ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ‘ଏଜୁକେସନ ସିଗ୍ନେଚର’ କାର୍ଯ୍ୟକ୍ରମ ଆୟୋଜିତ

 ଓଡ଼ିଶାର ତୃଣମୂଳ ସ୍ତରରେ ଶିକ୍ଷଣୀୟ କାର୍ଯ୍ୟକ୍ରମ ଫଳାଫଳ ନିରୀକ୍ଷଣ ପାଇଁ ଭୁବନେଶ୍ୱରର ଲଳିତ କଳା ଏକାଡେମିରେ ଚିତ୍ରକଳା ପ୍ରଦର୍ଶନର ଆୟୋଜନ
 ୧୧୧ ଛାତ୍ରଛାତ୍ରୀ ବିଶିଷ୍ଟ ଚିତ୍ରକଳା ପ୍ରଦର୍ଶନକୁ ଉଦ୍‌ଘାଟନ କଲେ ଭୁବନେଶ୍ୱର ମୁନିସପାଲ କମିସନର ବିଜୟ ଅମୃତ କୁଲାଙ୍ଗେ
ଭୁବନେଶ୍ୱର: ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାର ଦୁର୍ଗମ ଅଂଚଳର ଆଦିବାସୀ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଚିତ୍ରକଳା ପ୍ରଦର୍ଶନୀକୁ ୨୦୨୩ ସେପ୍ଟେମ୍ବର ୧୭ରେ ଭୁବନେଶ୍ୱରର ଲଳିତ କଳା ଏକାଡେମିରେ ଉଦ୍‌ଘାଟନ କରାଯାଇଛି । ଏହି ପ୍ରଦର୍ଶନୀ ୨୦୨୩ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଟାଟା ଷ୍ଟିଲ ଫାଉଣ୍ଡେସନର ଏକୁଜେସନ ସିଗ୍ନେଚର କାର୍ଯ୍ୟକ୍ରମର ଏହା ଏକ ଅଂଶ ଯାହା ଆସ୍ପାୟାରର ମିଳିତ ସହଯୋଗରେ ଜାରି ରହିଛି । ଚିତ୍ରକଳା ପ୍ରଦର୍ଶନୀର ଉଦ୍‌ଘାଟନୀ ସମାରୋହରେ ଭୁବନେଶ୍ୱର ମୁନିସପାଲ୍‌୍ କର୍ପୋରେସନର କମିସନର ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ଥିଲେ ।
ପିପୁଲ୍ ଓ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ (ପରୀ) ସହଯୋଗିତାରେ ୯୮ ଜଣ ଆଦିବାସୀ ପିଲାଙ୍କ ଦ୍ୱାରା ପ୍ରସ୍ତୁତ ୧୧୧ ଚିତ୍ରକଳାକୁ ପ୍ରଦର୍ଶନୀରେ ସାମିଲ କରାଯାଇଛି । ୫୭ଟି ସ୍କୁଲର ତୃତୀୟରୁ ନବମ ପର୍ଯ୍ୟନ୍ତ ପାଠପଢ଼ୁଥିବା ପିଲାମାନେ ଏହି ଚିତ୍ରକଳାଗୁଡ଼ିକୁ ପ୍ରସ୍ତୁତ କରିଛନ୍ତି । ଏଥିରେ ବାଳିକା ଚିତ୍ରକରଙ୍କ ସଂଖ୍ୟା ୬୮ରୁ ଅଧିକ ଥିବା ବେଳେ ବାଳକ ଚିତ୍ରକର ୩୦ ରହିଛନ୍ତି । ଯାଜପୁର ଓ କେନ୍ଦୁଝରର ଜିଲ୍ଲାର ନଅଟି ବ୍ଲକ୍ ଯଥା ବାଂଶପାଳ, ଚମ୍ପୁଆ, ଦାନଗଦି, ଘଟଗାଁ, ଝୁମ୍ପୁରା, ଯୋଡ଼ା ଓ ସୁକିନ୍ଦାର ୫୭ଟି ସ୍କୁଲର ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି । ବାଥୁଡ଼ି, ଭୁୟା, ଭୂମିଜ, ଗଣ୍ଡିଆ, ଗୋଣ୍ଡ, ହୋ, କୋହ୍ଲ, ମାଙ୍କିଡିଆ (ବିରହୋର ଆଦିବାସୀଙ୍କ ଏକ ଅଂଶ), ମୁଣ୍ଡା, ସମ୍‌ତି, ସାନ୍ତାଳ ଓ ସୌନ୍ତି ଭଳି ୧୨ ପ୍ରକାର ଆଦିବାସୀ ସମୁଦାୟର ପିଲାମାନେ ଏଥିରେ ସାମିଲ ହୋଇଛନ୍ତି । ଏଥିରୁ କିଛି ଆଦିବାସୀ ପ୍ରଜାତି ନିର୍ଦ୍ଦିଷ୍ଟ ସମ୍ବେଦନଶୀଳ ଆଦିବାସୀ ଦଳ (ପିଭିଟିଜି) ଅନ୍ତର୍ଭୁକ୍ତ । ସୀମିତ ମାଧ୍ୟମ ଓ ସମ୍ବଳ ସହିତ ଓଡ଼ିଶାର ଅନ୍ୟନ୍ତ ଦୁର୍ଗମ ଅଂଚଳରେ ଥିବା ପଡ଼ାଗୁଡ଼ିକରେ ବାସ କରୁଥିବା ଯୁବ ଛାତ୍ରଛାତ୍ରୀମାନେ କ୍ରେୟନ, ପେନ୍‌ସିଲ ରଙ୍ଗ, ସ୍କେଚ୍ ପେନ୍ ଏବଂ ୱାଟର କଲର ବ୍ୟବହାର କରି ଏହି ଜୀବନ୍ତ ଚିତ୍ରକଳାଗୁଡ଼ିକୁ ପ୍ରସ୍ତୁତ କରିଛନ୍ତି ।
ଏହି ପ୍ରଦର୍ଶନୀର ଅନଲାଇନ୍ ଭର୍ସନକୁ ମୁମ୍ବାଇର ବମ୍ବେ ହାଉସ୍‌ରେ ୨୦୨୩ ଏପ୍ରିଲ୍‌୧୨ ରେ ଉଦ୍‌ଘାଟନ କରାଯାଇଥିଲା । କାର୍ଯ୍ୟକ୍ରମ ଅଧୀନରେ ପିଲାମାନେ ଗ୍ରହଣ କରିଥିବା ଶିକ୍ଷାର ଫଳାଫଳ ବିଷୟରେ ଜାଣିବା ଏବଂ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ଅନୁସାରେ ଭବିଷ୍ୟତ ପାଇଁ ସେମାନଙ୍କ ଭାବନା ଏବଂ ଲକ୍ଷ୍ୟକୁ ପ୍ରଦର୍ଶିତ କରିବା ଲାଗି ପ୍ରତ୍ୟେକ୍ଷ ଭାବେ ଭୁବନେଶ୍ୱରରେ ଏହି ପ୍ରଦର୍ଶନୀକୁ ଆୟୋଜନ କରାଯାଇଛି ।
ଲଳିତ କଳା ଏକାଡେମିରେ ପ୍ରଦର୍ଶିତ ହୋଇଥିବା ଚିତ୍ରକଳାଗୁଡ଼ିକୁ ଦେଖି ବିମୋହିତ ହେବା ସହ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, “ଛୋଟ ଛୋଟ ଜିନିଷ ଭିତରେ ସୁଖ ପାଇବା ମଧ୍ୟ ଏକ ଦକ୍ଷତା । ଆଜି ଆମେ ଏଠାରେ ଯେଉଁ ଚିତ୍ରକଳାଗୁଡ଼କୁ ଦେଖୁଛୁ ତାହା ଆଦିବାସୀଙ୍କ ଜୀବନଶୈଳୀ, ସରଳ କାର୍ଯ୍ୟକଳାପରେ ସୌନ୍ଦର୍ଯ୍ୟ ଖୋଜିବା, ପ୍ରକୃତିର ବରଦାନ ଯାହା ପ୍ରାୟତଃ ଅଣଦେଖା ହୋଇଯାଏ ତାହାର କଥା କହୁଛି । ସେମାନେ ଏଠାରେ କେବଳ ହାସଲ କରିଥିବା ଶିକ୍ଷାକୁ ପ୍ରଦର୍ଶନ କରିନାହାନ୍ତି, ବରଂ ଆମକୁ ମଧ୍ୟ ଏକ ଉପାୟରେ ଶିକ୍ଷା ଦେଉଛନ୍ତି ।’’
ଏହି ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଓଡ଼ିଶା ସିଏସ୍‌ଆର୍ ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ କହିଛନ୍ତି ଯେ, “ଆମ ପାଇଁ ଏହା ହେଉଛି ପ୍ରଥମ ଚିତ୍ରକଳା ପ୍ରଦର୍ଶନୀ ଯେଉଁଠାରେ ଆମେ ପିଲାମାନଙ୍କ ଦୃଷ୍ଟିକୋଣ ଓ ସେମାନଙ୍କ କଳାତ୍ମକ ଦକ୍ଷତା ମାଧ୍ୟମରେ ଶିକ୍ଷା ଓ ଆଦିବାସୀ ଜ୍ଞାନର ଏକ ବୃହତର ବର୍ଣ୍ଣନାକୁ ଉପସ୍ଥାପନ କରିବାକୁ ଚାହିଛୁ । ଏହି ଚିତ୍ରକଳାଗୁଡ଼ିକରେ ପିଲାମାନେ ଆଦିବାସୀ ସଂସ୍କୃତି, ଆଦିବାସୀ ଗ୍ରାମର ଜୀବନଧାରା ଏବଂ ପାରିପାଶ୍ୱିର୍କ ଅଂଚଳରେ ଥିବା ପ୍ରକୃତିକୁ ଉପସ୍ଥାପନ କରିଛନ୍ତି । ଏହି ଚିତ୍ରକଳାଗୁଡ଼ିକୁ ପ୍ରସ୍ତୁତ କରିଥିବା ପିଲାମାନେ ଚିତ୍ରଶିଳ୍ପୀ ଭାବେ କୌଣସି ଆନୁଷ୍ଠାନିକ ତାଲିମ ପାଇନାହାନ୍ତି, ତଥାପି ସେମାନେ କାହାଣୀ କହିଛନ୍ତି ।’’
ଟାଟା ଷ୍ଟିଲ୍ ଫାଉଣ୍ଡେସନର ଶିକ୍ଷା ମୁଖ୍ୟ ସ୍ମିତା ଅଗ୍ରୱାଲ୍ କହିଛନ୍ତି ଯେ, “ଏହି ଚିତ୍ରକଳାଗୁଡ଼ିକ ଜଣାଉଛି ଯେ ପିଲାମାନଙ୍କ ପାଖରେ ଥିବା ସମ୍ଭାବନାର କୌଣସି ସୀମା ନାହିଁ । ସେମାନେ ଯେଉଁଭଳି ସମାଜିକ ସ୍ତରରୁ ଆସିିଥାନ୍ତୁ ନା କାହିଁକି ମାତ୍ର ଯେତେବେଳେ ଶିଖିବାର ସଠିକ୍ ସୁଯୋଗ ସେମାନଙ୍କ ପାଇଁ ସୃଷ୍ଟି ହୋଇଛି ସେମାନେ ଏଭଳି ଚମତ୍କାର ଦେଖାଇଛନ୍ତି । ଏହି ଚିତ୍ରକଳାଗୁଡ଼ିକରେ ଜଣେ ମା’ କଠିନ ପରିଶ୍ରମ କରୁଥିବା, ଗାଁକୁ ହାତୀ ନଷ୍ଟ କରୁଥିବା ଏବଂ ପିଲାମାନେ ଏକାଠି ହୋଇ ନୃତ୍ୟ କରୁଥିବାର ଗଭୀର ଭାବନାତ୍ମକ ଦୃଶ୍ୟ ପ୍ରଦର୍ଶିତ ହୋଇଛି । ନିଜ କାର୍ଯ୍ୟ ଜରିଆରେ ଏହି ପିଲାମାନେ ବାଟ ଦେଖାଇଛନ୍ତି ଯେ ବୟସ୍କମାନେ କିଭଳି ସେମାନଙ୍କୁ ଶିକ୍ଷା ହାସଲରେ ସାହାଯ୍ୟ କରିପାରିବେ ।’’
ଅନଲାଇନ୍ ଆର୍କାଇଭ୍‌କୁ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଭରଗ୍ଧବ.କ୍ସଙ୍କକ୍ସବକ୍ଷସଦ୍ଭୟସବକ୍ଟଦ୍ଭକ୍ଷସଦ୍ଭର.କ୍ଟକ୍ସଶ/ମଷସକ୍ଷୟକ୍ସରଦ୍ଭଗ୍ଦ-କ୍ଟ୍ରବସଦ୍ଭଗ୍ଧସଦ୍ଭଶଗ୍ଦ/୧ ଏହି ୱେବସାଇଟ୍‌ରେ ଦେଖିହେବ । ପ୍ରତି ଚିତ୍ରକଳା ସହିତ ଏକ ୫୦ ସେକେଣ୍ଡର ଭିଡିଓ ରହିଛି ଯେଉଁଥିରେ ପିଲାମାନେ ଆଙ୍କିଥିବା ଚିତ୍ର ପଛରେ ରହିଥିବା ପ୍ରେରଣା ବିଷୟରେ ବର୍ଣ୍ଣନା କରାଯାଇଛି ।
ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ଏକୁକେସନ ସିଗ୍ନେଚର’ ପ୍ରୋଗ୍ରାମ ହେଉଛି ଏକ ବ୍ୟାପକ କାର୍ଯ୍ୟକ୍ରମର ସମାହାର ଯେଉଁଥିରେ ଏକାଧିକ ଉପାଦାନ ରହିଛି ଯାହାକୁ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ଲାଗି ପ୍ରସ୍ତୁତ କରାଯାଇଛି । ଓଡ଼ିଶା ଓ ଝାଡ଼ଖଣ୍ଢର ୫ଟି ଜିଲ୍ଲାର ୩୭ଟି ବ୍ଲକ୍‌ରେ ଏହାକୁ କାର୍ଯ୍ୟକାରୀ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ବର୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ପିଲାମାନଙ୍କ ପାଖରେ ପହଂଚିପାରିଛି । ପିଲାଙ୍କ ପାଖରେ ପହଂଚିବା, ଶିକ୍ଷା ଏବଂ ପ୍ରଶାସନ ଭଳି ତିନିଟି ମୌଳିକ ଉପାଦାନ ଉପରେ ପର୍ଯ୍ୟବେସିତ ଏହି କାର୍ଯ୍ୟକ୍ରମ ଦୂରଦୂରାନ୍ତରେ ଥିବା ପିଲା ଏବଂ ଶିଶୁ ଶ୍ରମିକ ଭଳି ସବୁଠୁ ଆହ୍ୱାନପୂର୍ଣ୍ଣ ମାମଲାଗୁଡ଼ିକ ପାଖରେ ପହଂଚିଛି ଏବଂ ବସତିକୁ ଶିଶୁ ଶ୍ରମିକ ମୁକ୍ତ ଜୋନ୍ (ସିଏଲ୍‌ଏଫ୍‌ଜେଡ୍‌)ରେ ପରିଣତ କରିବାରେ ସହାୟକ ହୋଇପାରିଛି ।

Share

Leave a Reply

Your email address will not be published. Required fields are marked *

three × 4 =