କଲ୍ୟାଣ ଜୁଏଲର୍ସ ଇଣ୍ଡିଆ ଲିମିଟେଡ୍ ୨୦୨୩ ଦୀପାବଳି ସୁଦ୍ଧା ୩୩ ନୂଆ ସୋ’ରୁମ୍ ଖୋଲିବ

 କଲ୍ୟାଣ ଜୁଏଲର୍ସର ୨୬ଟି ସୋ’ରୁମ୍ ଏବଂ ୭ଟି କ୍ୟାଣ୍ଡିୟର ଷ୍ଟୋର ସ୍ଥାପନ କରାଯିବ
ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଗହଣା ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସ ଇଣ୍ଡିଆ ଲିମିଟେଡ୍ ଦୀପାବଳି ସୁଦ୍ଧା ସାରା ଭାରତରେ ୩୩ଟି ନୂଆ ସୋ’ରୁମ୍ ଖୋଲିବାର ସମ୍ପ୍ରସାରଣ ଯୋଜନା ବିଷୟରେ ଘୋଷଣା କରିଛି । ବର୍ତମାନ ଭାରତର ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ସମେତ ମଧ୍ୟପ୍ରାଚ୍ୟର ଚାରିଟି ଦେଶରେ କଲ୍ୟାଣ ଜୁଏଲର୍ସର ଉପସ୍ଥିତି ରହିଛି । ଦକ୍ଷିଣ ଭାରତରେ କଂପାନିର ୭୭ଟି ସୋ’ରମ୍ ଥିବା ବେଳେ ଉତର ଭାରତରେ ୫୫, କେନ୍ଦ୍ରୀୟ ଭାରତରେ, ପୂର୍ବ ଭାରତରେ ୧୮ଟି ଏବଂ ମଧ୍ୟ ପ୍ରାଚ୍ୟରେ ୩୪ଟି ସୋ’ରୁମ୍ ରହିଛି ।

କଂପାନି ଅଣ ଦକ୍ଷିଣ ଭାରତୀୟ ଅଂଚଳଗୁଡ଼ିକରେ ନୂଆ ସୋ’ରୁମ୍ ଖୋଲି ସର୍ବଭାରତୀୟ ସ୍ତରରେ ଏହାର ଉପସ୍ଥିତି ସୁଦୃଢ଼ କରିବାକୁ ଯୋଜନା ରଖିଛି । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ବିହାରର କିସନଗଞ୍ଜ, ବେଗୁସରାଇ, ହାଜିପୁର ଓ କଙ୍କରବାଗ୍‌, ହରିୟାଣାର ଫରିଦାବାଦ ଓ ପାନିପତ, ଓଡ଼ିଶାର ଯାଜପୁର, ପଞ୍ଜାବର ବର୍ଣ୍ଣାଲ ଓ ଚଣ୍ଡିଗଡ଼, ମହାରାଷ୍ଟ୍ରରର ସୋଲାପୁର, ଆନ୍ଧ୍ରପ୍ରଦେଶର ଚିତୋର, ପଶ୍ଚିମବଙ୍ଗର ପୁରୁଲିଆ, ଉତରାଖଣ୍ଡର କାସିପୁର ଏବଂ ଉତରପ୍ରଦେଶର ମୋରାଦାବାଦ, ମଥୁରା, ଆଲିଗଡ଼, ଆଲମଗଡ଼ ଓ ଜୁଆନପୁରରେ ନୂଆ ସୋ’ରୁମ୍‌ଗୁଡ଼ିକୁ ଖୋଲାଯିବ ।

ଏହା ବ୍ୟତୀତ ମେଟ୍ରୋ ସହରଗୁଡ଼ିକରେ ନିଜ ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ କଲ୍ୟାଣ ଜୁଏଲର୍ସ ପକ୍ଷରୁ ମୁମ୍ବାଇର ବାନ୍ଦ୍ରା, ମୁଲୁନ୍ଦ ଓ ଗୋରେଗାଓଁ, କୋଲକାତାର ବରାସତ ଓ ବାରାକପୋର ଏବଂ ନୂଆଦିଲ୍ଲୀର ଚାନ୍ଦନୀଚୌକ ଓ ଶାହଦରାରେ ନୂଆ ସୋ’ରୁମ୍ ଉନ୍ମୋଚନ କରାଯିବ ।

ଫିଜିଟାଲ୍ ମଡେଲ୍‌କୁ ଅନୁସରଣ କରିବ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଡିଜିଟାଲ୍ ପ୍ରଥମ ଗହଣା ପ୍ଲାଟଫର୍ମ କ୍ୟାଣ୍ଡିୟର ୭ ନୂଆ ସୋ’ରୁମ୍ ଦୀପାବଳି ପୂର୍ବରୁ ସ୍ଥାପନ କରାଯିବ । ଏହା ବ୍ୟତୀତ କଂପାନି ପକ୍ଷରୁ ମୁମ୍ବାଇରେ ୩ଟି, ବାଙ୍ଗାଲୋରରେ ୨ଟି ଏବଂ କେଳର ଓ ବିହାରରେ ଗୋଟିଏ ଲେଖାଏଁ ଆଉଟ୍‌ଲେଟ୍ ଖୋଲାଯିବ ।

ଏ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଟି ଏସ୍ କଲ୍ୟାଣରମଣ କହିଛନ୍ତି ଯେ, “ସାରା ଦେଶର ପୃଷ୍ଠପୋଷକମାନଭ୍‌କଠାରୁ କଲ୍ୟାଣ ଜୁଏଲର୍ସ ବ୍ରାଣ୍ଡ୍ ଯେଉଁ ଭଲ ପାଇବା ଓ ସମର୍ଥନ ହାସଲ କରିଛି ତାହାକୁ ନେଇ ମୁଁ ଅତ୍ୟନ୍ତ ଖୁସି । ବ୍ରାଣ୍ଡ୍ କଲ୍ୟାଣର ଏହି ମହତ୍ୱପୂର୍ଣ୍ଣ ଅଭିବୃଦ୍ଧି ଯାତ୍ରା ମୋତେ ବେଶ ଗର୍ବିତ କରିଥିବା ବେଳେ ଏକ ବୃହତ ବ୍ୟବସ୍ଥାରେ ବିପ୍ଳବ ଆଣିବାରେ ଆମେ ଆଗରେ ରହିଛୁ । ଆମେ ଅଭିବୃଦ୍ଧିର ପରବର୍ତୀ ପର୍ଯ୍ୟାୟ ଯାତ୍ରା ଆରମ୍ଭ କରୁଥିବା ବେଳେ ଦୀର୍ଘସ୍ଥାୟୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ଏବଂ ବଜାର ଉପସ୍ଥିତିକୁ ସମ୍ପ୍ରସାରଣ କରି ଆହୁରି ଦୃଢ଼ କରିବାକୁ ଆମର ଲକ୍ଷ୍ୟ ରହିଛି ।”

କଲ୍ୟାଣ ଜୁଏଲର୍ସ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଥିବା ବିପୁଳ ସମ୍ଭାବନାକୁ ହାସଲ କରିବା ସହିତ ଅଣ ଦକ୍ଷିଣ ଭାରତୀୟ ମେଟ୍ରୋ ସହରଗୁଡ଼ିକରେ ନିଜ ଉପସ୍ଥିତିର ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି । ସର୍ଭିସ୍‌ର ସହଯୋଗ ଥିବା ସପିଙ୍ଗ ଅନୁଭୂତି ଏବଂ ସ୍ୱତନ୍ତ୍ର ଡିଜାଇନ୍ ଦର୍ଶନକୁ ନେଇ କଂପାନି ସାରା ଭାରତରେ ଏହାର ପୃଷ୍ଠପୋଷକମାନଙ୍କୁ ସମୃଦ୍ଧ ଅନୁଭବ ପ୍ରଦାନ କରିବ । ବିଶ୍ୱାସ ଓ ସ୍ୱଚ୍ଛତାର ମୂଳ ନୀତିକୁ ବଜାୟ ରଖିବା ଲାଗି କଂପାଂନି ଦୃଢ଼ ପ୍ରତିବଦ୍ଧ ରହିଛି ।

ଭାରତୀୟ ଗହଣା ଶିଳ୍ପରେ ବିପ୍ଳବ ଆଣିବାରେ କଲ୍ୟାଣ ଜୁଏଲର୍ସ ସର୍ବଦା ଆଗରେ ରହିଛି । ୨୦୦୦ ମସିହାରେ ଏକମାତ୍ର ଗହଣା ପ୍ରତିଷ୍ଠାନ ରୂପେ ସ୍ୱେଚ୍ଛାକୃତ ଭାବେ ବିଆଇଏସ୍ ହଲମାର୍କ ଗହଣା ପ୍ରଦାନ କରିବା, ୨୦୧୮ହେର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ସହ କଲ୍ୟାଣ ଜୁଏଲର୍ସ ସଂହତି ଓ ଗ୍ରାହକ କୈନ୍ଦ୍ରୀକତାକୁ ନେଇ ନୂଆ ମାନଦଣ୍ଡ ଧାର୍ଯ୍ୟ କରିଛି ।

Share

Leave a Reply

Your email address will not be published. Required fields are marked *

14 − 9 =