ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଝାରସୁଗୁଡ଼ାରେ ଏକ ଶାଖା ଉଦ୍‌ଘାଟିତ

ନୂଆ ଶାଖାରେ ରହିିଛି ଏଟିଏମ୍ ସହ କ୍ୟାସ ରିସାଇକଲର୍ ମେସିନ (ସିଆର୍‌ଏମ୍‌)
ଝାରସୁଗୁଡ଼ା: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଓଡ଼ିଶାର ଝାରସୁଗୁଡ଼ାର ସରବାହାଲ୍‌ରେ ଦ୍ୱିତୀୟ ଶାଖା ସ୍ଥାପନ କରାଯାଇଛି । ଧନୀରାମ ବିଜନେସ୍ ପାର୍କରେ ଅବସ୍ଥିତ ଏହି ଶାଖାରେ ରହିଛି । ଏଟିଏମ୍‌-ତଥା-କ୍ୟାସ୍ ରିସାଇକଲର୍ ମେସିନ୍ (ସିଆରଏମ୍‌) ଯାହା ଗ୍ରାହକମାନଙ୍କୁ ଚବିଶ ଘଂଟା ନଗଦ ଜମା ଓ ଉଠାଣ ସେବା ପ୍ରଦାନ କରିବ ।
ଝାରସୁଗୁଡ଼ା ଜିଲ୍ଲାର ଟିମ୍ ସିଏଆଇଟିର ସଭାପତି ଶ୍ରୀ ହରୀଲାଲ ଲୋକଚନ୍ଦାନି ଓ ଝାରସୁଗୁଡ଼ାର ବରିଷ୍ଠ ନାଗରିକ ସଂଘ ସଭାପତି ଶ୍ରୀ ବାଲଗୋବିନ୍ଦ ମିଶ୍ର ଏହି ଶାଖାକୁ ଉଦ୍‌ଘାଟନ କରିଛନ୍ତି ।
ଏହି ଶାଖା ବ୍ୟାପକ ପ୍ରକାର ଖାତା ଯଥା ସଂଚୟ ଓ ଚଳନ୍ତୀ ଖାତା, ବାଣିଜ୍ୟ ଓ ବିଦେଶୀ ମୁଦ୍ରା ବିନିମୟ ସେବା, ରିକରିଂ ଜମା, ବ୍ୟବସାୟ ଋଣ, ଗୃହ ଋଣ, ବ୍ୟକ୍ତିଗତ ଋଣ, ଗାଡ଼ି ଋଣ ଓ ସୁନା ଋଣ ଭଳି ସେବା ପ୍ରଦାନ କରୁଛି । ଏଥି ସହିତ ରେମିଟାନ୍ସ ଓ କାର୍ଡ ସେବା ପ୍ରଦାନ କରୁଛି । ଏହି ଶାଖାର ପରିସରରେ ଲକର ସୁବିଧା ମଧ୍ୟ ପ୍ରଦାନ କରାଯାଉଛି । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ଡୋର୍‌-ଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ ରହିଛି । ନୂଆ ଶାଖା ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଏବଂ ମାସର ପ୍ରଥମ, ତୃତୀୟ ଓ ପଂଚମ ଶନିବାର ଦିନ ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲା ରହିବ ।
ବ୍ୟାଙ୍କର ଓଡ଼ିଶାରେ ୧୮୦ରୁ ଅଧିକ ଶାଖା ଓ ୩୫୦ ଏଟିଏମ୍‌ର ନେଟ୍‌ୱାର୍କ ରହିଛି ।
ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଶାଖା, ଏଟିଏମ୍‌, କଲ୍ ସେଂଟର, ଇଟଂରନେଟ୍ ବ୍ୟାଙ୍କିଙ୍ଗ (ଙ୍ଗଙ୍ଗଙ୍ଗ.ସମସମସଭବଦ୍ଭଳ.ମକ୍ଟଜ୍ଞ ), ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଜରିଆରେ ବ୍ୟାପକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି ।
ଅଧିକ ଖବର ଓ ଅପ୍‌ଡେଟ୍ ପାଇଁ ପରିଦର୍ଶନ କରନ୍ତୁ ଙ୍ଗଙ୍ଗଙ୍ଗ.ସମସମସଭବଦ୍ଭଳ.ମକ୍ଟଜ୍ଞ : କିମ୍ବା ଟ୍ୱିଟରରେ ଆମକୁ ଫଲୋ କରନ୍ତୁ ଙ୍ଗଙ୍ଗଙ୍ଗ.ଗ୍ଧଙ୍ଗସଗ୍ଧଗ୍ଧରକ୍ସ.ମକ୍ଟଜ୍ଞ/ଓଉଓଉଓଈବଦ୍ଭଳ.
ଗଣମାଧ୍ୟମ ପ୍ରଶ୍ନ ପାଇଁ ଲେଖି ଜଣାନ୍ତୁ: ମକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧର.ମକ୍ଟଜ୍ଞଜ୍ଞଙ୍କଦ୍ଭସମବଗ୍ଧସକ୍ଟଦ୍ଭଗ୍ଦଅସମସମସଭବଦ୍ଭଳ.ମକ୍ଟଜ୍ଞ.

Share

Leave a Reply

Your email address will not be published. Required fields are marked *

two × five =