Business

ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ “ବିଓବି ୱାର୍ଲ୍ଡ ୨.୦’ ଉନ୍ମୋଚିତ – ଯାହା ଏଆଇ ଦ୍ୱାରା ସଞ୍ଚାଳିତ ପରବର୍ତ୍ତୀ ପିଢ଼ିର ମୋବାଇଲ୍ ବ୍ୟାଙ୍କିଙ୍ଗ୍ ପ୍ଲାଟଫର୍ମ

  • ବିଓବି ୱାର୍ଲ୍ଡ ୨.୦ ରେ କନଭର୍ସେସନାଲ ବ୍ୟାଙ୍କିଙ୍ଗ୍‌, ପର୍ସନାଲ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ, ହାଇପର-ପର୍ସନଲାଇଜେସନ୍ ଏବଂ ଉନ୍ନତ ସୁରକ୍ଷା ଫିଚର ସାମିଲ

ଭୁବନେଶ୍ୱର : ଭାରତର ଅଗ୍ରଣୀ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ୍‌‌ଗୁଡ଼ିକ ମଧ୍ୟରୁ ଅନ୍ୟତମ, ବ୍ୟାଙ୍କ୍ ଅଫ୍ ବରୋଦା ତାହାର ପରବର୍ତ୍ତୀ ପିଢ଼ିର ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଆପ୍ଲିକେସନ୍ “ବିଓବି ୱାର୍ଲ୍ଡ ୨.୦’ ଉନ୍ମୋଚନ କରିଛି। ୧୧ ସେପ୍ଟେମ୍ବର ୨୦୨୬ ରେ ମୁମ୍ବାଇଠାରେ ଆୟୋଜିତ ଗ୍ଲୋବାଲ୍ ଫିନ୍‌‌ଟେକ୍ ଫେଷ୍ଟ (ଜିଏଫ୍‌‌ଏଫ୍‌) ୨୦୨୬ ରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଆର୍ôଥକ ସେବା ବିଭାଗ (ଡିଏଫ୍‌‌ଏସ୍‌) ସଚିବ ଶ୍ରୀ ସଞ୍ଜୟ ଲୋହିଆ, ବ୍ୟାଙ୍କ୍ ଅଫ୍ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଦେବଦତ୍ତ ଚାନ୍ଦ ଏବଂ ବ୍ୟାଙ୍କ୍‌‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନଙ୍କ ଉପସ୍ଥିତିରେ ଏହି ଆପ୍‌‌ର ଉନ୍ମୋଚନ କରାଯାଇଥିଲା।
ବ୍ୟାଙ୍କ୍‌‌ର ଡିଜିଟାଲ୍ ଯାତ୍ରାର ପରବର୍ତ୍ତୀ ପର୍ଯ୍ୟାୟକୁ ଦର୍ଶାଉଥିବା ‘ବିଓବି ୱାର୍ଲ୍ଡ ୨.୦ – ପାୱାର୍ଡ ବାଇ ଏଆଇ’, ଭବିଷ୍ୟତ ପାଇଁ ପ୍ରସ୍ତୁତ ବ୍ୟାଙ୍କିଙ୍ଗ୍ ଅନୁଭବ ପ୍ରଦାନ କରିବ। ଏହା ଏକ ଏକୀକୃତ ଓମ୍ନି-ଚ୍ୟାନେଲ୍ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଇକୋସିଷ୍ଟମର ଭିତ୍ତିପ୍ରସ୍ତର ସ୍ଥାପନ କରୁଛି, ଯାହା କ୍ରମଶଃ ମୋବାଇଲ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଚ୍ୟାନେଲ୍ ପର୍ଯ୍ୟନ୍ତ ବିସ୍ତାରିତ ହେବ। ଆଧୁନିକ ମାଇକ୍ରୋସର୍ଭିସେସ୍‌-ଆଧାରିତ ଡିଜିଟାଲ୍ ପ୍ରଣାଳୀରେ ବିକଶିତ ଏବଂ କୃତ୍ରିମ ବୁଦ୍ଧିମତ୍ତା ଆର୍ôଥକ ଇକୋସିଷ୍ଟମ୍ ଭାବରେ ଡିଜାଇନ୍ କରାଯାଇଥିବା ବିଓବି ୱାର୍ଲ୍ଡ ୨.୦ ଅଧିକ ସ୍ମାର୍ଟ, ପର୍ସନଲାଇଜ୍ଡ, କଥୋପକଥନ-ଆଧାରିତ (କନଭର୍ସେସନାଲ) ଏବଂ ସୁରକ୍ଷିତ ବ୍ୟାଙ୍କିଙ୍ଗ୍ ଅନୁଭବ ଦେଇଥାଏ।
ବିଓବି ୱାର୍ଲ୍ଡ ୨.୦ ର ମୁଖ୍ୟ କ୍ଷମତାଗୁଡ଼ିକ ମଧ୍ୟରେ ଭଏସ୍‌-ଏନାବୁଲଡ୍ ପେମେଣ୍ଟସ୍ ଏବଂ ନେଭିଗେସନ୍ ଗ୍ରାହକମାନଙ୍କୁ ଭଏସ୍ କମାଣ୍ଡ୍ ମାଧ୍ୟମରେ ନେଣଦେଣ ଆରମ୍ଭ କରିବା ଏବଂ ସୁବିଧାଗୁଡ଼ିକର ବ୍ୟବହାର କରିବାକୁ ଅନୁମତି ଦେଇଥାଏ। ଏହା ସହିତ ଏକ ବ୍ୟାପକ ପର୍ସନାଲ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ (ପିଏଫ୍‌‌ଏମ୍‌) ମଡ୍ୟୁଲ୍ ଗ୍ରାହକମାନଙ୍କୁ ସେମାନଙ୍କ ଆର୍ôଥକ ସ୍ଥିତିର ଏକ ସମ୍ପୂର୍ଣ୍ଣ ଚିତ୍ର ପ୍ରଦାନ କରେ ଏବଂ ଆର୍ôଥକ ସୁସ୍ଥତା ବୃଦ୍ଧି କରିଥାଏ। ଏହା ବରିଷ୍ଠ ନାଗରିକ, ମହିଳା, ଏନ୍‌‌ଆ‌ର୍ଆଇ, ମିଲେନିଆଲସ୍ ଆଦି ଭିନ୍ନ ଭିନ୍ନ ଗ୍ରାହକ ବର୍ଗଙ୍କ ବ୍ୟକ୍ତିଗତ ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ପର୍ସୋନା-ଆଧାରିତ ହାଇପର-ପର୍ସନଲାଇଜେସନ୍ ଅନୁଭବ ପ୍ରଦାନ କରିବା ସହ ବହୁ-ସ୍ତରୀୟ ଉନ୍ନତ ସୁରକ୍ଷା ଫ୍ରେମୱାର୍କ ମାଧ୍ୟମରେ ରିଅଲ-ଟାଇମ୍ ସୁରକ୍ଷା ଯୋଗାଇଥାଏ।
ଏହି ଉନ୍ମୋଚନ ଅବସରରେ ବ୍ୟାଙ୍କ୍ ଅଫ୍ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଦେବଦତ୍ତ ଚାନ୍ଦ କହିଛନ୍ତି, “ଯେହେତୁ ବ୍ୟାଙ୍କିଙ୍ଗ୍ ଅଧିକରୁ ଅଧିକ ଡିଜିଟାଲ୍ ହେବାରେ ଲାଗିଛି, ଗ୍ରାହକମାନେ ସହଜ, ସୁରକ୍ଷିତ ଏବଂ ଉଚ୍ଚ ସ୍ତରର ନିଜସ୍ୱ ବ୍ୟବହାର ଅଧାରିତ ପରିଚାଳନା ଅନୁଭବ ଆଶା କରୁଛନ୍ତି। ବିଓବି ୱାର୍ଲ୍ଡ ୨.୦ ସହିତ, ଆମେ ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ମୋବାଇଲ୍ ବ୍ୟାଙ୍କିଙ୍ଗକୁ ପୁନଃକଳ୍ପନା କରିଛୁ, ଯେଉଁଥିରେ ଆର୍ôଥକ ସୁସ୍ଥତା ଟୁଲସ୍‌, ଭଏସ୍‌-ସଞ୍ଚାଳିତ ଏଆଇ-ଚାଳିତ ସଂଯୋଜନା ଏବଂ ନିଜସ୍ୱ ବ୍ୟବହାର ଅଧାରିତ ପରିଚାଳନା ଅନୁଭବକୁ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ାଯାଇଛି। ଏକ ପ୍ରଗତିଶୀଳ ଏବଂ ଗ୍ରାହକ-କେନ୍ଦ୍ରିକ ଅନୁଷ୍ଠାନ ଭାବରେ, ଆମେ ନିରନ୍ତର ନୂତନତା ଆଣିବା ଏବଂ ଭବିଷ୍ୟତ ପାଇଁ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଇକୋସିଷ୍ଟମ୍ ନିର୍ମାଣ କରିବାକୁ ପ୍ରତିବଦ୍ଧ, ଯାହା ଗ୍ରାହକଙ୍କ ବଦଳୁଥିବା ଆବଶ୍ୟକତା ଏବଂ ଆଶା ସହିତ ବିକଶିତ ହେଉଥିବ।”

Share

Leave a Reply

Your email address will not be published. Required fields are marked *

4 × one =