ରୁଙ୍ଗ୍‌ଟା ଷ୍ଟିଲ୍ “ଇଣ୍ଡିଆ ଷ୍ଟିଲ୍ ଭିଜନ୍ ୨୦୩୦’ର ପ୍ରମୁଖ ପ୍ରାୟୋଜକ; ଛତିଶଗଡ଼ ଇସ୍ପାତ ରି-ରୋଲର୍ ସଂଘ ସହ ସହଯୋଗିତା

ଭୁବନେଶ୍ୱର: ଅଗ୍ରଣୀ ଟିଏମ୍‌ଟି ବାର୍ ଓ ସମନ୍ୱିତ ଇସ୍ପାତ ଉତ୍ପାଦ ନିର୍ମାତା ରୁଙ୍ଗ୍‌ଟା ଷ୍ଟିଲ୍ ପକ୍ଷରୁ ରାୟପୁରରେ ମାର୍ଚ୍ଚ ୨୫ ଓ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା “ଇଣ୍ଡିଆ ଷ୍ଟିଲ୍ ଭିଜନ୍ ୨୦୩୦’ର ପ୍ରମୁଖ ପ୍ରାୟୋଜକ ଭାବେ ସହଯୋଗିତା ସ୍ଥାପନ କରାଯାଇଛି । ଭାରତୀୟ ଇସ୍ପାତ ଶିଳ୍ପର ଭବିଷ୍ୟତ ଓ ଆଗାମୀ କିଛି ଦଶନ୍ଧିର ଆହ୍ୱାନ ଓ ସୁଯୋଗ ଉପରେ ଆଲୋଚନା କରିବା ଲାଗି ଛତିଶଗଡ଼ ଇସ୍ପାତ ରି-ରୋଲର୍ସ ସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ଏହି ଅବସରରେ କଂପାନିର ବରିଷ୍ଠ ମହାପ୍ରବନ୍ଧକ ଓ ମୁଖ୍ୟ (ମାର୍କେଟିଂ ଓ ସେଲ୍‌ସ (ଟିଏମ୍‌ଟି)) ଶ୍ରୀ ଅରବିନ୍ଦ କୁମାର କହିଛନ୍ତି ଯେ, “ଇଣ୍ଡିଆ ଷ୍ଟିଲ୍ ଭିଜନ୍ ୨୦୩୦ ସହିତ ସହଯୋଗିତା ସ୍ଥାପନ କରିବା ସମ୍ମାନର ବିଷୟ । ଶିଳ୍ପର ନେତୃବୃନ୍ଦଙ୍କ ସହ ଯୋଡ଼ି ହେବା, ଅନୁଭୂତି ବାଂଟିବା ଓ ଭାରତୀୟ ଇସ୍ପାତ ଶିଳ୍ପର ଭବିଷ୍ୟତ ଓ ଦ୍ରୁତ ସମ୍ପ୍ରସାରଣ ଲାଗି ବୃହତର ଆଲୋଚନାରେ ସହଯୋଗିତା ସ୍ଥାପନ କରିବା ଲାଗି ଏହି ଦୁଇ ଦିନିଆ ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଂଚ । ନିରନ୍ତର ବିକାଶକୁ ଆଗକୁ ବଢ଼ାଇବା ଏବଂ ଭାରତରେ ଏକ ଦୃଢ଼ ଓ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଇସ୍ପାତ ଶିଳ୍ପର ବିକାଶ ପାଇଁ ସହଯୋଗ ପ୍ରଦାନ କରିବା ନିମନ୍ତେ ଆମେ ଆମ ବିଶେଷତା ଓ ସମ୍ବଳ ବ୍ୟବହାର କରିବାକୁ ପ୍ରତିବଦ୍ଧ ରହିଛୁ ।’’
ଛତିଶଗଡ଼ର ରାୟପୁରରେ ଅନୁଷ୍ଠିତ ଇଣ୍ଡିଆ ଷ୍ଟିଲ୍ ଭିଜନ୍ ୨୦୩୦କୁ ସମ୍ବୋଧିତ କରି ଶ୍ରୀ କୁମାର କହିଛନ୍ତି ଯେ ପରିବେଶ ସମସ୍ୟା, କଂଚାମାଲ ମୂଲ୍ୟ ବୃଦ୍ଧି ଓ ଭୂରାଜନୈତିକ ଉତେଜନା ଭଳି ବହୁ ପ୍ରକାର ଆହ୍ୱାନକୁ ଇସ୍ପାତ ରିବାର୍ କ୍ଷେତ୍ର ସାମ୍ନା କରୁଛି । ପରିଚାଳନା ଖର୍ଚ କମ୍ କରିବା ଏବଂ ଦକ୍ଷତାରେ ଉନ୍ନତି ଆଣିବାରେ ସହାୟକ ହେବା ଲାଗି ଏହି କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତି କାର୍ଯ୍ୟକାରୀ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ଭାରତୀୟ ଇସ୍ପାତ ଶିଳ୍ପ ଏବଂ ଟିଏମ୍‌ଟି ବାର୍ ଓ ସମନ୍ୱିତ ଇସ୍ପାତ ଉତ୍ପାଦ ଉତ୍ପାଦନରେ ନେତୃତ୍ୱ ପ୍ରତି ରୁଙ୍ଗଟା ଷ୍ଟିଲ୍ ନିଜ ପ୍ରତିବଦ୍ଧତା ପ୍ରଦର୍ଶନ କରିଛି । ନବସୃଜନ, ନିରନ୍ତରତା ଏବଂ ସାମାଜିକ ଦାୟିତ୍ୱବୋଧକୁ ଏହାର କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢ଼ାଇବା ପ୍ରତି ଉଦ୍ୟମର ପ୍ରତିଫଳନ ହେଉଛି ଏହି କନ୍‌କ୍ଲେଭ୍‌ରେ କଂପାନିର ଯୋଗଦାନ ।

Share

Leave a Reply

Your email address will not be published. Required fields are marked *

five × 3 =