ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍ ୨୦୨୩ର ତୃତୀୟ ରାଉଣ୍ଡ୍ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ପ୍ରସ୍ତୁତ

ଭୁବନେଶ୍ୱର: ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଅଦ୍ୟାବଧି ମଧ୍ୟମ ପଥରେ ପହଂଚିଥିବା ବେଳେ ରେସ୍‌ର ତୃତୀୟ ପର୍ଯ୍ୟାୟ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ଚେନ୍ନାଇର ମାଡ୍ରାସ୍ ମୋଟର ରେସ୍‌ଟ୍ରାକ୍‌ରେ ପହଂଚିଛି ।
ସପ୍ତାହନ୍ତରେ ଅନୁଷ୍ଠିତ ହେବାକୁ ଥିବା ଏହି ରେସ୍‌ରେ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ର ଏନ୍‌ଏସ୍‌ଏଫ୍‌୨୫୦ଆର୍ ମୋଟରସାଇକଲ୍‌କୁ ନେଇ ୧୪ ଜଣ ଯୁବ ଚାଳକ ପ୍ରତିଦ୍ୱନ୍ଦ୍ୱିତା କରିବେ । ମୋଟୋ୩ ରେସିଂ ପାଇଁ ସ୍ୱତନ୍ତ୍ର ଭାବେ ଏହି ମୋଟରସାଇକଲ୍‌ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ରେସ୍‌ରେ ଚେନ୍ନାଇର ଶ୍ୟାମ ସୁନ୍ଦର ଚମତ୍କାର ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଦଖଲ କରିଥିଲେ ।
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସେଲ୍‌ସ ଓ ମାର୍କେଟିଂ ନିର୍ଦ୍ଦେଶକ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ହେଉଛି ଯୁବ ଚାଳକମାନଙ୍କୁ ରେସ୍ ପ୍ରତି ସେମାନଙ୍କ ପ୍ରତିଭା ଓ ନିଷ୍ଠା ପ୍ରଦର୍ଶନ କରିବା ପାଇଁ ଏକ ଚମତ୍କାର ପ୍ଲାଟଫର୍ମ । ଚମ୍ପିଆନ୍‌ସିପ୍‌ରେ ଆମ ଯୁବ ଚାଳକମାନଙ୍କ ଏଭଳି ଅତୁଲ୍ୟ ପ୍ରଗତି ଦେଖି ଆମେ ରୋମାଂଚିତ ମନେ କରୁଛୁ । ଦ୍ୱିତୀୟ ରାଉଣ୍ଡରେ ଯୁବ ପ୍ରତିଭାବାନ ଚାଳକଙ୍କ ଚମତ୍କାର ପ୍ରଦର୍ଶନ ତୃତୀୟ ରାଉଣ୍ଡ୍ ପାଇଁ ମଂଚକୁ ପ୍ରସ୍ତୁତ ରଖିଛି । ଭଲ ଭାବେ ପ୍ରସ୍ତୁତି କରିଥିବା ଏକ ଦଳକୁ ନେଇ ଆମର ବିଶ୍ୱାସ ରହିଛି ଯେ ଆମ ଚାଳକମାନେ ନୂତନ ଶିଖର ଛୁଇଁବା ସହ ଏହି ଚମ୍ପିଆନ୍‌ସିପ୍‌ରେ ଅଭୁଲା ପ୍ରଦର୍ଶନ ପ୍ରଦାନ କରିବେ ।’’
ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍ ହୋଣ୍ଡାର ରେସିଂ ଐତିହ୍ୟ ଓ ଅଭିଳାଷକୁ ପ୍ରତିଫଳିତ କରୁଛି । ରେସିଂରେ ଉଚ୍ଚ ସୋପାନରେ ପହଂଚାଇବା ଲାଗି ଅଭିଳାଷ ରଖିଥିବା ଯୁବ ଚାଳକମାନଙ୍କ ପାଇଁ ଏହି ମଂଚ ମୁଳଦୁଆ ଭାବେ କାର୍ଯ୍ୟ କରୁଛି । ଯୁବ ପ୍ରତିିଭାବାନ ଚାଳକମାନଙ୍କୁ ସମୃଦ୍ଧ କରିବାର ପ୍ରତିବଦ୍ଧତାକୁ ନେଇ ହୋଣ୍ଡା ଇଣ୍ଡିଆ ରେସିଂ ଭାରତରେ ମୋଟରସ୍ପୋର୍ଟର ଅଭିବୃଦ୍ଧି ପ୍ରତି ଯୋଗଦାନ ପ୍ରଦାନ କରୁଛି । ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସଏଫ୍‌୨୫୦ଆର୍ ଭାରତୀୟ ଚାଳକମାନଙ୍କୁ ପ୍ରଫେସନାଲ୍ ମୋଟରସ୍ପୋର୍ଟରେ ପ୍ରବେଶ କରିବାର ସୁଯୋଗ ପ୍ରଦାନ କରୁଛି ।
ରାଉଣ୍ଡ-୨ର ପ୍ରଥମ ରେସ୍‌ରେ ଚେନ୍ନାଇର ୧୮ ବର୍ଷୀୟ ଚାଳକ କେଭିନ୍ କ୍ୱିଂଟାଲ୍ ବିଜୟୀ ହୋଇଥିବା ବେଳେ ଏଏସ୍ ଜେମ୍‌ସ ଦ୍ୱିତୀୟ ଏବଂ ପ୍ରକାଶ କାମାତ ତୃତୀୟ ସ୍ଥାନରେ ରହିଥିଲେ । ତୃତୀୟ ସ୍ଥାନ ପାଇଁ ପ୍ରକାଶ ଓ ଶ୍ୟାମ ସୁନ୍ଦରଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା ।
ରେସ୍‌-୨ରେ ଶ୍ୟାମ ସୁନ୍ଦର, ଏଜେ ଜେମ୍‌ସ ଓ ରାହିଶ ଖତ୍ରି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଶ୍ୟାମ ସୁନ୍ଦର ବିଜୟୀ ହୋଇଥିବା ବେଳେ ଜେମ୍‌ସ ଦ୍ୱିତୀୟ ଓ ରାହିଶ ତୃତୀୟ ସ୍ଥାନରେ ରହି ପ୍ରଥମ ଥର ପୋଡିୟମ୍ ଦାଖଲ କରିିଥିଲେ ।

Share

Leave a Reply

Your email address will not be published. Required fields are marked *

four × 3 =