କଲ୍ୟାଣ ଜୁଏଲର୍ସ ପକ୍ଷରୁ ଭୁବନେଶ୍ୱରର ପଟିଆରେ ନୂଆ ସୋ’ରୁମ୍‌ର ଭବ୍ୟ ଶୁଭାରମ୍ଭ ଘୋଷଣା

ଏପ୍ରିଲ୍ ୨୧ରେ ବଲିଉଡ୍ ନାୟିକା ଶିଳ୍ପା ସେଟ୍ଟି ଓଡ଼ିଶାରେ କଲ୍ୟାଣ ଜୁଏଲର୍ସର ଚତୁର୍ଥ ଆଉଟ୍‌ଲେଟ୍‌କୁ ଉଦ୍‌ଘାଟନ କରିବେ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶା ରାଜ୍ୟରେ ଚତୁର୍ଥ ସୋ’ରୁମ୍‌ର ଶୁଭାରମ୍ଭ କରାଯିବା ବିଷୟରେ ଆଜି ଘୋଷଣା କରାଯାଇଛି । ଏହି ସୋ’ରୁମ୍‌କୁ ବଲିଉଡ୍ ତାରକା ଶିଳ୍ପା ସେଟ୍ଟି ୨୦୨୩ ଏପ୍ରିଲ୍ ୨୧ରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ୱରର ପଟିଆ ଛକରେ ଅବସ୍ଥିତ କଲ୍ୟାଣ ଜୁଏଲର୍ସର ଏହି ନୂଆ ସୋ’ରୁମ୍ ହେଉଛି ବ୍ରାଣ୍ଡ୍‌କୁ ଗ୍ରାହକଙ୍କ ନିକଟରେ ସହଜରେ ପହଂଚାଇ ଏହି ଅଂଚଳରେ ରିଟେଲ୍ ଉପସ୍ଥିତି ଓ ପରିଚାଳନାକୁ ସମ୍ପ୍ରସାରଣ କରିବା ଲାଗି କଂପାନିର ରହିଥିବା ରଣନୀତିର ଏହା ଅଂଶ । ଏହି ସୋ’ରୁମ୍‌ରେ ଏକ ବିଶ୍ୱ ଶ୍ରେଣୀର ପରିବେଶରେ କଲ୍ୟାଣ ଜୁଏଲର୍ସ ସମ୍ଭାରର ବ୍ୟାପକ ଡିଜାଇନ୍ ରହିବ । ପୁନଶ୍ଚ, ବଜାରରେ ସର୍ବନିମ୍ନ ଓ କଂପାନିର ସବୁ ସୋ’ରୁମ୍‌ରେ ସମାନ ଥିବା “କଲ୍ୟାଣ ସ୍ପେସିଆଲ୍ ଗୋଲ୍‌ଡ ବୋର୍ଡ ରେଟ୍‌’ ପ୍ରଯୁଯ୍ୟ ହେବ ଯାହା ନିରବଚ୍ଛିନ୍ନ ଓ ସେବା ଭିତିକ ସପିଙ୍ଗ ଅନୁଭୂତିକୁ ନିଶ୍ଚିତ କରିବ ।
ସୋ’ରୁମର ଶୁଭାରମ୍ଭ ଉତ୍ସବକୁ ପାଳନ କରିବା ଲାଗି କଲ୍ୟାଣ ଜୁଏଲର୍ସ ପକ୍ଷରୁ ସର୍ବନିମ୍ନ ୧ ଲକ୍ଷ ଟଙ୍କାର ସପିଙ୍ଗ ଉପରେ ଗ୍ରାହକଙ୍କ ଅଧା କିଣା ମୂଲ୍ୟ ଉପରେ ଶୂନ ଗଢ଼ା ମୂଲ୍ୟ ଭଳି ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଉଛି । ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ ।
କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “ଭୁବନେଶ୍ୱରର ଆମେ ଅଷ୍ଟମ ବର୍ଷ ପାଳନ କରୁଥିବା ବେଳେ ଓଡ଼ିଶାର ରାଜଧାନୀ ସହରରେ ଦ୍ୱିତୀୟ ସୋ’ରୁମ୍‌ର ଶୁଭାରମ୍ଭ ଘୋଷଣା କରି ଅତ୍ୟନ୍ତ ଉଲ୍ଲସିତ । ସହରର ଗ୍ରାହକମାନଭ୍‌କ ପାଖରେ ବ୍ରାଣ୍ଡ୍‌କୁ ପହଂଚାଇବାରେ ପଟିଆର ଏହି ସୋ’ରୁମ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ଏବଂ ଏହି ବଜାର ପ୍ରଦାନ କରୁଥିବା ସୁଯୋଗ ହାସଲ କରିବା ଲାଗି ଆମକୁ ସକ୍ଷମ କରିବ । ଏହି ଅଂଚଳରେ ଆମର ରହିଥିବା ଦୃଢ଼ ମୂଳଦୁଆ ଅନୁୁସାରେ ଆମେ ଅଭିବୃଦ୍ଧି ଧାରା ବଜାୟ ରଖିବାକୁ ଆଶାବାଦୀ । ରାଜ୍ୟରେ ଉପସ୍ଥିତିକୁ ସୁଦୃଢ଼ କରିବା ଲାଗି ବ୍ରାଣ୍ଡ୍‌ର ରହିଥିବା ପ୍ରତିବଦ୍ଧତାକୁ ଏହି ଅଂଚଳରେ ନୂଆ ନିବେଶ ପ୍ରତିଫଳିତ କରୁଛି ।’’
କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ ହଲମାର୍କର ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରେ । ଗ୍ରାହକମାେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ପାଇବେ ଯାହା ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉତ୍ପାଦ ବିବରଣୀ ଏବଂ ଏକ୍ସଚେଂଜ୍ ଓ ବାଏ ବ୍ୟାକ୍ ନୀତିରେ ସ୍ୱଚ୍ଛତା ଆଦିର ଗ୍ୟାରେଂଟି ପ୍ରଦାନ କରୁଛି । ବିଶ୍ୱାସନୀୟ ଗ୍ରାହକମାନଙ୍କୁ ଶ୍ରେଷ୍ଠ ପ୍ରଦାନ କରିବା ଲାଗି ବ୍ରାଣ୍ଡ୍‌ର ରହିଥିବା ପ୍ରତିବଦ୍ଧତାର ଅଂଶ ହେଉଛି ଏହି ସାର୍ଟିଫିକେଟ୍ ।
ଏହି ସୋ’ରୁମ୍‌ରେ କଲ୍ୟାଣ ଜୁଏଲର୍ସର ଲୋକପ୍ରିୟ ବ୍ରାଣ୍ଡ୍ ଲିଲା-ହୀରା ଓ ସେମି-ପ୍ରିସିଅସ୍ ଷ୍ଟୋନ ଗହଣା, ତେଜସ୍ୱୀ-ପୋଲକି ଗହଣା, ମୁନ୍ଧ୍ରା-ହାତତିଆରି ଆଂଟିକ୍ ଗହଣା, ନିମାହ-ମନ୍ଦିର ଗହଣା, ଗ୍ଲୋ-ଡ୍ୟାନ୍‌ସିଂ ହୀରା, ଜିଆ-ସୋଲିଟାୟାର ଭଳି ହୀରା ଗହଣା, ଅନୋଖି-ଅନକଟ ହୀରା, ଅପୂର୍ବା-ସ୍ୱତନ୍ତ୍ର ଅବସର ପାଇଁ ହୀରା, ମୁହୁରତ-ବିବାହ ଗହଣା, ରଙ୍ଗ-ପ୍ରିସିଅସ୍ ଷ୍ଟୋନ୍ ଗହଣା ଆଦି ରହିବ ।
ବ୍ରାଣ୍ଡ୍‌, କଲେକ୍ସନ ଓ ଅଫର ବିଷୟରେ ଅଧିକ ସୂଚନା ଓ ବିବରଣୀ ପାଇଁ ପରିଦର୍ଶନ କରନ୍ତୁ:

https://www.kalyanjewellers.net/

Share

Leave a Reply

Your email address will not be published. Required fields are marked *

2 × 1 =