ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ଆସେଟ୍ ସେଂଟର୍ ସହିତ ଓଡ଼ିଶାରେ ଉପସ୍ଥିତିର ସୁଦୃଢ଼ୀକରଣ

  • ବର୍ତମାନ ଓଡ଼ିଶାରେ ବ୍ୟାଙ୍କ୍‌ର ପ୍ରାୟ ୨୦୦ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍‌
  • ଭୁବନେଶ୍ୱରରେ ଏକ ଆସେଟ୍ ସେଂଟର କାର୍ଯ୍ୟକ୍ଷମ ରହିଛି, ଆଉ ଏକ କଟକରେ ଖୋଲାଯିବ
  • ଆସେଟ୍ ସେଂଟରଗୁଡ଼ିକ ରାଜ୍ୟରେ ଶୀଘ୍ର ଏବଂ ସହଜ ଋଣ ସମ୍ପର୍କିତ ସେବା ପ୍ରଦାନ କରିବେ
  • ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କ୍ ରାଜ୍ୟରେ ୩୧ ନୂଆ ଶାଖା ଖୋଲିବାର ଯୋଜନା ରଖିଛି

ଭୁବନେଶ୍ୱର: ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ୟାଙ୍କ୍‌, ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ଭୁବନେଶ୍ୱରରେ ଏକ ରିଟେଲ୍ ଆସେଟ୍ ସେଂଟର ଖୋଲାଯାଇଛି । ଆଉ ଏକ ସେଂଟର (କେନ୍ଦ୍ର) କଟକରେ ସ୍ଥାପନ କରାଯାଉଛି । ଭୁବନେଶ୍ୱର ସେଂଟର କଟକ ରୋଡ୍‌, ଲକ୍ଷ୍ମୀସାଗରରେ ରହିଛି ଏବଂ କଟକର ସେଂଟର ଶ୍ରମିକ ଭବନ ନିକଟସ୍ଥ ସୂର୍ଯ୍ୟ ବିହାରରେ ଖୋଲାଯିବ । ଚଳିତ ଆର୍ଥିକ ବର୍ଷରେ ୪୮ ଆସେଟ୍ ସେଂଟର ଖୋଲିବାକୁ ବ୍ୟାଙ୍କ୍ ଯୋଜନା ରଖିଛି ।
ଓଡ଼ିଶାର ଥିବା ୧୦.୫ ଲକ୍ଷ ପାଖାପାଖି ଗ୍ରାହକଙ୍କ ସମେତ ନୂତନ ଭାବେ ବ୍ୟାଙ୍କ୍‌ରେ ଯୋଡ଼ି ହେବାକୁ ଥିବା ଗ୍ରାହକମାନଙ୍କ ଋଣ ଆବଶ୍ୟକତାକୁ ଆସେଟ୍ ସେଂଟର ପୂରଣ କରିବେ । ଋଣ ପ୍ରକ୍ରିୟାକରଣ କରିବା ଲାଗି ଏଗୁଡ଼ିକ ହେଉଛି ସ୍ୱତନ୍ତ୍ର ସେଂଟର ଏବଂ ବ୍ୟାଙ୍କ୍‌ର ବିଭିନ୍ନ ଆସେଟ୍ କ୍ଷେତ୍ରର ଷ୍ଟାଫ୍ ଏଥିରେ ରହିବେ । ବନ୍ଧନ ବ୍ୟାଙ୍କ୍‌ରୁ ଋଣ ନେବାକୁ ଚାହୁଥିବା ଯେକୌଣସି ଗ୍ରାହକ ଏହି କେନ୍ଦ୍ରଗୁଡ଼ିକୁ ପରିଦର୍ଶନ କରିପାରିବେ, ଋଣ ସମ୍ପର୍କରେ ଅନୁସନ୍ଧାନ କରିପାରିବେ ଏବଂ ବନ୍ଧନ ବ୍ୟାଙ୍କ୍‌ରୁ ପୂର୍ବରୁ ନେଇଥିବା ଋଣର ଇଏମ୍‌ଆଇ ଜମା କରିପାରିବେ ।
ଋଣ ମଂଜୁର ପ୍ରକ୍ରିୟାରେ ଏହି ଆସେଟ୍ ସେଂଟରଗୁଡ଼ିକ କ୍ରେଡିଟ୍ ପ୍ରୋସେସିଂ, ଆଇନ, ଭାଲୁଏସନ ଏବଂ ଅନ୍ୟାନ୍ୟ ଉପଯୋଗୀ ଏଜେନ୍ସି ସହ କାର୍ଯ୍ୟ କରିବେ । ବ୍ୟାଙ୍କ୍‌ଠାରୁ ଚ୍ୟାନେଲ ପାର୍ଟନରମାନେ ଯେଭଳି ଉତମ ସହଯୋଗ ହାସଲ କରିପାରିବେ ସେଥିପାଇଁ ଏହି ସେଂଟରଗୁଡ଼ିକୁ ସହାୟକ ହେବେ ।
ବନ୍ଧନ ବ୍ୟାଙ୍କ୍‌ର ଏମ୍‌ଡି ଓ ସିଇଓ ଚନ୍ଦ୍ର ଶେଖର ଘୋଷ କହିଛନ୍ତି ଯେ, “ବ୍ୟାଙ୍କ୍ ଏହାର ସଂପତି ପୋର୍ଟଫୋଲିଓରେ ବିବିଧତା ଆଣିବା ଯାତ୍ରାରେ ରହିଛି ଏବଂ ଏହି ଆସେଟ୍ ସେଂଟରଗୁଡ଼ିକ ସେଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ଆମର ଚଳନ୍ତୀ ଉତ୍ପାଦକୁ ବଢ଼ାଇବା ସମେତ ରିଟେଲ୍ ଆସେଟ୍ ବର୍ଗରେ ନୂଆ ଉତ୍ପାଦ ଯୋଡ଼ିବା ଲାଗି ଆମେ ଚାହିରହିଛୁ । ବ୍ୟାଙ୍କ୍ ଭୌଗୋଳିକ ଭାବେ ସମ୍ପ୍ରସାରିତ ହେଉଛି ଏବଂ ଚଳିତ ଆର୍ଥିକ ବର୍ଷରେ ସାରା ଭାରତରେ ୫୫୦ ନୂଆ ଶାଖା ଖୋଲିବାକୁ ଯୋଜନା ରଖିଛି ।’’

Share

Leave a Reply

Your email address will not be published. Required fields are marked *

7 − six =