୨୦୨୩ରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ୪୩,୮୪,୫୫୯ ୟୁନିଟ୍ ବିକ୍ରି

ଭୁବନେଶ୍ୱର: ବର୍ଷକୁ ସକାରାତ୍ମକ ଭାବେ ଶେଷ କରିବା ସହ ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ୨୦୨୩ ଡିସେମ୍ବର ମାସ ପାଇଁ ବିକ୍ରି ତଥ୍ୟ ଘୋଷଣା କରାଯାଇଛି ।
୨୦୨୩ ଡିସେମ୍ବରରେ କଂପାନିର ମୋଟ ବିକ୍ରି ୩,୧୭,୧୨୩ ୟୁନିଟ୍ ଗାଡ଼ି ଥିଲା । ସେଥିରୁ ଦେଶ ଭିତରେ ୨,୮୬,୧୦୧ ୟୁନିଟ୍ ଗାଡ଼ି ବିକ୍ରି ହୋଇଥିବା ବେଳେ ୩୧,୦୨୨ ୟୁନିଟ୍ ଗାଡ଼ି ରପ୍ତାନି ଅନ୍ତର୍ଭୁକ୍ତ । ଏହି ମାସର ଦେଶ ଭିତର ବିକ୍ରିରେ ବାର୍ଷିକ ୨୩% ବୃଦ୍ଧି ଘଟିଥିବା ବେଳେ ରପ୍ତାନି ଗତ ବର୍ଷର ସମାନ ସମୟ ତୁଳନାରେ ୮୨% ବୃଦ୍ଧି ପାଇଛି ।
୨୦୨୩ ଜାନୁଆରିରୁ ଡିସେମ୍ବର ମଧ୍ୟରେ କଂପାନି ୪୩,୮୪,୫୫୯ ୟୁନିଟ୍ ଗାଡ଼ି ବିକ୍ରି କରିଛି ।
ଏଚ୍‌ଏମ୍‌ଏସ୍‌ଆଇର ସବୁଠାରୁ ଶସ୍ତା ଏବଂ ଇନ୍ଧନ-ଅନୁକୂଳ ମୋଟରସାଇକେଲ ସାଇନ୍ ୧୦୦ ସହିତ ବୈପ୍ଳବିକ ଆକ୍ଟିଭା ଏଚ୍‌-ସ୍ମାର୍ଟକୁ ଉନ୍ମୋଚନ କରାଯାଇଥିଲା । କଂପାନି ନୂଆ ଏସ୍‌ପି୧୬୦ ଏବଂ ନୂତନ ସ୍ପୋର୍ଟି, ଉନ୍ନତ ଏବଂ ସୁବିଧାଜନକ ଡିଓ ୧୨୫କୁ ମଧ୍ୟ ଉନ୍ମୋଚନ କରିଥିଲା ।
ଏଚ୍‌ଏମ୍‌ଏସଆଇ ପକ୍ଷରୁ ଆକ୍ଟିଭା ଲିମିଟେଡ ସଂସ୍କରଣ, ଏସ୍‌ପି ୧୨୫ ସ୍ପୋର୍ଟସ୍ ସଂସ୍କରଣ ଏବଂ ହର୍ନେଟ ୨.୦ ଏବଂ ଡିଓ ୧୨୫ର ରେପ୍‌ସୋଲ୍ ସଂସ୍କରଣ ସମେତ ଅନେକ ସ୍ୱତନ୍ତ୍ର ସଂସ୍କରଣ ଉପସ୍ଥାପନ କରାଯାଇଥିଲା ।
କଂପାନି ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ଡିଓ, ୟୁନିକର୍ଣ୍ଣ, ସାଇନ ୧୨୫, ଲିଭୋ, ସିଡି୧୧୦ ଡ୍ରିମ ଡିଲକ୍ସ, ଏସ୍‌ପି ୧୨୫, ଆକ୍ଟିଭା ୧୨୫, ହର୍ନେଟ୍ ୨.୦ ଏବଂ ସିବି୨୦୦ଏକ୍ସକୁ ଉନ୍ମୋଚନ କରାଯାଇଥିଲା ।
ମଧ୍ୟମ ଆକୃତିର ୩୫୦ ସିସି ବର୍ଗରେ ନିଜର ସ୍ଥିତିକୁ ସୁଦୃଢ଼ କରି ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ରେଟ୍ରୋ କ୍ଲାସିକ୍ ସିବି୩୫୦କୁ ଉନ୍ମୋଚନ କରାଯାଇଛି । କଂପାନି ଏହାର ଆଡଭେଂଚର ଟୁରର ଏକ୍ସଏଲ୍‌୭୫୦ ଟ୍ରାନ୍ସ୍ର୍ରଆଲ୍‌ପ ଓ ଗୋଲ୍ଡ ୱିଙ୍ଗ ଟୁର୍‌କୁ ମଧ୍ୟ ଉନ୍ମୋଚନ କରିଥିଲା । ସ୍ପେସିଆଲ୍ ଏଡିସନ୍‌ରେ ହାଇନେସ୍ ସିବି୩୫୦ ଏବଂ ସିବି୩୫୦ଆରଏସ୍‌ର ଲିଗାସି ଏଡିସନ ଓ ନିଉ ହୁଏ ଏଡିସନକୁ ଉନ୍ମୋଚନ କରାଯାଇଥିଲା ।
ଓବିଡି୨ ନିୟମ ପାଳନ କରୁଥିବା ସିବି୩୦୦ଏଫ୍ ଏବଂ ସିବି୩୦୦ଆର୍‌କୁ ମଧ୍ୟ ଉନ୍ମୋଚନ କରାଯାଇଥିଲା । କଂପାନି ୨୦୨୩ରେ କୋଲକାତା, ବେଙ୍ଗାଲୁରୁ, ସୁରଟ, ନୋଏଡା, ବିଶାଖାପାଟଣା ଏବଂ ଜାମସେଦପୁର ସମେତ ୨୫ଟି ନୂଆ ସହରରେ ଏହା ବିଗ୍‌ୱିଙ୍ଗ ନେଟ୍‌ୱର୍କର ସମ୍ପ୍ରସାରଣ କରିଥିଲା ।

Share

Leave a Reply

Your email address will not be published. Required fields are marked *

5 − three =