ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍‌ର ଚତୁର୍ଥ ପର୍ଯ୍ୟାୟରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ଜିତିଲା ଆଉ ୨ ପଏଂଟ୍‌

ଭୁବନେଶ୍ୱର: ଇଣ୍ଡୋନେସିଆର ମଣ୍ଡାଲିକା ଇଟଂରନ୍ୟାସନାଲ୍ ଷ୍ଟ୍ରିଟ୍ ସର୍କିଟ୍‌ରେ ଚାଲିଥିବା ଏଫ୍‌ଆଇଏମ୍ ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍ ୨୦୨୩ର ଚତୁର୍ଥ ପଯ୍ୟାୟ ରେସ୍‌ରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆର ଟିମ୍ ଆଉ ୨ ପଏଂଟ୍ ହାସଲ କରିଛି ।
ଆଜିର ଚୂଡାନ୍ତ ରେସ୍‌ରେ ଟ୍ରିମ୍‌ର ପ୍ରମୁଖ ଚାଳକ କେଭିନ୍ ସମର କ୍ୱିଂଟାଲ୍ ନିଜ ଖେଳରେ ଉନ୍ନତି ଆଣିବା ସହ ଦୃଢ଼ ପ୍ରଦର୍ଶନ କରିଥିଲେ । ରେସ୍ ୧ରେ ବହୁ ଭଲ ଆରମ୍ଭ କରି ୧୬ତମ ସ୍ଥାନରେ ରହି ସେ ରେସ୍ ଶେଷ କରିଥିଲେ । କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ସେ ଟିମ୍ ପାଇଁ କୌଣସି ପଏଂଟ୍ ଜିତିପାରିନଥିଲେ । କିନ୍ତୁ ଚୂଡ଼ାନ୍ତ ରେସ୍‌ରେ ସେ ନିଜର କ୍ଷୀପ୍ରତାକୁ ବଜାୟ ରଖିବା ସହ ରେସ୍‌-୨ରେ ୪ତମ ସ୍ଥାନରେ ରହି ରେସ୍ ଶେଷ କରିଥିଲେ ଏବଂ ଟିମ୍ ପାଇଁ ମୂଲ୍ୟବାନ ୨ ପଏଂଟ୍ ଜିତିଥିଲେ ।
ଅନ୍ୟ ପକ୍ଷରେ କେଭିନ୍‌ଙ୍କ ସାଥୀ ଚାଳକ ମ।।ଲାପୂରମର ମୋହସିନ ପରମବାନ ଏପିସି ୨୫୦ ସିସି ବର୍ଗରେ ପ୍ରଥମ ରେସ୍‌କୁ ୨୨ତମ ସ୍ଥାନରେ ରହି ଶେଷ କରିଥିଲେ । ନିଜର ଚମତ୍କାର ରେସ୍ କଳା ପ୍ରଦର୍ଶନ କରି ସେ ତିନି ପାହାଚ ଉପରକୁ ଉଡ଼ିପାରିଥିଲେ ଏବଂ ଚୂଡ଼ାନ୍ତ ରେସ୍‌ରେ ୧୯ତମ ସ୍ଥାନରେ ରହିଥିଲେ ।
ଦ୍ୱିତୀୟ ରାଉଣ୍ଡ୍ ଶେଷ ସୁଦ୍ଧା ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର ଅତିରିକ୍ତ ଦୁଇ ପଏଂଟ୍ ହାସଲ କରି ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍ ୨୦୨୩ରେ ମୋଟ୍ ୨୧ ପଏଂଟ୍ ଜିତିଛି ।
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ର ସେଲ୍‌ସ ଓ ମାର୍କେଟିଂ ନିର୍ଦ୍ଦେଶକ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ମୋଟ ଉପରେ ଏହି ପର୍ଯ୍ୟାୟ ବେଶ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଥିଲା । ଆମ ଚାଳକମାନେ ଟ୍ରାକ୍‌ରେ ପ୍ରଶସଂନୀୟ ପ୍ରଦର୍ଶନ କରିଥିଲେ । ମୁଁ ବେଶ ଖୁସିଯେ କେଭିନ୍ ଓ ମୋହସିନ ନିଜର ଶ୍ରେଷ୍ଠ ଉଦ୍ୟମ ଓ ଅତୁଟ ପ୍ରତିବଦ୍ଧତା ଦେଖାଇ ରେସ୍‌କୁ କୌଣସି ଦୁର୍ଘଟଣା ବିନା ଶେଷ କରିଥିଲେ । ଗତକାଲିର ରେସ୍‌କୁ ଭଲ ଭାବେ ଅନୁଶୀଳନ କରି ରେସ୍ ୨ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ଆମେ ଆମ ରଣନୀତି ବଦଳାଇଥିଲୁ । ଉଭୟ ଚାଳକ ସେମାନଙ୍କ ଗାଡ଼ି ଚାଳନା ଦକ୍ଷତା ଓ ନିଷ୍ଠା ପ୍ରଦର୍ଶନ କରିଥିଲେ । ପ୍ରତି ପର୍ଯ୍ୟାୟର ଭୁଲରୁ ଆମେ ଶିକ୍ଷା ଲାଭ କରୁଛୁ ଏବଂ ନିଜ କୌଶଳକୁ ଶାଣିତ କରିବାରେ ତାହା ଆମ ଚାଳକମାନଙ୍କ ପାଇଁ ସହାୟକ ହେଉଛି । ହୋଣ୍ଡାର ପ୍ରଶିକ୍ଷକଙ୍କ ଦ୍ୱାରା ଉପଯୁକ୍ତ ମାର୍ଗଦର୍ଶନ ସହିତ ଆମ ଟିମ୍‌ର ସଂକଳ୍ପ ବେଶ ଦୃଢ଼ ରହିଛି ଏବଂ ଆମେ ପରବର୍ତୀ ପର୍ଯ୍ୟାୟ ଉପରେ ନଜର ରଖିଛୁ ।’’
ରେସ୍ ସମ୍ପର୍କରେ କେଭିନ୍ କ୍ୱିଂଟାଲ୍ କହିଛନ୍ତି ଯେ ରେସ୍ ୨ ମୋ ଦକ୍ଷତା ଓ ସହନଶୀଳତାର ପରୀକ୍ଷା ଥିଲା । ମୁଁ ଟ୍ରାକ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲି ଏବଂ ଗତକାଲି ମିଳିଥିବା ଶିକ୍ଷାକୁ ଉପଯୋଗ କରିଥିଲି । ମୁଁ ମୋ ରେସ୍‌କୁ ସମୀକ୍ଷା କରିବା ପରେ ପରବର୍ତୀ ପର୍ଯ୍ୟାୟ ପାଇଁ ଆହୁରି ଭଲ ରଣନୀତି ନେଇଫେରିବି ଏବଂ ଭଲ ଫଳ ପାଇବା ଲାଗି ଆହୁରି କଠିନ ପରିଶ୍ରମ କରିବି । ଆନ୍ତର୍ଜାତିକ ସ୍ତରରେ ନିଜ କୌଶଳକୁ ପ୍ରମାଣିତ କରିବା ଲାଗି ମୋତେ ସୁଯୋଗ ଓ ସମର୍ଥନ ପ୍ରଦାନ କରିଥିବାରୁ ଏଚ୍‌ଏମ୍‌ଏସ୍‌ଆଇ ଟିମ୍ ନିକଟରେ ମୁଁ କୃତଜ୍ଞ ।’’
ସେହିପରି, ମୋହସିନ ପରମବାନ କହିଛନ୍ତି ଯେ, “ଆଜିର ରେସ୍ ବେଶ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଥିଲା ଏବଂ ଟ୍ରାକ୍‌ରେ ମୁଁ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲି । ଏଚ୍‌ଏମ୍‌ଏସ୍‌ଆଇର ପ୍ରତିନିଧିତ୍ୱ କରୁଥିବାରୁ ମୁଁ ଗର୍ବିତ ଏବଂ ଭବିଷ୍ୟତରେ ଆହୁରି ଭଲ ଫଳ ହାସଲ କରିବା ଲାଗି ମୁଁ ମୋ ଦକ୍ଷତାରେ ନିରନ୍ତର ଉନ୍ନତି ଆଣିବାକୁ ଉଦ୍ୟମ କରିବି । ପ୍ରଶିକ୍ଷକଙ୍କ ସହ କାମ କରି ଆନ୍ତର୍ଜାତିକ ସ୍ତରରେ ପ୍ରଭାବଶାଳୀ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିବି ।’’
୨୦୨୩ ଏଫ୍‌ଆଇଏମ୍ ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍‌ର ପଂଚମ ପର୍ଯ୍ୟାୟ ଚୀନ୍‌ରେ ୨୦୨୩ ଅକ୍ଟୋବର ୬-୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Share

Leave a Reply

Your email address will not be published. Required fields are marked *

five × two =