୁ ମୁଁ ବେଶ୍ ଉଲ୍ଲସିତ୍। ଜୀବନ ହେଉ କିମ୍ବା କାମ, ଯେଉଁଠାରେ ଜଣେ ଦାୟିତ୍ୱବାନ ପସନ୍ଦ ଉପରେ ବିଶ୍ୱାସ ପରେ, ଏହି ସହଯୋଗିତା ସେଠାରେ ସ୍ୱାଭାବିକ ମନେ ହେଉଛି। ସ୍ୱଚ୍ଛ ଶକ୍ତି କେବଳ ଏକ ଆବଶ୍ୟକତା ନୁହେଁ, ଏହା ହେଉଛି ଏକ ମିଳିତ ଦାୟିତ୍ୱ। ସଚ୍ଚୋଟତା ସହ ଜଡ଼ିତ ଥିବା ମିସନକୁ ସମର୍ଥନ କରିବା ଉପରେ ମୁଁ ସର୍ବଦା ବିଶ୍ୱାସ କରେ ଏବଂ ଏହି ଚମତ୍କାର ସହଯୋଗିତାକୁ ମୁଁ ଚାହିରହିଛି।”
“କାର୍ତିକ ଏକ ନୂଆ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଯାହା ଅଭିଳାଷୀ ହୋଇଥିବା ବେଳେ ଅସଲି ମଧ୍ୟ। ସେ କେବଳ ଜଣେ ଯୁବ ଆଇକନ୍ ନୁହନ୍ତି, ସେ ଜଣେ ବିଶ୍ୱାସୀ ଯିଏ ମୂଲ୍ୟବୋଧ, ଉଦ୍ୟମ ଓ କରୁଣା ଉପରେ ବିଶ୍ୱାସ କରନ୍ତି ବୋଲି ଏସ୍ଜିଇଏଲ୍ର ସିଇଓ ପ୍ରଶାନ୍ତ ମାଥୁର କହିଛନ୍ତି।”