ଗୋଦରେଜ୍ କଂଜ୍ୟୁମର୍ ପ୍ରଡକ୍ଟସ୍ ପକ୍ଷରୁ ସୁଲଭ ମୂଲ୍ୟର ଗୁଡନାଇଟ୍ ମିନି ଓ ହିଟ୍ ନୋ-ଗ୍ୟାସ୍ ସ୍ପ୍ରେ ଉନ୍ମୋଚିତ

ଭୁବନେଶ୍ୱର: ମଶା ଜନିତ ରୋଗ ବିରୋଧ ଲଢ଼େଇକୁ ଆଗକୁ ବଢ଼ାଇବା ପାଇଁ ଗୋଦରେଜ୍ କଂଜ୍ୟୁମର୍ ପ୍ରଡକ୍ଟସ୍ ଲିମିଟେଡ୍ (ଜିସିପିଏଲ୍‌) ପକ୍ଷରୁ ବିଶ୍ୱର ସବୁଠୁ ସୁଲଭ ମୂଲ୍ୟର ତରଳ ମଶା ଘଉଡ଼ାଇବା ଡିଭାଇସ୍ ଗୁଡ୍‌ନାଇଟ୍ ମିନି ଓ ନୋ-ଗ୍ୟାସ୍ ଇନଷ୍ଟାଂଟ୍ ମଶା ମରା ସ୍ପ୍ରେ ହିଟ୍ ନୋ ଗ୍ୟାସ୍ ସ୍ପ୍ରେକୁ ନ୍ୟାସନାଲ୍ ସେଂଟର୍ ଫର୍ ଭେକ୍ଟର୍ ବର୍ଣ୍ଣ ଡିଜିଜ୍ କଂଟ୍ରୋଲ୍‌, ମାଲେରିଆ ନୋ ମୋର ଇଣ୍ଡିଆ ଓ ଫୋର୍ଟିସ୍ ହସ୍ପିଟାଲ୍ ନୋଏଡା ଆଦିର ବିଶେଷଜ୍ଞମାନଙ୍କ ଉପସ୍ଥିତିରେ ଉନ୍ମୋଚନ କରାଯାଇଛି । ଏହି ଉତ୍ପାଦଗୁଡ଼ିକ ଜରିଆରେ ଅସୁରକ୍ଷିତ ମଶା ଘଉଡାଇବା ସମାଧାନ ବ୍ୟବହାର କରୁଥିବା ୧୦ କୋଟି ଘରେ ପହଂଚିବାକୁ କଂପାନି ଲକ୍ଷ୍ୟ ରଖିଛି । ଏହି ସମାଧାନ ଦ୍ୱାରା ତରଳ ମଶା ଘଉଡ଼ାଇବା ଏବଂ ସ୍ପ୍ରେ ବର୍ଗରେ ମୂଲ୍ୟ ୫୦% ହ୍ରାସ ପାଇବ ।
ଏହି ଦୁଇ ଉତ୍ପାଦ ଜରିଆରେ ନିମ୍ନ ଆୟ ବର୍ଗର ଗ୍ରାହକମାନଙ୍କ ପାଖରେ ସୁରକ୍ଷିତ ଓ ଧୁଆଁମୁକ୍ତ ମଶା ସୁରକ୍ଷା ସମାଧାନ ପହଂଚିପାରିବ । ଅସୁରକ୍ଷିତ ମଶା ଘଉଡ଼ାଇବା ସମାଧାନ ବ୍ୟବହାର କରୁଥିବା ଲୋକମାନଙ୍କ ଠାରେ ବ୍ରୋଙ୍କାଇଟିସ୍‌, ଶ୍ୱାସ ରୋଗ ଆଦି ଦେଖାଦେବାର ଆଶଙ୍କା ରହିଛି ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି । ସୁରକ୍ଷିତ ଓ ଧୁଆଁମୁକ୍ତ ମଶା ଘଉଡ଼ାଇବା ସମାଧାନ ଅଧିକ ମୂଲ୍ୟର ଉପଲବ୍ଧ ହେଉଥିବାରୁ ତାହା ନିମ୍ନ ଆୟବର୍ଗର ଲୋକମାନଙ୍କ ଆବଶ୍ୟକତା ପୂରଣ କରିପାରୁନାହିଁ । ତାହାକୁ ଭଲ ଭାବେ ବୁଝିଥିବା ଜିସିପିଏଲ୍ ପକ୍ଷରୁ ଗୁଡ୍‌ନାଇଟ୍ ମିନିକୁ ପ୍ରସ୍ତୁତ କରାଯାଇଛି ଯାହା ହେଉଛି ଗୋଟିଏ ମୋଡ୍ ଥିବା ମେସିନ୍ ଯାହା ସାରା ରାତି ମଶାରୁ ସୁରକ୍ଷା ଦେବ । ଏହାର ଦାମ୍ ରିପେଲେଟ୍ ମେସିନ ଓ ରିଫିଲ୍ ସହ ୫୦ ଟଙ୍କା ଥିବା ବେଳେ କେବଳ ରିଫିଲ୍‌ର ଦାମ୍ ୩୫ ଟଙ୍କା ରହିଛି । ଅର୍ଥାତ ରାତିକୁ ମାତ୍ର ଦେଢ଼ ଟଙ୍କାରେ ଗ୍ରାହକମାନେ ମଶା ଦାଉରୁ ସୁରକ୍ଷା ପାଇପାରିବେ । ବିଦ୍ୟୁତ୍‌କରଣ ଦେଶର ୯୫% ଅଂଚଳରେ ପହଂଚିଥିବାରୁ ଏହାକୁ ସବୁ ସ୍ଥାନର ଲୋକମାନେ ବ୍ୟବହାର କରିପାରିବେ । ସେହିପରି, ଛୋଟ ଘର ଥିବା ଗରିବ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୋ-ଗ୍ୟାସ୍ ଡିଓଡ୍ରାଂଟ୍‌ରୁ ପ୍ରେରଣା ନେଇ କଂପାନି ପକ୍ଷରୁ ହିଟ୍ ନୋଗ୍ୟାସ୍ ସ୍ପ୍ରେ ବିକାଶ କରାଯାଇଛି ଯାହାକୁ ପ୍ରତି ଥର ମାତ୍ର ଦେଢ଼ ଟଙ୍କାରେ ବ୍ୟବହାର କରିହେବ ।
ଗୋଦରେଜ୍ କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍‌ର ଏମ୍‌ଡି ଓ ସିଇଓ ସୁଧୀର ସୀତାପତି କହିଛନ୍ତି ଯେ, “ମଶା ଜନିତ ରୋଗର ପ୍ରଭାବକୁ ହ୍ରାସ କରିବାରେ ଆମେ ଯଥେଷ୍ଟ ଅଗ୍ରଗତି କରିଛୁ । ଆଗକୁ କିନ୍ତୁ ଛୋଟ ସହର, ନଗର ଓ ଗ୍ରାମାଂଚଳରେ ବାସ କରୁଥିବା ଲୋକମାନଙ୍କୁ ସଶକ୍ତ କରିବାକୁ ହେବ । ତରଳ ମଶା ଘଉଡ଼ାଇବା ସମାଧାନ ଓ ଏରୋସଲ୍ ମଶାକୁ ଘଉଡ଼ାଇବା ଲାଗି ସବୁଠୁ ପ୍ରଭାବୀ ସମାଧାନ ହୋଇଥିଲେ ମଧ୍ୟ ଅଧିକ ଦାମ୍ ଯୋଗୁ ତାହା ଅଧିକାଂଶ ନିମ୍ନ ଆୟକାରୀ ବର୍ଗଙ୍କ ପାଖରେ ପହଂଚିପାରୁନାହିଁ । ଜିପିସିଏଲ୍‌ରେ ଆମେ ଗର୍ବର ସହ ଗୁଡ୍‌ନାଇଟ୍ ମିନି ଓ ହିଟ୍ ନୋ-ଗ୍ୟାସ୍ ସ୍ପେ୍‌୍ରକୁ ଉପସ୍ଥାପନ କରିଛୁ । ଏହି ଅଭିନବ ସମାଧାନ ଭାରତରେ ସ୍ପ୍ରେ ବର୍ଗ ଓ ତରଳ ମଶା ଘଉଡ଼ାଇବା ସମାଧାନର ଦାମ୍ କମ୍ କରି ତାହାକୁ ପ୍ରତି ଲୋକଙ୍କ ପାଖରେ ପହଂଚାଇବ । ଏହି ନବସୃଜନ ସହିତ ଆମେ ସୁରକ୍ଷିତ ମଶା ଘଉଡ଼ାଇବା ସମାଧାନକୁ ନିମ୍ନ ଆୟବର୍ଗର ଲୋକଙ୍କ ପାଖରେ ପହଂଚାଇପାରିଛୁ । ଦେଶର ସ୍ୱାସ୍ଥ୍ୟ ଚାପକୁ ଦୂର କରିବା ଲାଗି ସରକାରଙ୍କ ଲକ୍ଷ୍ୟ ପ୍ରତି ସମର୍ଥନ ହେଉଛି ଆମର ଦୃଢ଼ ପ୍ରତିବଦ୍ଧତା ।’’
ଏହି ଅବସରରେ ମାଲେରିଆ ନୋ ମୋର୍ ଇଣ୍ଡିଆର କଂଟ୍ରି ଡାଇରେକ୍ଟର୍ ପ୍ରତୀକ କୁମାର କହିଛନ୍ତି ଯେ, “ମଶା ଜନିତ ରୋଗ ବିଶେଷ କରି ମାଲେରିଆ ହେଉଛି ଏକ ଜନ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଏହାର ସମ୍ପୂର୍ଣ୍ଣ ଦୂରୀକରଣ ଜରୁରୀ । ୨୦୩୦ ସୁଦ୍ଧା ମାଲେରିଆ ମୁକ୍ତ ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ଯଦି ସାକାର କରାଯିବ ତେବେ ଆମକୁ କେବଳ ପ୍ରତିଷେଧକଠାରୁ ଆଗକୁ ବଢ଼ି ରଣନୀତି ବଦଳାଇ ସମ୍ପୂର୍ଣ୍ଣ ଦୂରୀକରଣ ଉପରେ ଧ୍ୟାନ ଦେବାକୁ ପଡ଼ିବ । ନୂଆ ପିଢ଼ିର ଟୁଲ୍‌ସ ଓ ପ୍ରଯୁକ୍ତି ପ୍ରମୁଖ ଭୂମିକା ନିର୍ବାହ କରିବ । ଘରୋଇ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ହେବ । ଦୂରଦୂରାନ୍ତରେ ବାସ କରୁଥିବା ଲୋକମାନଙ୍କ ପାଇଁ ପଦକ୍ଷେପ ନେବା ଏବଂ ସେମାନଙ୍କ ପାଖରେ ସମାଧାନ ପହଂଚାଇବା ଲାଗି ଆମକୁ ନୂଆ ସମାଧାନ ଓ ହାଇ-ଏଣ୍ଡ୍ ପ୍ରଯୁକ୍ତି ବିକାଶ କରିବାକୁ ପଡ଼ିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସୁଲଭ ମୂଲ୍ୟର ସମାଧାନ ସହିତ ନିମ୍ନ ଆୟ ବର୍ଗଙ୍କୁ ସକ୍ଷମ କରିବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ।’’
ଫୋର୍ଟିସ୍ ହସ୍ପିଟାଲ୍‌ସ, ନୋଏଡାର ଅତିରିକ୍ତ ନିର୍ଦେଶକ-ପଲମୋନୋଲୋଜି ଓ କ୍ରିଟିକାଲ୍ କେୟାର ଡକ୍ଟର ରାହୁଲ ଶର୍ମା କହିଛନ୍ତି ଯେ, “ଜଳବାୟୁ ପରିବର୍ତନ ଯୋଗୁ ମାଲେରିଆ ଓ ଡେଙ୍ଗୁ ମାମଲା ଅଧିକ ଦେଖାଦେଉଛି ଯେଉଁଥିପାଇଁ ଦେଶ ଉପରେ ରୋଗର ଚାପ ବହୁତ ବଢ଼ିଛି । ମେଡିକାଲ୍ ଜଗତର ଗବେଷକମାନେ ତୁରନ୍ତ ସୁଧାର ପାଇଁ ଉନ୍ନତ ଚିକିତ୍ସା ପଦ୍ଧତି ବିକାଶ କରିଥିବା ବେଳେ ମଶା ଜନିତ ରୋଗରୁ ନିଜକୁ ସୁରକ୍ଷିତ ରଖିବା ଲାଗି ଲୋକମାନଙ୍କୁ ପ୍ରତିଷେଧକ ରଣନୀତି ଆପଣେଇବାକୁ ପଡ଼ିବ । ମଶାରୁ ସୁରକ୍ଷା ବିଷୟରେ ଲୋକମାନେ ସଚେତନ ଥିଲେ ମଧ୍ୟ ବିପଦପୂର୍ଣ୍ଣ ଓ ଅଣ ନିୟନ୍ତ୍ରିତ ମଶା ଘଉଡ଼ାଇବା ସମାଧାନ ଯଥା ମଶା ଘଉଡ଼ାଇବା ଧୂପକାଠୀ / ଅଗରବତୀ ଆଦି ବ୍ୟବହାର କରୁଛନ୍ତି ଯାହା ଅନ୍ୟାନ୍ୟ ରୋଗ ଏବଂ ଶ୍ୱାସ ଜନିତ ଅସୁସ୍ଥତାର କାରଣ ହେବ । ଯଦିଓ ଏହି ଧୂପକାଠିଗୁଡ଼ିକର ଦାମ୍ କମ୍‌, ବହୁ କମ୍ ଲୋକ ଏହା ଜାଣିଛନ୍ତି ଯେ ସ୍ୱାସ୍ଥ୍ୟ ଉପରେ ତାହାର ଖରାପ ପ୍ରଭାବ ରହିଛି । ତେଣୁ ଅଭିନବ ଏବଂ ସୁଲଭ ମୂଲ୍ୟର ସମାଧାନ ସମସ୍ତଙ୍କ ପାଖରେ ପହଂଚାଇବା ଦରକାର ଯାହା ଜରୁରୀକାଳୀନ ଆବଶ୍ୟକତା ସମୟରେ ସମସ୍ତଙ୍କ ସୁରକ୍ଷାକୁ ନିଶ୍ଚିତ କରିବ ।’’

Share

Leave a Reply

Your email address will not be published. Required fields are marked *

two × 5 =