ଟାଟା ଷ୍ଟିଲ୍‌କୁ ୱାର୍ଲଡ୍‌ଷ୍ଟିଲ୍ ପକ୍ଷରୁ ଲଗାତାର ଷଷ୍ଠ ବର୍ଷ ପାଇଁ ଷ୍ଟିଲ୍ ସଷ୍ଟେନେବିିଲିଟି ଚମ୍ପିଆନ୍ ମାନ୍ୟତା ପ୍ରଦାନ

ମୁମ୍ବାଇ: ୱାର୍ଲଡ୍ ଷ୍ଟିଲ୍ ଆସୋସିଏସନ୍ ପକ୍ଷରୁ ଟାଟା ଷ୍ଟିଲ୍‌କୁ ୨୦୨୩ ଷ୍ଟିଲ୍ ସଷ୍ଟେନେବିଲିଟି ଚମ୍ପିଆନ୍ ମାନ୍ୟତା ପ୍ରଦାନ କରାଯାଇଛି । ଅଷ୍ଟ୍ରିଆର ଭିଏନାରେ ଅନୁଷ୍ଠିତ ସ୍ୱତନ୍ତ୍ର ସାଧାରଣ ବୈଠକରେ ଏହା ଘୋଷଣା କରାଯାଇଛି ।

ଲଗାତାର ଷଷ୍ଠ ବର୍ଷ ପାଇଁ ଟାଟା ଷ୍ଟିଲ୍‌କୁ ଏହି ମାନ୍ୟତା ମିଳିଛି । ୨୦୧୮ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ପ୍ରତିବର୍ଷ ଟାଟା ଷ୍ଟିଲ୍‌କୁ ଏହି ମାନ୍ୟତା ମିଳୁଛି । ସଷ୍ଟେନେବିଲିଟି ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଥିବା ଏକ ବିଶ୍ୱସ୍ତରୀୟ ଇସ୍ପାତ ନିର୍ମାତା ଭାବେ ନିଜର ଅଗ୍ରଣୀ ସ୍ଥାନକୁ ବଜାୟ ରଖିବା ଲାଗି ଟାଟା ଷ୍ଟିଲ୍‌ର ଉଦ୍ୟମ ପ୍ରତି ସ୍ୱୀକୃତି ହେଉଛି ଏହି ସମ୍ମାନଜନକ ପୁରସ୍କାର ।

ଟାଟା ଷ୍ଟିଲ୍‌ର ସିଇଓ ଓ ପରିଚାଳନା ନିର୍ଦେଶକ ଟି ଭି ନରେନ୍ଦ୍ରନ କହିଛନ୍ତି ଯେ, “ସଷ୍ଟେନେବିଲିଟି କେବଳ ଏକ ନୈତିକ ଆବଶ୍ୟକତା ନୁହେଁ ଏହା ଏକ ବ୍ୟବସାୟ ସୁଯୋଗ ବୋଲି ଆମେ ବିଶ୍ୱାସ କରୁ । ୱାର୍ଲଡ୍ ଷ୍ଟିଲ୍ ପକ୍ଷରୁ ଲଗାତାର ଷଷ୍ଠ ବର୍ଷ ପାଇଁ ସଷ୍ଟେନେବିଲିଟି ଚାମ୍ପିଆନ୍ ମାନ୍ୟତା ନିରନ୍ତର ବିକାଶ ପ୍ରତି ଆମ ପ୍ରତିବଦ୍ଧତାର ପରିଚାୟକ । ଜଳବାୟୁ ପରିବର୍ତନ ଆହ୍ୱାନର ମୁକାବିଲା କରିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ଉତମ ଭବିଷ୍ୟତ ସୃଷ୍ଟି କରିବା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ବିଶ୍ୱ ଇସ୍ପାତ ଶିଳ୍ପର ଅଂଶ ହୋଇଥିବାରୁ ଆମେ ଗର୍ବିତ ।’’

କଂଚାମାଲ ଦକ୍ଷତା, ପରିବେଶ ପରିଚାଳନା ବ୍ୟବସ୍ଥା, କର୍ମଚାରୀ ପ୍ରଶିକ୍ଷଣ, ନୂଆ ପ୍ରକ୍ରିୟା ଓ ଉତ୍ପାଦରେ ନିବେଶ, ଅର୍ଥନୈତିକ ମୂଲ୍ୟ ବଂଟନ ଭଳି ମାନଦଣ୍ଡଗୁଡ଼ିକୁ ଅନୁଶୀଳନ କରି କଂପାନିଗୁଡ଼ିକୁ ଷ୍ଟିଲ୍ ସଷ୍ଟେନେବିଲିଟି ଚାମ୍ପିଆନ୍ ମାନ୍ୟତା ପ୍ରଦାନ କରାଯାଉଛି । ଏହା ବ୍ୟତୀତ କଂପାନିଗୁଡ଼ିକ ପକ୍ଷରୁ ୱାର୍ଲଡ ଷ୍ଟିଲ୍‌କୁ ଲାଇଫ୍ ସାଇକଲ୍ ଇନ୍‌ଭେଟୋଂରି (ଏଲ୍‌ସିଆଇ) ତଥ୍ୟ ପ୍ରଦାନ କରାଯାଉଛି ଯାହା କଂପାନିର ଅଶୋଧିତ ଇସ୍ପାତ ଉତ୍ପାଦନ ତଥ୍ୟର ୬୦ ପ୍ରତିଶତରୁ ଅଧିକ ।

ଏହା ପୂର୍ବରୁ ଚଳିତ ବର୍ଷ ଟାଟା ଷ୍ଟିଲ୍‌କୁ ବିଶ୍ୱସ୍ତରୀୟ ପରିବେଶ ସଂସ୍ଥା ସିଡିପି ପକ୍ଷରୁ ୨୦୨୨ “ସପ୍ଲାୟର ଏନ୍‌ଗେଜ୍‌ମେଂଟ୍ ଲିଡର’ ପୁରସ୍କାର ପ୍ରଦାନ କରାଯାଇଛି ଯାହା ଏହାର ଯୋଗାଣ ଶୃଙ୍ଖଳରେ ପରିବେଶ ବିପଦକୁ ହ୍ରାସ କରୁଛି । ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ୍‌) ପକ୍ଷରୁ କଂପାନିର ନୁଆମୁଣ୍ଡି ଓ ଯୋଡ଼ା ଇଷ୍ଟ୍ ଆଇରନ୍ ଓର ଖଣିକୁ ସଷ୍ଟେନେବଲ୍ ବିକାଶ ପାଇଁ ୫-ଷ୍ଟାର ରେଟିଂ ପ୍ରଦାନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

twenty − twelve =