Business

ଗ୍ରିନପ୍ଲାଏ ପକ୍ଷରୁ ଏଲଏନଜି ଚାଳିତ ଟ୍ରକ ପାଇଁ ଗ୍ରିନଲାଇନ୍ ସହ ସହଯୋଗିତା

ଭୁବନେଶ୍ୱର: ଗ୍ରିନପ୍ଲାଏ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଏହାର ଲଜିଷ୍ଟିକ୍ସ ପରିଚାଳନା ପାଇଁ ଏଲ୍‌ଏନ୍‌ଜି ଚାଳିତ ଟ୍ରକ୍ ଜରିଆରେ ପରିବହନ ନିମନ୍ତେ ପ୍ରମୁଖ ପରିବେଶ ମିତବ୍ୟୟୀ ପରିବହନ ପରଚାଳନା ସଂସ୍ଥା ଗ୍ରିନଲାଇନ୍ ମୋବିଲିଟି ସଲ୍ୟୁସନ୍ସ ଲିମିଟେଡ୍ ସହିତ ସହଯୋଗିତା କରାଯାଇଛି।
ଗ୍ରିନପ୍ଲାଏର ବଦୋଦରା କାରଖାନାରୁ ଗ୍ରିନଲାଇନର ଏଲଏନଜି ଚାଳିତ ଟ୍ରକଗୁଡ଼ିକୁ ପତାକା ଦେଖାଇ ଲୋକାର୍ପଣ କରାଯାଇଥିଲା। ଏହି ସହଯୋଗିତା ଅଧୀନରେ ଗ୍ରିନଲାଇନର ଗ୍ରିନ ଲଜିଷ୍ଟିକ୍ସ ନେଟୱର୍କକୁ ବ୍ୟବହାର କରି ଗ୍ରିନଲାଇନ ପକ୍ଷରୁ ଏହାର ବଡୋଦରା କାରଖାନାରୁ ଉତ୍ପାଦଗୁଡ଼ିକୁ ବିତରଣ ନେଟୱର୍କ ପର୍ଯ୍ୟନ୍ତ ପରିବହନ କରାଯିବ। ଏହା ଜରିଆରେ ଗ୍ରିନପ୍ଲାଏର ମାଲ ପରିବହନରେ ସ୍ୱଚ୍ଛ ଗମନାଗମନ ସମାଧାନ ଯୋଡ଼ିହେବ।
ଗ୍ରିନଲାଇନର ଏଲଏନଜି ଚାଳିତ ଟ୍ରକଗୁଡ଼ିକ ୪୦% ପର୍ଯ୍ୟନ୍ତ ସିଓ୨, ୧୦୦% ପର୍ଯ୍ୟନ୍ତ ଏସଏକ୍ସଓ, ୫୯ ପ୍ରତିଶତ ପର୍ଯ୍ୟନ୍ତ ଏନଓଏକ୍ସ, ୯୧ ପ୍ରତିଶତ ପର୍ଯ୍ୟନ୍ତ ଉପାଦାନ ଓ ୭୦ ପ୍ରତିଶତ ପର୍ଯ୍ୟନ୍ତ ସିଓ ନିର୍ଗମନ ହ୍ରାସ କରି ଭାରତର ଦୂରଗାମୀ ମାଲ ପରିବହନ କ୍ଷେତ୍ର ପାଇଁ ଏକ କମ ନିର୍ଗମନ ବିକଳ୍ପ ପ୍ରଦାନ କରୁଛି।
ଗ୍ରିନପ୍ଲାଏ ଇଣ୍ଡଷ୍ଟ୍ରିଜ ଲିମିଟେଡର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସାନିଧ୍ୟ ମିତଲ କହିଛନ୍ତି ଯେ, “ଗ୍ରିନପ୍ଲାଏରେ ଆମର ବିଶ୍ୱାସ ରହିଛି ଯେ, ସ୍ଥାୟିତ୍ୱ କେବଳ ଆମେ କାରଖାନାରେ ଯାହା ଘଟୁଛି ସେଥିରେ ସୀମିତ ରହିନାହିଁ। ମୂଲ୍ୟ ଶୃଙ୍ଖଳାରେ ଆମ ଉତ୍ପାଦନ ଓ କଂଚାମାଲ କିଭଳି ଯାଉଛି ତାହା ଉପରେ ମଧ୍ୟ ନିର୍ଭର କରୁଛି। ଆମ ବଦୋଦରା କାରଖାନାରେ ଏଲଏନଜି ଟ୍ରକର ବ୍ୟବହାର ଆମ ଲଜିଷ୍ଟିକ୍ସ ପରିଚାଳନାରେ ଦାୟିତ୍ୱବାନ ଗମନାଗମନ ସମାଧାନକୁ ଅନ୍ୱେଷଣ କରିବା ଦିଗରେ ପ୍ରଥମ ପଦକ୍ଷେପ। ଆମେ ଏହି ଯାତ୍ରା ଜାରି ରଖିଥିବା ବେଳେ ଆମେ ଏଭଳି ସମାଧାନ ଗ୍ରହଣ କରିବା ଜାରି ରଖିବୁ ଯାହା ସଂଚୟ କରିବ ଏବଂ ଆମ ଯୋଗାଣ ଶୃଙ୍ଖଳାର ଦକ୍ଷତା ଓ ଭରସାଯୋଗ୍ୟତା ସହିତ ପରିବେଶ ବିଷୟକୁ ସନ୍ତୁଳିତ କରିବ।”
ଗ୍ରିନଲାଇନ ମୋବିଲିଟି ସଲ୍ୟୁସନ୍ସ ଲିମିଟେଡର ସିଇଓ ମଥୁର ତନେଜା କହିଛନ୍ତି ଯେ, “ପରିବେଶ ମିତବ୍ୟୟୀ ମାଲ ପରିବହନକୁ ଆଗେଇ ନେବା ପାଇଁ ଗ୍ରିନପ୍ଲାଏ ସହିତ ସହଯୋଗିତା କରି ଆମେ ଆନନ୍ଦିତ। ସ୍ୱଳ୍ପ ନିର୍ଗମନ ଲଜିଷ୍ଟିକ୍ସ ଆଡ଼କୁ ପରିବର୍ତ୍ତନ ପାଇଁ ବାସ୍ତବଧର୍ମୀ ସମାଧାନ ଦରକାର ଯାହା ପରିଚାଳନା ଦକ୍ଷତା ସହ କୌଣସି ସାଲିସ ନ କରି ପୂର୍ବରୁ ଥିବା ଯୋଗାଣ ଶୃଙ୍ଖଳ ସହ ସମନ୍ୱିତ ହୋଇପାରିବ। ଆମର ଏଲଏନଜି ଚାଳିତ ଟ୍ରକଗୁଡ଼ିକ ବ୍ୟବସାୟଗୁଡ଼ିକୁ ସବୁଜ ସଡ଼କ ପରିବହନ ପାଇଁ ଅର୍ଥପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାର ସୁଯୋଗ ପ୍ରଦାନ କରୁଛି ଏବଂ ଗ୍ରିନପ୍ଲାଏର ଏହି ଯାତ୍ରାରେ ସହଯୋଗ କରୁଥିବାରୁ ଆମେ ଗର୍ବିତ।”
ଗ୍ରିନଲାଇନ ଦେଶର ପ୍ରମୁଖ ମାଲ ପରିବହନ କରିଡରରେ ୧୦୦୦ରୁ ଅଧିକ ଯାନ ଚଲାଉଛି ଯାହା ଇସ୍ପାତ, ସିମେଂଟ, ଖଣି, ଏଫଏମସିଜି ଓ ରସାୟନ କ୍ଷେତ୍ରର ଆବଶ୍ୟକତା ପୂରଣ କରୁଛି। ଏହି ଗାଡ଼ିଗୁଡ଼ିକ ମିଳିତ ଭାବେ ୧୦୦ ନିୟୁତ କିଲୋମିଟର ଯାତ୍ରା କରିଛି ଓ ୨୭,୦୦୦ ଟନ ସିଓ୨ ନିର୍ଗମନ ହ୍ରାସ କରିଛି।

Share

Leave a Reply

Your email address will not be published. Required fields are marked *

15 − seven =