ଉପଯୋଗିତା ଭିତିକ ଋଣ ଜରିଆରେ ଭାରତୀୟ ଋଣ ବଜାରରେ ଅଭିବୃଦ୍ଧି ଜାରି ରହିଛି: ଟ୍ରାନ୍ସୟୁନିୟନ୍ ସିବିଲ୍‌

ଭୁବନେଶ୍ୱର: ଉପଯୋଗିତା ଭିତିକ ଋଣକୁ ନେଇ ଚତୁର୍ଥ ତ୍ରୈମାସିକରେ ଋଣ ଅଭିବୃଦ୍ଧି ଜାରି ରହିଛି ବୋଲି ଟ୍ରାନ୍ସୟୁନିୟନ୍ ସିବିଲ୍‌ର କ୍ରେଡିଟ୍ ମାର୍କେଟ୍ ଇଣ୍ଡିକେଟର ରିପୋର୍ଟରୁ ଜଣାପଡ଼ିଛି । ଆହ୍ୱାନପୂର୍ଣ୍ଣ ପରିବେଶ ସତ୍ୱେ ୨୦୨୨ ଡିସେମ୍ବର ସୁଦ୍ଧା ଶେଷ ତ୍ରୈମାସିକରେ ଋଣ ଅଭିବୃଦ୍ଧି ଅବ୍ୟାହତ ରହିଛି । ନୂଆ ଋଣ ଅନୁସନ୍ଧାନରେ ୧୮-୩୦ ବର୍ଷ ବୟସର ଗ୍ରାହକମାନଙ୍କ ଭାଗ ଅଧିକ ରହିଛି । ଗ୍ରାମାଚଂଳରେ ମଧ୍ୟ ଋଣ ଚାହିଦାରେ ବୃଦ୍ଧି ହେଉଛି ।
ଭାରତୀୟ ଋଣ ଶଇଳ୍ପର ସିଏମ୍‌ଆଇ ୨୦୨୧ରେ ୯୩ ଥିଲା ତାହା ୨୦୨୨ ଡିସେମ୍ବରରେ ୧୦୦ ସ୍ତରରେ ପହଂଚିଛି ।
ନୂଆ ରିପୋର୍ଟ ସଂକ୍ରାନ୍ତରେ ଟ୍ରାନ୍ସୟୁନିୟନ୍ ସିବିଲ୍‌ର ଏମ୍‌ଡି ଓ ସିଇଓ ଶୀ ରାଜେଶ କୁମାର କହିଛନ୍ତି ଯେ, “ଭାରତର ଋଣ ବଜାର ନିରନ୍ତର ଅଭିବୃଦ୍ଧି ପଥରେ ରହିଛି ଏବଂ ଋଣ ପ୍ରଦର୍ଶନ ଦୃଢ଼ ରହିଛି । ମାତ୍ର ବିଶ୍ୱ ସ୍ତରରେ ଘଟୁଥିବା ଘଟଣା ଯୋଗୁ ବିଶେଷ କରି ବିଳମ୍ବ ଏବଂ ଲେଭରେଜ୍ ଅନୁପାତ ଭଳି ଋଣ ବିପଦ ଉପରେ ନଜର ରଖିବା ଜରୁରୀ ହୋଇପଡ଼ିଛି ।’’
ସିଏମ୍‌ଆଇ ହେଉଛି ଡାଟାର ବ୍ୟାପକ ଅନୁଶୀଳନ ଯାହା ମାସିକ ଋଣ ତଥ୍ୟକୁ ବିଚାରକୁ ନେଇ ଋଣ ବଜାରର ସ୍ଥିତି ପରଖିଥାଏ ଏବଂ ଚାହିଦା, ଯୋଗାଣ, ଗ୍ରାହକ ବ୍ୟବହାର ଓ ପ୍ରଦର୍ଶନ ଭଳି ଚାରିଟି ସ୍ତମ୍ଭ ଅଧୀନରେ ତାହାକୁ ରଖିଥାଏ । ସିଏମ୍‌ଆଇରୁ ଜଣାପଡ଼ିଛି ଯେ କ୍ରେଡିଟ୍ କାର୍ଡ ଓ ପର୍ସନାଲ୍ ଋଣ କ୍ଷେତ୍ରରେ ବୃଦ୍ଧି ଘଟିଛି । ଏହି ସମୟରେ ଗୃହ ଋଣ କ୍ଷେତ୍ରେ ଅଭିବୃଦ୍ଧି ସାମାନ୍ୟ ମନ୍ଥର ହୋଇଛି । ଉଚ୍ଚ ମୁଦ୍ରାସ୍ଫୀତି ଓ ବର୍ଦ୍ଧିତ ସୁଧ ହାର ଗ୍ରାହକଙ୍କ ମନୋବଳକୁ ପ୍ରଭାବିତ କରିଛି ।
“ଲମ୍ବା ମୂଲ୍ୟ ଓ ବିଶ୍ୱାସ ସୃଷ୍ଟି କରିବା ଲାଗି ଉପଯୋଗିତା ଭିତିକ ଉତ୍ପାଦ ଚାହିଦାରେ ବୃଦ୍ଧି ଘଟୁଥିବା ବେଳେ ବିଭିନ୍ନ ବୟସ ଓ ସାମାଜିକ-ଅର୍ଥନୈତିକ ବର୍ଗ ଅନୁସାରେ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଋଣ ଅନୁଷ୍ଠାନଗୁଡ଼ିକୁ ଉତ୍ପାଦ ବିକାଶ କରିବାର ସୁଯୋଗ ସୃଷ୍ଟି ହୋଇଛି ବୋଲି ଶ୍ରୀ କୁମାର କହିଛନ୍ତି ।’’
୨୦୨୨ ଚତୁର୍ଥ ତ୍ରୈମାସିକରେ କ୍ରେଡିଟ୍ କାର୍ଡକୁ ନେଇ ଅନ୍ୟ ବିଭିନ୍ନ ବର୍ଗରେ ଗ୍ରାହକ ସ୍ତରରେ ଗମ୍ଭୀର ଡେଲିକୁଏନ୍‌ସିରେ ଉନ୍ନତି ଘଟିଛି । ଏଥିରୁ ଏହା ଜଣାପଡ଼ିଛି ଯେ ଗ୍ରାହକମାନେ ନିଜର ଋଣ ପରିଶୋଧକୁ ଭଲ ଭାବେ ପରିଚାଳନା କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

19 + 4 =