ରୁଙ୍ଗ୍‌ଟା ଷ୍ଟିଲ୍ ପକ୍ଷରୁ ଗୋପାଳପୁରରେ ଡିଲର୍ ମିଟ୍ ଆୟୋଜିତ

ଇସ୍ପାତ ଓ ଟିଏମ୍‌ଟି ଶିଳ୍ପର ଅଭିବୃଦ୍ଧି ପାଇଁ ସହଯୋଗିତାକୁ ସୁଦୃଢ଼ କରିବା ଲକ୍ଷ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଟିଏମ୍‌ଟି ବାର୍ ଓ ସମନ୍ୱିତ ଇସ୍ପାତ ନିର୍ମାତା ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ଚ୍ୟାନେଲ୍ ପାର୍ଟନର ଲକ୍ଷ୍ମୀ ସରୋଜିନୀ ବିଜନେସ୍ ପ୍ରାଇଭେଟ୍ ଲିମିଟେଡ୍ ସହଯୋଗରେ ଗୋପାଳପୁରର ଦି ପାର୍କ ହୋଟେଲ୍‌ରେ ଏକ ଡିଲର ସମ୍ମିଳନୀ ସଫଳତା ସହ ଆୟୋଜନ କରାଯାଇଛି ।
ଏହି ସମ୍ମିଳନୀରେ ଓଡ଼ିଶାର ଗଂଜାମ ଜିଲ୍ଲାର ୬୦ରୁ ଅଧିକ ଡିଲର ଅଂଶଗ୍ରହଣ କରିଥିଲେ । ପ୍ରମୁଖ ଡିଲରମାନଙ୍କୁ ଏକତ୍ରୀତ କରି ସେମାନଙ୍କୁ ନେଟ୍‌ୱର୍କିଂ, ଜ୍ଞାନ ଆଦାନପ୍ରଦାନ, ରୁଙ୍ଗଟା ଷ୍ଟିଲ୍‌ର ଉତ୍ପାଦ ଓ ଅଭିଯାନ ଏବଂ ଭବିଷ୍ୟତ ସମ୍ଭାବନା ବିଷୟରେ ଜାଣିବାର ସୁଯୋଗ ପ୍ରଦାନ କରାଯାଇଛି ।
ମିଳିତ ଭାବେ ଉତ୍କର୍ଷତା ହାସଲରେ ମାନଦଣ୍ଡକୁ ଉନ୍ନତ କରିବା ଲାଗ ଏହି ଡିଲର ମିଟ୍‌ରେ ଅତ୍ୟାଧୁନିକ ଉତ୍ପାଦ ଏବଂ ନବସୃଜନକୁ ପ୍ରଦର୍ଶନ କରାଯାଇଥିଲା ଯାହା ରୁଙ୍ଗଟା ଷ୍ଟିଲ୍‌ର ପୋର୍ଟଫୋଲିଓ ନିର୍ଧାରଣ କରୁଛି ଏବଂ ଇସ୍ପାତ ଓ ଟିଏମ୍‌ଟି କ୍ଷେତ୍ରରେ ସହଯୋଗିତାଭିତିକ ଅଭିବୃଦ୍ଧିର ସମ୍ଭାବନା ଉପରେ ମଧ୍ୟ ଗୁରୁତ୍ୱାରୋପ କରୁଛି ।
ଅଂଶଗ୍ରହଣକାରୀମାନେ ସ୍ଥାନୀୟ ସହଯୋଗୀମାନଙ୍କ ସହ ବାର୍ତାଳାପ କରିଥିଲେ ଯେଉଁମାନେ ବଜାର ଧାରା, ପ୍ରଯୁକ୍ତିରେ ଉନ୍ନତି ଓ ଦୀର୍ଘସ୍ଥାୟୀ ଅଭ୍ୟାସରେ ଥିବା ନିଜ ବିଶେଷତାକୁ ଅନ୍ୟମାନଙ୍କ ସହ ବାଂଟିଥିଲେ ।
ଏହି ଅବସରରେ ରୁଙ୍ଗଟା ଷ୍ଟିଲ୍‌ର ମୁଖ୍ୟ-ସେଲ୍‌ସ ଓ ମାର୍କେଟିଂ (ଟିଏମ୍‌ଟି ଓ ଓୟାର ରଡ୍‌) ଶ୍ରୀ ଅରବିନ୍ଦ କୁମାର କହିଛନ୍ତି ଯେ, “ଆଜି ପର୍ଯ୍ୟନ୍ତ ଆୟୋଜନ କରାଯାଇଥିବା ଡିଲର୍ ମିଟ୍‌ଗୁଡ଼ିକରେ ଆମ ଲକ୍ଷ୍ୟର ସଫଳତାକୁ ଦେଖି ବହୁତ ଖୁସି ଲାଗୁଛି । ଆମ ଚ୍ୟାନେଲ୍ ପାର୍ଟନରମାନଙ୍କ ପକ୍ଷରୁ ଆୟୋଜନ କରାଯାଉଥିବା ଏହି ସମ୍ମିଳନୀ ସହଯୋଗିତା ଓ ନବସୃଜନ ଭାବକୁ ଦର୍ଶାଉଛି ଯାହା ଆମ ଶିଳ୍ପକୁ ଆଗକୁ ବଢ଼ାଉଛି । ଆମେ ଏହି ଯାତ୍ରାରେ ମିଳିତ ଭାବେ ଆଗକୁ ବଢ଼ୁଥିବା ବେଳେ ଆମ ସମ୍ମାନାସ୍ପଦ ଚ୍ୟାନେଲ ପାର୍ଟନର ଲକ୍ଷ୍ମୀ ସରୋଜିନୀ ବିଜନେସ୍ ପ୍ରାଇଭେଟ୍ ଲିମିଟେଡ୍ ସହିତ ରୁଙ୍ଗଟା ଷ୍ଟିଲ୍ ଇସ୍ପାତ ଶିଳ୍ପର ରୂପାନ୍ତର ଅଭିବୃଦ୍ଧି ଆଗକୁ ବଢ଼ାଇବାକୁ ପ୍ରସ୍ତୁତ ରହିଛି ।’’
ରୁଙ୍ଗଟା ଷ୍ଟିଲ୍ ଏହାର ସହଯୋଗୀମାନଙ୍କ ଅର୍ନ୍ତଦୃଷ୍ଟି ଓ ଦୃଷ୍ଟିକୋଣକୁ ବେଶ ଗୁରୁତ୍ୱ ଦେଇଥାଏ ଏବଂ କାର୍ଯ୍ୟକ୍ରମ ପରବର୍ତୀ ସମୟରେ ଏହି ଡିଲର ମିଟ୍‌ର ପ୍ରଭାବ ଉଭୟ ରୁଙ୍ଗଟା ଷ୍ଟିଲ୍ ଓ ଅଂଶଗ୍ରହଣକାରୀଙ୍କଠାରେ ପ୍ରତିଫଳିତ ହେବ । ଭାରତର ଇସ୍ପାତ ଶିଳ୍ପର ବୃହତର ଆବଶ୍ୟକତାକୁ ନେଇ ସମ୍ମିଳନୀର ଜ୍ଞାନକୁ ବାସ୍ତବତାରେ ପରିଣତ କରିବା ଲାଗି ଉଦ୍ୟମ କରିବାକୁ ହେବ ।

Share

Leave a Reply

Your email address will not be published. Required fields are marked *

2 × four =