କଲ୍ୟାଣ ଜୁଏଲର୍ସ ପକ୍ଷରୁ ରାଉରକେଲାରେ ଓଡ଼ିଶାର ତୃତୀୟ ସୋ’ରୁମ୍ ଖୋଲାଯିବ

ଏପ୍ରିଲ୍ ୧୮ ତାରିଖରେ ବଲିଉଡ୍ ତାରକା ରଣବୀର କପୁର ଉଦ୍‌ଘାଟନ କରିବେ
ରାଉରକେଲା ପାନପୋଷ ରୋଡ୍‌ର ଆର୍‌ଆର୍ ପ୍ଲାଜାରେ ଅବସ୍ଥିତ
ରାଉରକେଲା: ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ଏହାର ତୃତୀୟ ସୋ’ରୁମ୍ ରାଜ୍ୟର ରାଉରକେଲାରେ ଖୋଲିବାକୁ ଯାଉଛି । ଏହି ସୋ’ରୁମ୍‌କୁ ବଲିଉଡ୍ ତାରକା ରଣବୀର କପୁର ୨୦୨୩ ଏପ୍ରିଲ୍ ୧୮ରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
ରାଉରକେଲାର ପାନପୋଷ ରୋଡ୍‌ର ଆର୍‌ଆର୍ ପ୍ଲାଜାରେ ଅବସ୍ଥିତ କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମ୍ ହେଉଛି ଏହି ଅଂଚଳରେ ନିଜର ଉପସ୍ଥିତି ଓ ପରିଚାଳନାକୁ ସମ୍ପ୍ରସାରଣ କରିବା ଲାଗି କଂପାନିର ରହିଥିବା ରଣନୀତିର ଏକ ଅଂଶ ଯାହା ଜରିଆରେ ଗ୍ରାହକଙ୍କ ପାଖରେ କଂପାନି ସହଜରେ ପହଂଚିପାରିବ । ଏହି ସୋ’ରୁମ୍‌ରେ ଏକ ବିଶ୍ୱ ସ୍ତରୀୟ ପରିବେଶରେ କଲ୍ୟାଣ ଜୁଏଲର୍ସ ସମ୍ଭାରର ବ୍ୟାପକ ଡିଜାଇନ୍ ରହିବ । ପୁନଶ୍ଚ, ବଜାରରେ ସର୍ବନିମ୍ନ ଓ କଂପାନିର ସବୁ ସୋ’ରୁମ୍‌ରେ ସମାନ ଥିବା କଲ୍ୟାଣ ସ୍ପେସିଆଲ୍ ଗୋଲ୍‌ଡ ବୋର୍ଡ ରେଟ୍ ପ୍ରଯୁଯ୍ୟ ହେବ ଯାହା ନିରବଚ୍ଛିନ୍ନ ଓ ସେବା ଭିତିକ ସପିଙ୍ଗ୍ ଅନୁଭୂତିକୁ ନିଶ୍ଚିତ କରିବ ।
ସୋ’ରୁମ୍ ଶୁଭାରମ୍ଭ ଅବସରରେ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଗ୍ରାହକମାନଙ୍କୁ ସର୍ବନିମ୍ନ ୧ ଲକ୍ଷ ଟଙ୍କାର ସପିଙ୍ଗ୍ ଉପରେ କିଣା ମୂଲ୍ୟ ଉପରେ ୦% ଗଢ଼ା ମୂଲ୍ୟର ପ୍ରସାର କରାଯିବ । ଏହି ଅଫର୍ ସୀମିତ ସମୟ ପାଇଁ ଉପଲବ୍ଧ ରହିବ ।
କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ ରମେଶ କଲ୍ୟାଣରମ କହିଛନ୍ତି ଯେ, “ଓଡ଼ିଶାରେ ଆମେ ଆଠ ବର୍ଷ ପୂରଣ କରିଥିବା ବେଳେ ଏହି ଅଂଚଳର ସର୍ବବୃହତ ବଜାର ରାଉରକେଲାରେ ପ୍ରବେଶ ଘୋଷଣା କରି ଆମେ ଉଲ୍ଲସିତ । କଲ୍ୟାଣ ଜୁଏଲର୍ସ ପାଇଁ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଏହି ଅଂଚଳରେ ଆମର ନୂତନ ନିବେଶ ଆମ ଉପସ୍ଥିତିକୁ ଆହୁରି ବଢ଼ାଇବା ପାଇଁ ରହିଥିବା ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଆମର ବିଶ୍ୱାସ ରହିଛି ଯେ ରାଉରକେଲାରେ ହାସଲ କରିବା ଲାଗି ବ୍ୟାପକ ସୁଯୋଗ ରହିଛି ଏବଂ ଏହି ଅଂଚଳରେ ଆମ ଦୃଢ଼ ମୂଳଦୁଆ ଅନୁସାରେ ସାମଗ୍ରିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।’’
କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ୍ ହଲମାର୍କର ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରେ । ଗ୍ରାହକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍‌୍ସ ସାର୍ଟିଫିକେଟ୍ ପାଇବେ ଯାହା ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉତ୍ପାଦ ବିବରଣୀ ଏବଂ ଏକ୍ସଚେଂଜ୍ ଓ ବାଏ ବ୍ୟାକ୍ ନୀତିରେ ସ୍ୱଚ୍ଛତା ଆଦିର ଗ୍ୟାରେଂଟି ପ୍ରଦାନ କରୁଛି । ବିଶ୍ୱାସନୀୟ ଗ୍ରାହକମାନଙ୍କୁ ଶ୍ରେଷ୍ଠତା ପ୍ରଦାନ କରିବା ଲାଗି ବ୍ରାଣ୍ଡ୍‌ର ରହିଥିବା ପ୍ରତିବଦ୍ଧତାର ଅଂଶ ହେଉଛି ଏହି ସାର୍ଟିଫିକେଟ୍ ।
ଏହି ସୋ’ରୁମ୍‌ରେ କଲ୍ୟାଣ ଜୁଏଲର୍ସର ଲୋକପ୍ରିୟ ବ୍ରାଣ୍ଡ୍ ଲିଲା-ହୀରା ଓ ସେମି-ପ୍ରିସିଅସ୍ ଷ୍ଟୋନ୍ ଗହଣା, ତେଜସ୍ୱୀ-ପୋଲକି ଗହଣା, ମୁନ୍ଧ୍ରା-ହାତତିଆରି ଆଂଟିକ୍ ଗହଣା, ନିମାହ-ମନ୍ଦିର ଗହଣା, ଗ୍ଲୋ-ଡ୍ୟାନ୍‌ସିଂ ହୀରା, ଜିଆ-ସୋଲିଟାୟାର୍ ଭଳି ହୀରା ଗହଣା, ଅନୋଖି-ଅନକଟ ହୀରା, ଅପୂର୍ବା-ସ୍ୱତନ୍ତ୍ର ଅବସର ପାଇଁ ହୀରା, ମୁହୁରତ-ବିବାହ ଗହଣା, ରଙ୍ଗ-ପ୍ରିସିଅସ୍ ଷ୍ଟୋନ୍ ଗହଣା ଆଦି ରହିବ ।
ବ୍ରାଣ୍ଡ୍‌, କଲେକ୍ସନ ଓ ଅଫର ବିଷୟରେ ଅଧିକ ସୂଚନା ଓ ବିବରଣୀ ପାଇଁ ପରିଦର୍ଶନ କରନ୍ତୁ:

Share

Leave a Reply

Your email address will not be published. Required fields are marked *

12 + eight =