ବଜାରକୁ ଆସିଲା ଜିଓ କଲ ଆପ,ଜାଣନ୍ତୁ କଣ ରହିଛି ସୁବିଧା

ନୂଆଦିଲ୍ଲୀ()  ରିଲାଏନ୍ସ ଜିଓ Jio Call App ବଜାରକୁ ଆଣିଛି। ଏହା ଦ୍ବାରା ଲ୍ୟାଣ୍ଡଲାଇନ କଲର ଉତ୍ତର ମୋବାଇଲ ଫୋନ୍ ମାଧ୍ୟମରେ ଦିଆଯାଇପାରିବ।ଏହା ସହ ଗ୍ରାହକଙ୍କୁ ଲ୍ୟାଣ୍ଡଲାଇନ ନମ୍ବରରୁ ଭିଡିଓ କଲ କରିବାର ସୁବିଧା ମଧ୍ୟ ମିଳିବ।ଜିଓର ଗ୍ରାହକ ଏବେ ଏହି ଆପ ଦ୍ବାରା ଲ୍ୟାଣ୍ଡଲାଇନ ନମ୍ବରରୁ ଅଡିଓ ଏବଂ ଭିଡିଓ କଲ କରିପାରିବେ।କଲ କରିବା ପାଇଁ ଗ୍ରାହକଙ୍କ ପାଖରେ ଜିଓ ସିମ୍ ଓ ଫାଇବର କନେକ୍ସନ ଥିବା ଆବଶ୍ୟକ। ଜିଓ କଲ ଆପ ଗୁଗୁଲ ପ୍ଲେ ଷ୍ଟୋର ଓ ଆପ ଷ୍ଟୋରରେ ମଧ୍ୟ ଉପଲବ୍ଧ ରହିଛି।

କଲ କରିବା ପାଇଁ ପ୍ରଥମେ ଜିଓ କଲ ଆପରେ ଯାଇ ଫିକ୍ସଡ୍ଲାଇନ ପ୍ରଫାଇଲ ଅପସନ୍ରେ କ୍ଲିକ୍ କରିବାକୁ ହେବ।ଏହା ପରେ ଏଥିରେ ଲ୍ୟାଣ୍ଡଲାଇନ ନମ୍ବର ଲିଙ୍କ କରିବାକୁ ହେବ। ଏହା ପରେ ଲ୍ୟାଣ୍ଡଲାଇନ ନମ୍ବରରୁ କଲ କଲେ ଫୋନରେ ରିସିଭ କରିହେବ। ଜିଓ ନିଜ ଗ୍ରାହକଙ୍କୁ ଏହି ଆପରେ ଆରସିଏସର ସେବା ଦେବ। ଏଥିରେ ଏସ୍ଏମ୍ଏସ, କଲ, ଗ୍ରୁପ ଚ୍ୟାଟ୍, ଫାଇଲ ସେୟାରିଂ ଓ ଷ୍ଟିକର୍ସ ବଳି ଫିଚର ସାମିଲ ରହିବ। ହେଲେ ଏହି ସେବା ବ୍ୟବହାର କରିବା ପାଇଁ ଅନ୍ୟ ଲୋକଙ୍କ ପାଖରେ ମଧ୍ୟ ଆରସିଏସ ସୁବିଧା ରହିବା ଜରୁରୀ।

Share

Leave a Reply

Your email address will not be published. Required fields are marked *

fourteen − 13 =