ବିଶ୍ୱ ଗଣ୍ଠିବାତ ଦିବସ: ଅଷ୍ଟିଓଆର୍ଥ୍ରାଇଟିସ୍ (ଓଏ) ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଜୀବନର ଗୁଣବତା ଉପରେ ଗଭୀର ପ୍ରଭାବ ପକାଇଛି, ଡାକ୍ତର ବର୍ଣ୍ଣନା କଲେ ରୋଗର ପ୍ରାରମ୍ଭିକ ଲକ୍ଷଣ, ଚିକିତ୍ସା ବିକଳ୍ପ

ଭୁବନେଶ୍ୱର: ଭାରତରେ ପ୍ରାୟ ୬୨.୩୫ ନିୟୁତ ଲୋକ ଅଷ୍ଟିଓଆର୍ଥ୍ରାଇଟିସ୍ (ଓଏ) ରୋଗରେ ପୀଡ଼ିତ ଯାହା ଗଣ୍ଠିରେ କଠିନତା ଓ ଯନ୍ତ୍ରଣା ସୃଷ୍ଟି କରିଥାଏ । ଏଭଳିକି ଓଡ଼ିଶାର ଗ୍ରାମାଞ୍ଚଳରେ ମଧ୍ୟ ଏହି ରୋଗର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶାର ୫ଟି ଗାଁରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ୫୫ ବର୍ଷରୁ ଅଧିକ ବୟସର ପ୍ରତି ତୃତୀୟ ବ୍ୟକ୍ତି ଓଏ ସହିତ ଜଡିତ ଲକ୍ଷଣ ବିଷୟରେ ଅଭିଯୋଗ କରିଛନ୍ତି ।
ଅଷ୍ଟିଓଆର୍ଥ୍ରାଇଟିସ୍ ରୋଗରେ ଗଣ୍ଠି ନଷ୍ଟ ହେବା ସହ କାର୍ଟିଲେଜ୍‌, ଟେଣ୍ଡନ୍‌, ଲିଗାମେଂଟ୍ ଓ ହାଡ଼ ପ୍ରଭାବିତ ହୋଇଥାଏ । ପ୍ରାରମ୍ଭିକ ଚିହ୍ନଟ ଏବଂ ଠିକ୍ ସମୟରେ ଚିକିତ୍ସା ହିଁ ଏକମାତ୍ର ଉପାୟ । ମନେ ରଖନ୍ତୁ, ଚିକିତ୍ସା ଜରୁରୀ ଅଟେ ବୋଲି ଡାକ୍ତର ଓଡ଼ିଶାର କେୟାର ହସ୍ପିଟାଲ, ଭୁବନେଶ୍ୱରର ବରିଷ୍ଠ କନସଲଟାଣ୍ଟ ଡାକ୍ତର ସନ୍ଦୀପ ସିଂହ କହିଛନ୍ତି ।
ଓଏ ସାଧାରଣତଃ ଆଣ୍ଠୁ ଏବଂ ହିପ୍ ଗଣ୍ଠିକୁ ପ୍ରଭାବିତ କରିଥାଏ, ତେଣୁ ଏହା ବୟସ୍କ ଲୋକଙ୍କ ବୁଲିବା ଏବଂ ସ୍ୱାଧୀନ ଭାବେ କାର୍ଯ୍ୟ କରିବାର କ୍ଷମତା ସହିତ ତାହା ଗଭୀର ଭାବେ ଜଡ଼ିତ ।
ଲକ୍ଷଣ
ଅଷ୍ଟିଓଆର୍ଥ୍ରାଇଟିସ୍ ଲକ୍ଷଣ ମଧ୍ୟରେ ଗଣ୍ଠି ଯନ୍ତ୍ରଣା, କଠିନତା, ଫୁଲିବା ଏବଂ ଗଣ୍ଠି ଚଳପ୍ରଚଳରେ ପରିବର୍ତନ ଆଦି ସାମିଲ ରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଯନ୍ତ୍ରଣା, କୋମଳତା ଏବଂ ଗଣ୍ଠି କଠିନତା କିଛି ନିର୍ଦ୍ଦିଷ୍ଟ ସମୟ ଯଥା ବଡ଼ି ଭୋରରୁ କିମ୍ବା ଉଚ୍ଚ ପ୍ରଭାବ ଶାରୀରିକ କାର୍ଯ୍ୟକଳାପ ପର୍ଯ୍ୟନ୍ତ ସୀମିତ ରହିଥାଏ ବୋଲି ଡାକ୍ତର ସନ୍ଦୀପ ସିଂହ କହିଛନ୍ତି । ସମସ୍ୟା ବଢିବା ସହିତ ବିଶ୍ରାମ ସମୟରେ କିମ୍ବା ସାଧାରଣ ଘରୋଇ କାର୍ଯ୍ୟରେ ମଧ୍ୟ ରୋଗୀ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସେଥିପାଇଁ ଅଷ୍ଟିଓଆର୍ଥ୍ରାଇଟିସର ସ୍ଥିତି ଅନୁସାରେ ତାହାକୁ ଆଗୁଆ ଚିହ୍ନଟ କରିବା ଓ ଚିକିତ୍ସା କରିବା ହିଁ ଏକମାତ୍ର ବାଟ । ଏହି ରୋଗକୁ ଅଣଦେଖା କରିବା ଅନୁଚିତ । ଚିକିତ୍ସା ଜରୁରୀ ଅଟେ ।
ଚିକିତ୍ସା ବିକଳ୍ପ
ରୋଗର ଗମ୍ଭୀରତା ଅନୁସାରେ ଔଷଧ, ଇଞ୍ଜେକ୍ସନ ଏବଂ ଜୀବନଶୈଳୀରେ ପରିବର୍ତନ ଆଦିର ମିଶ୍ରଣ ଦ୍ୱାରା ଲକ୍ଷଣ ପରିଚାଳନା ସମ୍ଭବ । ଅନ୍ୟାନ୍ୟ ମେଡିକାଲ୍ ଚିକିତ୍ସା ଫଳପ୍ରଦ ନହେଲେ କିମ୍ବା ଅନ୍ୟ ସବୁ ବିକଳ୍ପ ଶେଷ ହୋଇଯାଇଥିଲେ ଯନ୍ତ୍ରଣାରୁ ମୁକ୍ତି ଓ ପୁନଃ ଚଳପ୍ରଚଳ ପାଇଁ ଅସ୍ତ୍ରୋପଚାର ସହାୟକ ହୋଇପାରେ । ଅଷ୍ଟିଓଆର୍ଥ୍ରାଇଟିସ୍ ରୋଗରେ ଧୀରେ ଧୀରେ ଗଣ୍ଠି ନଷ୍ଟ ହୁଏ ଯାହା ହାଡ଼କୁ ପ୍ରଭାବିତ କରିଥାଏ । ଆଣ୍ଠୁ ଗଣ୍ଠି କ୍ଷେତ୍ରରେ ଅଷ୍ଟିଓଆର୍ଥ୍ରାଇଟିସ ମାମଲାରେ ରୋଗର ଗମ୍ଭୀରତା ଅନୁସାରେ ଆଣ୍ଠୁର ସମ୍ପୂର୍ଣ୍ଣ ପ୍ରତିରୋପଣର ଲକ୍ଷ୍ୟ ହେଉଛି ଯନ୍ତ୍ରଣାରୁ ମୁକ୍ତି ପ୍ରଦାନ କରିବା ଏବଂ ପୁନଃ ଚଳପ୍ରଚଳକୁ ସକ୍ଷମ କରିବା ବୋଲି ଡାକ୍ତର ସନ୍ଦୀପ ସିଂହ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 3 =