Business

ଅକ୍ସିସ ବ୍ୟାଙ୍କର ଗ୍ରାହକ ସୁରକ୍ଷା ସଚେତନତା ଅଭିଯାନ ସୁରକ୍ଷିତ ବ୍ୟାଙ୍କିଙ୍ଗକୁ ଅନ୍ତିମ ମାଇଲ ପର୍ଯ୍ୟନ୍ତ ପହଞ୍ଚାଇଛି

ଭୁବନେଶ୍ୱର: ଭାରତର ଅନ୍ୟତମ ବୃହତମ ଘରୋଇ ବ୍ୟାଙ୍କ ଅକ୍ସିସ ବ୍ୟାଙ୍କ ନିକଟରେ ସାରା ଭାରତରେ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗକୁ ଅଧିକ ସୁରକ୍ଷିତ କରିବା ପାଇଁ “ନଜର ଫ୍ରଡ୍ ପର, ସବ୍ର ଖୁଦ୍ ପର’ ଶୀର୍ଷକ ଅଧୀନରେ ଦେଶବ୍ୟାପୀ ଗ୍ରାହକ ସୁରକ୍ଷା ସଚେତନତା ଅଭିଯାନ ସମାପ୍ତ କରିଛି। ଏହି ଅଭିଯାନର ଲକ୍ଷ୍ୟ ଥିଲା ଗ୍ରାହକମାନଙ୍କୁ କ୍ରମାଗତ ସଚେତନତା ଓ ପଦକ୍ଷେପ ମାଧ୍ୟମରେ ଦାୟିତ୍ୱବାନ୍ ବ୍ୟାଙ୍କିଙ୍ଗ୍ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ସହିତ ବିକଶିତ ହେଉଥିବା ଠକେଇ ବିପଦ ବିରୁଦ୍ଧରେ ସଜାଗ ରହିବା ପାଇଁ ଶିକ୍ଷିତ ଓ ସଶକ୍ତ କରିବା।
ଏହି ଅଭିଯାନ ପାରମ୍ପରିକ ବ୍ୟାଙ୍କିଙ୍ଗ କେନ୍ଦ୍ରଗୁଡ଼ିକରୁ ଆଗକୁ ବଢ଼ି ୨୩ ଟି ରାଜ୍ୟର ୪୦୧ଟି ସହର ଓ ସହରାଞ୍ଚଳରେ ପହଞ୍ଚିଥିଲା ଯେଉଁଥିରେ ୧,୪୦୦ରୁ ସଚେତନତା ଓ ଗ୍ରାହକ ଶିକ୍ଷା ପଦକ୍ଷେପ ଦ୍ୱାରା ୬୯,୦୦୦ ରୁ ଅଧିକ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା। ମୁମ୍ବାଇ, ଦିଲ୍ଲୀ, କୋଲକାତା ଓ ଚେନ୍ନାଇ ଭଳି ପ୍ରମୁଖ ସହର କେନ୍ଦ୍ରଗୁଡ଼ିକରୁ ଆରମ୍ଭ କରି ଆଗ୍ରା, ସମ୍ବଲପୁର, ଅଯୋଧ୍ୟା ଏବଂ ଚିନ୍ନରାମ ଭଳି ଗ୍ରାମୀଣ କ୍ଷେତ୍ର ପର୍ଯ୍ୟନ୍ତ ଏହି ଅଭିଯାନ ସଚେତନତା , ସଜାଗକୁ ପ୍ରୋତ୍ସାହିତ କରିଥିଲା ଏବଂ ଆର୍ôଥକ ଠକେଇ ବିରୁଦ୍ଧରେ ପ୍ରଥମ ପ୍ରତିରୋଧ ହେବା ପାଇଁ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିଥିଲା।
ଯେଉଁ ସମୟରେ ସୋସିଆଲ୍ ଇଞ୍ଜିନିୟରିଂ ଠକେଇଗୁଡ଼ିକ ଅଧିକ ଜଟିଳ ହେବାରେ ଲାଗିଛି, ଏହି ପଦକ୍ଷେପ ଗ୍ରାହକମାନଙ୍କୁ ବିପଦ ଚିହ୍ନଟ କରିବା ଏବଂ ଶୀଘ୍ର ପଦକ୍ଷେପ ନେବା ପାଇଁ ବ୍ୟାବହାରିକ ସଚେତନତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲା। ଏହି ଅଭିଯାନ ସିଧାସଳଖ ଗ୍ରାହକ ସଚେତନତା ଓ ନିବାରକ ଶିକ୍ଷାକୁ ମଜବୁତ କରିବା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଧ୍ୟାନ ସହିତ ସମାନ୍ତର ଅଟେ।
ଏହି ଅଭିଯାନରେ ଆଞ୍ଚଳିକ ସାଇବର ଅପରାଧ ୟୁନିଟ୍‌, ଆରବିଆଇ ଓ ପୋଲିସ ଅଧିକାରୀଙ୍କ ସହଯୋଗରେ ଅକ୍ସିସ ବ୍ୟାଙ୍କ ଶାଖା ଓ ସମୁଦାୟ କେନ୍ଦ୍ରଗୁଡ଼ିକରେ ଆୟୋଜିତ ବିଶେଷଜ୍ଞ ଅଧିବେଶନ ସାମିଲ ଥିଲା। ସେଥିରେ ଛଅଟି ପ୍ରମୁଖ ଠକେଇ ପ୍ରକାର (ଭିସିଂ, ଫିସିଂ, ସ୍କ୍ରିନ୍ ସେୟାରିଂ, ସିମ୍ ସ୍ୱାପ୍‌, ମାଲୱେ,ର୍ ଦସ୍ତାବିଜ ଜାଲିଆତି) ସହିତ ବାସ୍ତବ ଜୀବନର ପରିସ୍ଥିତି, ଆଲୋଚନାମୂଳକ କୁଇଜ୍ ଓ କାର୍ଯ୍ୟକ୍ଷମ ସୁରକ୍ଷା ପଦକ୍ଷେପଗୁଡ଼ିକୁ ସାମିଲ କରାଯାଇଥିଲା। ଏହା ବ୍ୟତୀତ ସାରା ଭାରତରେ ଆଞ୍ଚଳିକ ଭାଷାରେ ପରିବେଷିତ ପଥପ୍ରାନ୍ତ ନାଟକ ଜଟିଳ ବିପଦଗୁଡ଼ିକୁ ସହଜବୋଧ୍ୟ କାହାଣୀରେ ସରଳ କରିଥିଲା ଏବଂ ଅଧିବେଶନଗୁଡ଼ିକ ବାହାରେ ସୁରକ୍ଷିତ ବ୍ୟାଙ୍କିଙ୍ଗ୍ ଅଭ୍ୟାସକୁ ଦୃଢ଼ କରିବା ପାଇଁ ମୁଦ୍ରିତ ମାର୍ଗଦର୍ଶିକା ଓ ହେଲପଲାଇନ୍ ବିବରଣୀ ପ୍ରଦାନ କରାଯାଇଥିଲା।
ଏହି ଅଭିଯାନ ଆଞ୍ଚଳିକ ସ୍ତରରେ ସାଇବର ସେଲ୍‌, ପୋଲିସ ବିଭାଗ, ସରକାରୀ ସଂସ୍ଥା, ପୌର କର୍ତ୍ତୃପକ୍ଷ, ସାର୍ବଜନୀନ ଅନୁଷ୍ଠାନ ଏବଂ ସମୁଦାୟ ସଂଗଠନଗୁଡ଼ିକ ସହିତ ରଣନୀତିକ ସହଯୋଗ ମାଧ୍ୟମରେ ମଜବୁତ ହୋଇଥିଲା। ପ୍ରମୁଖ ସହଯୋଗୀମାନଙ୍କ ମଧ୍ୟରେ ଆରବିଆଇ, ଉତ୍ତରାଞ୍ଚଳ ମହିଳା ଆସୋସିଏସନ୍‌, ଦିଲ୍ଲୀ ପୋଲିସ, ଡିଏମଆରସି, ଆନ୍ଧ୍ରପ୍ରଦେଶ ସରକାର, ଆନ୍ଧ୍ରପ୍ରଦେଶ ପୋଲିସ, ପଶ୍ଚିମବଙ୍ଗ ପୋଲିସ, ଓଡ଼ିଶା ପୋଲିସ, ୧୨୦ ବାଟାଲିୟନ୍ ଏବଂ ମହାରାଷ୍ଟ୍ରର ସାଇବର ସେଲ୍ ଓ ପୋଲିସ ଆସୋସିଏସନ୍ ପ୍ରଭୃତି ଅନ୍ୟମାନେ ସାମିଲ ଥିଲେ। ଅକ୍ସିସ ବ୍ୟାଙ୍କ ହରିଦ୍ୱାରରେ କାଉଡ଼ିଆ ଯାତ୍ରା ସମୟରେ ଠକେଇ ସଚେତନତା ସକ୍ରିୟତା ମଧ୍ୟ ପରିଚାଳନା କରିଥିଲା, ଯେଉଁଥିରେ ଭାରତର ଅନ୍ୟତମ ବୃହତ୍ତମ ଧାର୍ମିକ ସମାବେଶରେ ନୁକ୍କଡ଼ ନାଟକ ଏବଂ ଗ୍ରାଉଣ୍ଡ-ଲେଭେଲ୍ ସଚେତନତା ପଦକ୍ଷେପ ସାମିଲ ଥିଲା।
ଏହି ସମ୍ପର୍କରେ ଅକ୍ସିସ ବ୍ୟାଙ୍କର ମୁଖ୍ୟ ମାର୍କେଟିଂ ଅଫିସର ଅନୂପ ମନୋହର କହିଛନ୍ତି ଯେ, “ଅକ୍ସିସ ବ୍ୟାଙ୍କରେ ଦୈନନ୍ଦିନ ବ୍ୟାଙ୍କିଙ୍ଗରେ ବିଶ୍ୱାସ ଗଠନ କରିବାର ଆମର “ଦିଲ୍ ସେ ଓପନ୍‌’ ପ୍ରତିଶ୍ରୁତିର କେନ୍ଦ୍ରବିନ୍ଦୁ ହେଉଛି ଗ୍ରାହକ ସୁରକ୍ଷା। ଏହି ଅଭିଯାନ ମାଧ୍ୟମରେ ଆମେ ଠକେଇ ସଚେତନତାକୁ କେବଳ ପରାମର୍ଶ ମଧ୍ୟରେ ସୀମିତ ନରଖି ବିଭିନ୍ନ ସମୁଦାୟରେ ବାସ୍ତବ, କ୍ଷେତ୍ର ସ୍ତର ଆଲୋଚନାରେ ପରିଣତ କରୁଛୁ। ଯେହେତୁ ବ୍ୟାଙ୍କିଙ୍ଗ୍ ଅଧିକ ଡିଜିଟାଲ୍ ହେବାରେ ଲାଗିଛି, ଗ୍ରାହକମାନେ ଯେଭଳି ସୂଚନାପ୍ରାପ୍ତ, ପ୍ରସ୍ତୁତ ଓ ସେମାନଙ୍କର ଦୈନନ୍ଦିନ ବ୍ୟାଙ୍କିଙ୍ଗରେ ଆହୁରି ଭଲ ଭାବରେ ସୁରକ୍ଷିତ ରହିପାରିବେ ତାହା ଉପରେ ଆମ ଧ୍ୟାନ ରହିଛି।”
“ସୁରକ୍ଷିତ ବ୍ୟାଙ୍କିଙ୍ଗ’ ଉପରେ ଅକ୍ସିସ ବ୍ୟାଙ୍କର ଧ୍ୟାନ ଏହି ଅଭିଯାନରୁ ଆଗକୁ ବଢ଼ିଛି ଏବଂ ଏହା ବିଭିନ୍ନ ଡିଜିଟାଲ୍ ସୁରକ୍ଷା ବୈଶିଷ୍ଟ୍ୟ ଦ୍ୱାରା ସମର୍ôଥତ। ଏହା ମଧ୍ୟରେ ମୋବାଇଲ୍ ଆପ୍ କୋଡ, ସୁରକ୍ଷିତ ଆପ୍‌-ଆଧାରିତ ପ୍ରମାଣୀକରଣ, ଫେସ୍ ଅଥେଣ୍ଟିକେସନ୍‌, ସୁରକ୍ଷା କେନ୍ଦ୍ର, ଲକ୍ ଏଫଡି, ଏସଏମଏସ ସିଲ୍ଡ ଆଦି ସୁବିଧା ରହିଛି।

Share

Leave a Reply

Your email address will not be published. Required fields are marked *

5 × 2 =