ହୋଣ୍ଡା ମୋଟରସାଇକଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ଏସ୍‌ପି ୧୨୫ ଉନ୍ମୋଚିତ

ଭୁବନେଶ୍ୱର: ଗ୍ରାହକମାନଙ୍କୁ ଉଲ୍ଲସିତ କରି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ନୂଆ ୨୦୨୩ ଏସ୍‌ପି ୧୨୫କୁ ଉନ୍ମୋଚନ କରାଯାଇଛି ।
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ ଶ୍ରୀ ଆତସୁସି ଓଗାତା କହିଛନ୍ତି ଯେ, “ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ଏସ୍‌ପି ୧୨୫କୁ ଉନ୍ମୋଚନ କରିବା ସହ ଆମେ ଏକ ମୋଟରସାଇକଲ୍ ଉପସ୍ଥାପନ କରି ଗର୍ବିତ ମନେ କରୁଛୁ ଯାହା ସ୍ପୋର୍ଟି ଓ ଷ୍ଟାଇଲିସ୍ ହୋଇଥିବା ସହ ପ୍ରଭାବୀ ଏବଂ ଗ୍ରାହକମାନଙ୍କ ଭାଲ୍ୟୁ ଫର୍ ମନି ମଧ୍ୟ । ଆମ ଗ୍ରାହକମାନଙ୍କ ଅଭିଳାଷକୁ ପୂରଣ କରିବା ଲାଗି ଆମ ନିରନ୍ତର ଉଦ୍ୟମର ପ୍ରତିଫଳନ ହେଉଛି ଏସ୍‌ପି ୧୨୫ ଏବଂ ଆମର ବିଶ୍ୱାସ ରହିଛି ଯେ ଏହା ମୋଟରସାଇକେଲ୍ ପ୍ରେମୀଙ୍କୁ ଉଲ୍ଲେଖନୀୟ ଗାଡ଼ି ଚାଳନା ଅନୁଭୂତି ପ୍ରଦାନ କରିବ ।’’
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ଅପରେଟିଂ ଅଫିସର, ବିକ୍ରି ଓ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ,“ଶିଳ୍ପର ସଦ୍ୟତମ ପ୍ରଯୁକ୍ତି ଓ ନବସୃଜନ ଗ୍ରାହକମାନଙ୍କୁ ପ୍ରଦାନ କରିବା ଲାଗି ହୋଣ୍ଡାର ଥିବା ପ୍ରତିବଦ୍ଧତାରେ ଆଜି ଏକ ନୂଆ ମାଇଲଖୁଂଟ ସ୍ଥାପନ ହୋଇଛି । ଏଚ୍‌ଏମ୍‌ଏସ୍‌ଆଇରେ ଆମେ ସର୍ବଦା ଗ୍ରାହକଙ୍କ ଅଭିଳାଷକୁ ଅତିକ୍ରମ କରିବାକୁ ଉଦ୍ୟମ କରୁଛୁ ଏବଂ ନୂଆ ଓବିଡି୨ ନିୟମ ପାଳନ କରୁଥିବା ଏସ୍‌ପି ୧୨୫ କୌଣସି ବ୍ୟତିକ୍ରମ ନୁହେଁ । ଆମର ବିଶ୍ୱାସ ରହିଛି ଯେ ନୂଆ ଏସ୍‌ପି ୧୨୫ ଗ୍ରାହକମାନଙ୍କ ମଧ୍ୟରେ ଏକ ଲୋକପ୍ରିୟ ପସନ୍ଦ ହୋଇରହିବ ଏବଂ ପ୍ରଦର୍ଶନ, ଆରାମ ଓ ନିରନ୍ତରତା ଦୃଷ୍ଟିରୁ ନୂଆ ମାନଦଣ୍ଡ ଧାର୍ଯ୍ୟ କରିବ ।’’
୨୦୨୩ ଏସ୍‌ପି ୧୨୫ରେ ରହିଛି ବିଏସ୍ ୬ ଓବିଡି୨ ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ୍ ଯେଉଁଥିରେ ଏନ୍‌ହାନ୍ସଡ୍ ସ୍ମାର୍ଟ ପାୱାରର ଶକ୍ତି ରହିଛି । ପେଟେଂଟ୍‌ଭୁକ୍ତ ଏସିଜି ଷ୍ଟାର୍ଟର ମୋଟର ଶୀଘ୍ର, ଶାନ୍ତ ଓ ଧକ୍କାମୁକ୍ତ ଭାବେ ପ୍ରତିଥର ଗାଡ଼ିକୁ ଷ୍ଟାର୍ଟ କରିବ । ଏଥିରେ ଏକ ସମ୍ପୂର୍ଣ୍ଣ ଡିଜିଟାଲ୍ ମିଟର୍ ରହିଛି ଯାହା ବାସ୍ତବ ସମୟ ସମ୍ପର୍କିତ ସୂଚନା ପ୍ରଦାନ କରିବ । ଆକର୍ଷଣୀୟ ଇନ୍ଧନ ଟାଙ୍କି ସହିତ ଉନ୍ନତ ଗ୍ରାଫିକ୍ ଓ ଆଧୁନିକ ହେଡ୍‌ଲ୍ୟାମ୍ପ୍ ଓ ସୁନ୍ଦର ପଛ ଭାଗ ମୋଟରସାଇକଲ୍‌କୁ ଏକ ଚମତ୍କାର ସ୍ୱରୂପ ପ୍ରଦାନ କରିଛି । ଏଥିରେ କମ୍ବି ବ୍ରେକ୍ ସିଷ୍ଟମ୍ ସହିତ ଇକ୍ୱିଲାଇଜର ରହିଛି ।
ଏହାର ଉନ୍ନତ ଏଲ୍‌ଇଡି ଡିସି ହେଡ୍‌ଲ୍ୟାମ୍ପ୍‌, ଇଞ୍ଜିନ୍ ଷ୍ଟାର୍ଟ/ ଷ୍ଟପ୍ ସ୍ୱିଚ୍‌, ସମନ୍ୱିତ ହେଡ୍‌ଲ୍ୟାମ୍ପ୍ ବିମ୍ ଓ ପାସିଂ ସ୍ୱିଚ୍‌, ୫ ସ୍ପିଡ୍ ଟ୍ରାନ୍ସମିସନ୍ ଆଦି ଅଧିକ ଆରାମ ଓ ସୁବିଧା ପ୍ରଦାନ କରୁଛି । ୨୦୨୩ ଏସ୍‌ପି ୧୨୫ ଡ୍ରମ୍ ଓ ଡିସ୍କ ଭଳି ଦୁଇଟି ଭାରିଆଂଟ୍ ଓ ବ୍ଲାକ୍‌, ମ୍ୟାଟ୍ ଆକ୍ସିସ୍ ଗ୍ରେ ମେଟାଲିକ୍‌, ଇମ୍ପରିଆଲ୍ ରେଡ୍ ମେଟାଲିକ୍‌, ପର୍ଲ ସାଇରନ୍ ବ୍ଲୁ ଓ ମ୍ୟାଟ୍ ମାର୍ଭେଲ୍ ବ୍ଲୁ ମେଟାଲିକ୍ ଭଳି ପାଂଚଟି ରଙ୍ଗରେ ଉପଲବ୍ଧ ହୋଇଛି । ଏହାର ଡ୍ରମ୍ ଭାରିଆଂଟ୍‌ର ଏକ୍ସ ସୋ’ରୁମ୍ ମୂଲ୍ୟ ୮୫,୧୩୧ ଟଙ୍କା ଓ ଡିସ୍କ ଭାରିଆଂଟ୍ ଦାମ୍ ୮୯,୧୩୧ ଟଙ୍କା ରହିଛି ।

Share

Leave a Reply

Your email address will not be published. Required fields are marked *

five + thirteen =