ଭାରତର ପ୍ରଥମ ନମ୍ବରବିହୀନ କ୍ରେଡିଟ୍ କାର୍ଡର ଶୁଭାରମ୍ଭ ପାଇଁ ଆକ୍ସିସ୍ ବ୍ୟାଙ୍କ ଓ ଫାଇବ୍ ମଧ୍ୟରେ ସହଯୋଗିତା

ଭୁବନେଶ୍ୱର: ପ୍ରଯୁକ୍ତି-ପ୍ରେମୀଙ୍କ ପାଇଁ ଭାରତର ପ୍ରଥମ ନମ୍ବରବିହୀନ କ୍ରେଡିଟ୍ କାର୍ଡର ଶୁଭାରମ୍ଭ କରିବା ପାଇଁ ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ଓ ଦେଶର ଅଗ୍ରଣୀ ଫିନଟେକ୍ କଂପାନି ଫାଇବ୍ ମଧ୍ୟରେ ସହଯୋଗିତା ସ୍ଥାପନ ହୋଇଛି ।
ନମ୍ବରବିହୀନ କ୍ରେଡିଟ୍ କାର୍ଡ ଗ୍ରାହକଙ୍କୁ ଅତିରିକ୍ତ ସୁରକ୍ଷା ପ୍ରଦାନ କରିବ । କାରଣ ସେଥିରେ କାର୍ଡର ନମ୍ବର, ଏକ୍ସପାୟାର ତାରିଖ କିମ୍ବା ସିଭିଭି ନମ୍ବର ଲେଖା ହୋଇନଥିବ, ଫଳରେ ସହଜରେ ଗ୍ରାହକଙ୍କ ପରିଚୟ ଚୋରାଇ ହେବନାହିଁ ଯାହା ସୁରକ୍ଷା ଓ ଗୋପନୀୟତାକୁ ସୁନିଶ୍ଚିତ କରିବ । ଗ୍ରାହକମାନେ ଫାଇବ୍ ଆପ୍‌ରେ ସେମାନଙ୍କ ଫାଇବ୍ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ବିବରଣୀ ପାଇପାରିବେ ଯାହା ସେମାନଙ୍କୁ ସୂଚନା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପ୍ରଦାନ କରିବ ।
ଏହି ଶକ୍ତିଶାଳୀ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡରେ ପ୍ରଥମ କରି ଅନେକ ନତନ ସୁବିଧା ସୁଯୋଗ ରହିଛି ଯଥା ଅନଲାଇନ୍ ଖାଦ୍ୟ ବରା. କ୍ୟାବ୍ ବୁକିଂ ଏବଂ ଅନଲାଇନ ମନୋରଂଜନ ଟିକଟ ବୁକିଂରେ ଫ୍ଲାଟ୍ ୩ ପ୍ରତିଶତ ରିହାତି । ଏହା ବ୍ୟତୀତ ଗ୍ରାହକମାନେ ଅନଲାଇନ୍ ଓ ଅଫଲାଇନ୍ କାରବାରରେ ୧ ପ୍ରତିଶତ କ୍ୟାସବ୍ୟାକ୍ ପାଇପାରିବେ ।
ଏହି କାର୍ଡରେ ରୁପେ’ର ଶକ୍ତି ଥିବାରୁ ତାହାକୁ ୟୁପିଆଇ ସହିତ ଯୋଡ଼ିହେବ । ଡିଜିଟାଲ ପ୍ଲାଟଫର୍ମ ସହିତ ସମସ୍ତ ଅଫଲାଇନ୍ ଷ୍ଟୋର୍‌ରେ କାର୍ଡ କାମ କରିବ । ଏଥିରେ ଟ୍ୟାପ୍ ଆଣ୍ଡ୍ ପେ ସୁବିଧା ରହିଛି । କାର୍ଡରେ ଶୂନ ଯୋଗଦାନ ଫି’ ଥିବା ବେଳେ ଶୂନ ବାର୍ଷିକ ଫି’ ରହିଛି । ଫାଇବ୍‌ର ୨.୧ ନିୟୁତ ଗ୍ରାହକଙ୍କ ପାଇଁ ଏହି କାର୍ଡ ଉପଲବ୍ଧ ରହିଛି ।
ପ୍ରତି ତ୍ରୈମାସିକରେ ଡୋମେଷ୍ଟିକ୍ ଏୟାରପୋର୍ଟ ଲାଉଞ୍ଜ ପ୍ରବେଶ, ୪୦୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ତେଲ କିଣାରେ ଫୁଏଲ୍ ସରଚାର୍ଜ ଛାଡ଼, ଆକ୍ସିସ୍ ଡାଇନିଂ ଡିଲାଇଟ୍‌, ୱେଡନେସ୍‌ଡେ’ ଡିଲାଇଟ୍‌, ଏଣ୍ଡ୍ ଅଫ୍ ସିଜନ୍ ସେଲ୍ ଏବଂ ରୁପେ ପୋର୍ଟଫୋଲିଓ ଭଳି ସୁବିଧା ଏଥିରେ ରହିଛି ।
କାର୍ଡ ସମ୍ପର୍କରେ ଫାଇବ୍‌ର ସହ ପ୍ରତିଷ୍ଠାତା ଓ ସିଇଓ ଅକ୍ଷୟ ମେହରୋତ୍ରା କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କ ସହଯୋଗରେ ଭାରତର ପ୍ରଥମ ନମ୍ବରବିହୀନ କାର୍ଡ ଉପସ୍ଥାପନ କରିଥିବାରୁ ଆମେ ବହୁତ ଖୁସି । ଭାରତର ଅଭିଳାଷୀ ଯୁବପିଢ଼ିଙ୍କୁ ଏକ ସୁରକ୍ଷିତ ଓ ଅନ୍ତର୍ଭୁକ୍ତୀକରଣ ସମାଧାନ ପ୍ରଦାନ କରିବା ପ୍ରତି ଆମ ପ୍ରତିବଦ୍ଧତାରେ ହୋଇଥିବା ବଡ଼ ଧରଣର ଅଗ୍ରଗତିକୁ ଏହି କାର୍ଡ ଉପସ୍ଥାପିତ କରୁଛି । ଏକ ସୁରକ୍ଷିତ ଓ ନିରାପଦ ଆର୍ଥିକ ସମାଧାନ ସହିତ ୟୁପିଆଇ ପେମେଂଟ୍‌ର ସୁବିଧାକୁ ନେଇ ଆମେ ଗ୍ରାହକଙ୍କୁ ସଶକ୍ତ କରିବାକୁ ଚାହୁଛୁ ଯାହା ଫଳରେ କାର୍ଡ ଶିଳ୍ପରେ ଏକ ନୂଆ ମାନଦଣ୍ଡ ଧାର୍ଯ୍ୟ ହୋଇପାରିବ ।”
ଆକ୍ସିସ୍ ବ୍ୟାଙ୍କର ସଭାପତି ଓ କାର୍ଡ ଆଣ୍ଡ୍ ପେମେଂଟ୍‌ସ ମୁଖ୍ୟ ସଂଜୀବ ମୋଘେ କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କ କାର୍ଡ ଓ ପେମେଂଟ୍‌ର ଏକ ସାମଗ୍ରିକ ସଂସ୍ଥା ଏବଂ ନବସୃଜନ ପ୍ରେରିତ ସହଯୋଗିତା ମଡେଲ୍‌କୁ ଆମେ ଗ୍ରହଣ କରିବା ଜାରି ରଖିଛୁ । ଆମ ଗ୍ରାହକଙ୍କୁ ଲାଭ ପ୍ରଦାନ କରୁଥିବା ବିଭିନ୍ନ ଅଫର ଜରିଆରେ ଭାରତରେ ସଂଗଠିତ ଋଣକୁ ଲୋକମାନଙ୍କ ପାଖରେ ପହଂଚାଇବା ଲାଗି ଆମେ ପ୍ରତିବଦ୍ଧ ରହିଛୁ । ବଜାରର ଏହି ବୈପ୍ଳବିକ ଉପସ୍ଥାପନାରେ ଫାଇବ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବେଶ ଖୁସି ଯାହା ଜରିଆରେ ଆମେ ଅଧିକ ଲୋକଙ୍କୁ ସେବା ପ୍ରଦାନ କରିପାରିବୁ । ଏହି ନମ୍ବରବିହୀନ କାର୍ଡ ଆକ୍ସିସ୍ ବ୍ୟାଙ୍କ ଗ୍ରାହକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଏକ ଦୃଢ଼ ଆର୍ଥିକ ସମାଧାନ ପ୍ରଦାନ କରିବ ଯାହା ଦେଶର ଚତୁର ଓ ଅଭିଳାଷର ଯୁବବର୍ଗଙ୍କୁ ସଶକ୍ତ କରିବ । ଆମର ଏହି ବ୍ୟାଙ୍କିଭ୍‌ଗ ରଣନୀତି ଆମର ବିବିଧ ଓ ବର୍ଦ୍ଧିତ ଗ୍ରାହକଙ୍କ ପାଇଁ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରିବ ।”

Share

Leave a Reply

Your email address will not be published. Required fields are marked *

two × 3 =